Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନଦୀ ଓ ବନ ସୁରକ୍ଷାର ଉପାୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନଦୀ ଓ ବନ ସୁରକ୍ଷାର ଉପାୟ



ଦେଶର ସମସ୍ତ ରାଜ୍ୟର ନଦୀଜଳ ପ୍ରବାହ ଅଣ ମୌସୁମୀ ଋତୁରେ ୯୦% ହ୍ରାସ ପାଇଛି। ଏହାର କାରଣ ୯୫% ପର୍ବତରେ ମୂଲ୍ୟବାନ ଶାଳ ପିଆଶାଳ ଇତ୍ୟାଦି ବୃକ୍ଷ ଧ୍ଵଂସ କରାଯାଇଛି। ଏଥିଯୋଗୁଁ ୯୦% ଝରଣା ମୃତ। ନଦୀମାନଙ୍କର ନିଜସ୍ଵ ଜଳ ସୃଷ୍ଟି କରିବାର କ୍ଷମତା ନଥାଏ। ପର୍ବତ ଉପରୁ ଝରଣା ପାଣି ନାଳ ଦେଇ ଛୋଟ ନଦୀ ମାଧ୍ୟମରେ ବଡ଼ନଦୀକୁ ଜଳ ପ୍ରବେଶ କରିଥାଏ। ଆମ ରାଜ୍ୟ ସମେତ ଅନ୍ୟାନ୍ୟ ରାଜ୍ୟର ଜଙ୍ଗଲ ଧ୍ଵଂସ କାରଣରୁ ଓ ଉଚ୍ଚ ଅଟ୍ଟାଳିକା ଦ୍ଵାରା ଭୂତଳ ଜଳ ବ୍ୟବହାର ଓ ପୋଖରୀକୁ ପୋତାଯାଇ ଘର ନିର୍ମାଣ ହେତୁ ଭୂତଳ ଜଳ ସ୍ତର ହ୍ରାସ ପାଇଛି। ଓଡ଼ିଶାରେ ଗଭୀର ନଳକୂପ ଦ୍ବାରା ଉଠା ଜଳସେଚନ ଯୋଗୁଁ ଭୂତଳ ଜଳସ୍ତର ସାଙ୍ଘାତିକ ଭାବେ ତଳକୁ ଚାଲିଗଲାଣି। ଏଥ‌ିପାଇଁ ଉପକୂଳ ଜିଲାଗୁଡ଼ିକର ଲୁଣିଜଳ ଉପରକୁ ଉଠିଆସିଛି। ପୁରୀ ବଳିଆ ପଣ୍ଡା ଏହାର ଉଦାହରଣ।
ଏହାର ପ୍ରତିକାର ପାଇଁ ନିମ୍ନ ପରାମର୍ଶଗୁଡ଼ିକ ପାଳନୀୟ।
୧- ଘରର କବାଟ, ଝରକା ଓ ଆବାସରେ ମୂଲ୍ୟବାନ ଶାଳ, ପିଆଶାଳ, ବାନ୍ଦଣ, ଶିଶୁ ଇତ୍ୟାଦି ବୃକ୍ଷର କାଠ ବ୍ୟବହାର ପାଇଁ ନିଷେଧ ଆଇନ ପ୍ରଣୟନ ସହ ଆଇନ ଭଙ୍ଗକାରୀଙ୍କୁ କଠୋର ଅର୍ଥ ଦଣ୍ଡ ବ୍ୟବସ୍ଥା କରାଯାଉ। ପ୍ରକାଶଥାଉ କି କବାଟ, ଝରକା ପାଇଁ ଷ୍ଟିଲ୍ କିମ୍ବା ଆଲୁମିନିୟମର ବ୍ୟବହାର କରାଯାଇପାରିବ ।
୨- ପର୍ବତ ଉପରେ ସଫଳ ଚାରା ରୋପଣ ନିମନ୍ତେ ଜାପାନୀ ପଦ୍ଧତିରେ ଉଡ଼ାଜାହାଜରୁ ମଞ୍ଜି ନିକ୍ଷେପଣ କରାଯାଉ। ଜଙ୍ଗଲ ବିଭାଗ ଦ୍ଵାରା ବନୀକରଣ କାର୍ଯ୍ୟ ବିଶେଷ ସଫଳ ହେଉନଥ‌ିବାରୁ ଘରୋଇ ସଂସ୍ଥା ଜରିଆରେ ଚାରା ରୋପଣ କରାଯାଉ ।
୩- ହାଇସ୍କୁଲ, କଲେଜରେ ଚାରା ରୋପଣ ଓ ପରିବେଶ ବିଷୟକୁ ବାଧ୍ୟତାମୂଳକ ପାଠ୍ୟକ୍ରମ କରାଯାଉ। ଛାତ୍ରଛାତ୍ରୀ ପ୍ରତ୍ୟେକ ବର୍ଷ ୨ଟି ଦୀର୍ଘଜୀବୀ ଫଳଚାରା ରୋପଣ କରିପାରିବେ । ସରକରୀ ଜମିରେ ଛାତ୍ରଛାତ୍ରୀ ଚାରା ରୋପଣ କଲେ ଫଳ ଉପରେ ଅଧିକାର ରହିବା ଆବଶ୍ୟକ ।
୪- ଓଡ଼ିଶା ସରକାର ଜଙ୍ଗଲରୁ ଚୋରାକାଠ ଚାଲାଣକୁ ରୋକିବା ନିମନ୍ତେ ନିୟମ ପ୍ରଣୟନ କରିଛନ୍ତି । ଏଥ‌ିରେ ଜଙ୍ଗଲ ସଂପଦ ଚୋରା ଚାଲାଣ ସମ୍ପର୍କରେ ଖବରଦା ତାଙ୍କୁ ସମୁଦାୟ କାଠ ମୂଲ୍ୟର ଶତକଡ଼ା ୩୫ ଅର୍ଥ ପୁରସ୍କାର ବ୍ୟବସ୍ଥା ଅଛି। ଏହି ନିୟମ ନେଇ ଗଣମାଧ୍ୟମରେ ବହୁଳ ପ୍ରଚାର ପ୍ରସାର କରାଯାଉ।
୫- ଜଙ୍ଗଲ ମଧ୍ୟରେ ଥ‌ିବା ଗ୍ରାମଗୁଡ଼ିକୁ ସ୍ଥାନାନ୍ତରିତ ପାଇଁ ମଧ୍ୟ ପ୍ରଦେଶ ଢାଞ୍ଚାରେ
ଚାଷଜମି ତିଆରିକରି ଆଦର୍ଶ ଗ୍ରାମ ନିର୍ମାଣ କରି ସ୍ଥାନାନ୍ତରିତ କରାଯାଉ। ସ୍ଥାନାନ୍ତରିତ ପ୍ରତ୍ୟେକ ପରିବାରରୁ ଜଣକୁ ଫରେଷ୍ଟଗାର୍ଡ ନିଯୁକ୍ତି କରାଗଲେ ସେମାନେ ସ୍ବତଃ ସ୍ଥାନାନ୍ତରିତ ହେବାପାଇଁ ଆଗ୍ରହ ପ୍ରକାଶ କରିବେ ।
୬- ହାତୀ ଓ କେତେକ ପକ୍ଷୀ ଫଳ ଖାଇ ଅନ୍ୟତ୍ର ମଞ୍ଜି ପକାଇବା ଦ୍ଵାରା ଜଙ୍ଗଲ ବୃଦ୍ଧିପାଏ । ଏହା ବ୍ୟତୀତ ଏମାନେ ଜଙ୍ଗଲ ମଧ୍ୟରେ
ରହିଲେ କାଠ ଚୋରି ହୁଏନାହିଁ। ଏମାନଙ୍କ ସୁରକ୍ଷା ନିମନ୍ତେ ବନ୍ୟପ୍ରାଣୀଙ୍କ ହତ୍ୟାକାରୀଙ୍କ ସମ୍ପର୍କରେ ଖବରଦାତାଙ୍କୁ ୫୦ ହଜାରରୁ ୧ ଲକ୍ଷ ଟଙ୍କା ପୁରସ୍କାର ଓ ବନ୍ୟପ୍ରାଣୀ ଶିକାରୀଙ୍କ ବିରୋଧରେ ମୋକଦ୍ଦମା ସହ ଶୀଘ୍ର ବିଚାର ପାଇଁ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ଆବଶ୍ୟକ । ଉଲ୍ଲେଖନୀୟ ଯେ, ମଧ୍ୟପ୍ରଦେଶ ସରକାର ୫ଟି ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରିଛନ୍ତି ଓ ଏଥୁରୁ ସୁଫଳ ମିଳୁଛି ।
୭- ଜଙ୍ଗଲରେ ଅଗ୍ନିକାଣ୍ଡ ଯୋଗୁଁ ବହୁ ଛୋଟବଡ଼ ବୃକ୍ଷ ନଷ୍ଟ ହେଉଛି । ଅଗ୍ନିକାଣ୍ଡ ନ ହେବାପାଇଁ ଝଡ଼ାପତ୍ରଗୁଡ଼ିକୁ ସଂଗ୍ରହ କରାଯାଇ ବନୀକରଣ ନିମନ୍ତେ କଷ୍ଟ ତିଆରି କରାଯାଉ। ନିକଟବର୍ତ୍ତୀ ଗ୍ରାମ ଲୋକ ମହୁଲ ଶାଳମଞ୍ଜି ସଂଗ୍ରହ ପାଇଁ ନିଆଁ ଲଗାଇ ଦିଅନ୍ତି । ଏଣୁ ପତ୍ର ସଂଗ୍ରହକାରୀଙ୍କୁ ପାରିଶ୍ରମିକ କିଲୋପିଛା ୫ଟଙ୍କା ଦିଆଗଲେ ସେମାନେ ନିଆଁ ଲଗାଇବେ ନାହିଁ ।
୮- ସମସ୍ତ ନଦୀକୂଳରେ ୨୦୦/୩୦୦ ମିଟର ବ୍ୟବଧାନରେ ଛୋଟ ବ୍ୟାରେଜ ନିର୍ମାଣ କରାଯାଉ। ଏହା ବ୍ୟତୀତ କୂଳରେ ଏନଆରଜିଏସ ଅର୍ଥରେ ‘ରିଚାଜିଙ୍ଗ୍’ କୂପ
ଖନନ କରାଯାଉ।
୯- ଗ୍ରାମ ଓ ସହରରେ ଥିବା ସମସ୍ତ ପୋଖରୀ ଓ ଜଳାଶୟର ପୁନଃଉଦ୍ଧାର କରାଯାଉ । ପରିତ୍ୟକ୍ତ ଖଣି ମଧ୍ୟରେ କେନାଲ ମାଧ୍ୟମରେ ଜଳଭଣ୍ଡାର ସୃଷ୍ଟି କରାଯାଉ। ଶିଳ୍ପସଂସ୍ଥାମାନଙ୍କ ଦ୍ବାରା ଏହା ହେଉ।
୧୦-ଗଭୀର ନଳକୂପ ଯୋଗୁଁ ଭୂତଳ ଜଳସ୍ତର ହ୍ରାସ ପାଉଛି। ଏଣୁ ଏହାର ଖନନକୁ ତୁରନ୍ତ ନିଷେଧ କରାଯାଉ।

-ବିଭୁଧେନ୍ଦ୍ର ପ୍ରତାପ ଦାସ
ଭୁବନେଶ୍ବର

Leave a Reply