ଖାରବେଳ ନିଳୟର ଭୂମି ପୂଜନ

ଖାରବେଳ ନିଳୟର ଭୂମି ପୂଜନ

ଆମ ସମସ୍ତଙ୍କ ପାଇଁ କାର୍ଯ୍ୟାଳୟ ଏକ ମନ୍ଦିର

ଭବୁନେଶ୍ୱର,୧୮/୧୧: ସଂସ୍କୃତି ସୁରକ୍ଷା ସମିତି, ଭୁବନେଶ୍ୱରର ଖାରବେଳ ନିଳୟର ଆଜି ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଆଜି ସକାଳ ୮ ଘଟିକା ସମୟରେ ଏହି ଭୂମିପୂଜନ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ଭୂମିପୂଜନ ଉତ୍ସବରେ ପୂଜ୍ୟ ସ୍ୱାମୀ ପ୍ରାଣରୂପାନନ୍ଦ ସରସ୍ୱତୀ,ପୂଜ୍ୟ ସ୍ୱାମୀ ମହାମଣ୍ଡଳେଶ୍ୱର ଶଙ୍କରାନନ୍ଦ ଗିରି,ପୂଜ୍ୟ ସ୍ୱାମୀ ତ୍ରୈଲୋକ୍ୟଶ୍ୱର ଭାରତୀ,ପୂଜ୍ୟସ୍ୱାମୀ ବ୍ରହ୍ମଚାରୀ ବିଶେଷ ଚୈତନ୍ୟ,ପୂଜ୍ୟବାବା ରମେଶ ଦାସ,ପୂଜ୍ୟ ସ୍ୱାମୀ ବିଷ୍ଣଗିରି ମହାରାଜ,ଓଡିଶାର ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସଦ୍‌ଭାବନା ପ୍ରମୁଖ ଡ.ଗୋପାଳ ପ୍ରସାଦ ମହାପାତ୍ର,ସହକ୍ଷେତ୍ର ପ୍ରଚାରକ ଜଗଦୀଶ ପ୍ରସାଦ ଖାଡଙ୍ଗା, କ୍ଷେତ୍ର ସଂପର୍କ ପ୍ରମୁଖ ବିଦ୍ୟୁତ ଚକ୍ରବର୍ତୀ,ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି, ପ୍ରାନ୍ତ ପ୍ରଚାରକ ବିପିନ ପ୍ରସାଦ ନନ୍ଦ, ସହପ୍ରାନ୍ତ ପ୍ରଚାରକ ଅସିତ କୁମାର ସାହୁ, ସହପ୍ରାନ୍ତ କାର୍ଯ୍ୟବାହ ଇଂ ସୁଦର୍ଶନ ଦାସ, ପ୍ରାନ୍ତ ବ୍ୟବସ୍ଥା ପ୍ରମୁଖ ମନୋରଂଜନ ପାତ୍ର,ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ତନ୍ମୟ ମହାପାତ୍ର, ପ୍ରାନ୍ତ ସଂପର୍କ ପ୍ରମୁଖ ସର୍ବେଶ୍ୱର ବେହେରା,ସହପ୍ରାନ୍ତ ସଂପର୍କ ପ୍ରମୁଖ ଡ.ବସନ୍ତ ପତି, ଦୁଇଟି ପ୍ରାନ୍ତର ପ୍ରଚାର ପ୍ରମୁଖ ସୃଷ୍ଟିଧର ବିଶ୍ୱାଳ,ଜଗଦୀଶ ପଟ୍ଟନାୟକ, ସରୋଜ ମିତ୍ର ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ ।

ସ୍ୱୟଂସେବକମାନଙ୍କ ଶ୍ରଦ୍ଧା ,କଠିନ ପରିଶ୍ରମ ଏବଂ ପ୍ରଦତ ଅର୍ଥରେ ଏହି କାର୍ଯ୍ୟାଳୟ ନିର୍ମାଣ ହେବ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି ପ୍ରକାଶ କରିଥିଲେ ।

ଏହି ଅବସରରେ ଡ. ଗୋପାଳ ପ୍ରସାଦ ମହାପାତ୍ର କହିଲେ ଯେ, ସ୍ୱୟଂସେବକମାନଙ୍କ ନିଷ୍ଠା କାରଣରୁ ସଂଘ ବ୍ୟାପକ ହୋଇଛି । ଦେଶକୁ ସମୃଦ୍ଧ, ସଶକ୍ତ ଓ ସୁରକ୍ଷିତ କରିବା ପାଇଁ ସମାଜକୁ ମଜବୁତ କରିବାକୁ ପଡିବ । ତେଣୁ ସଂଘ ସମାଜ ପରିବର୍ତନର କାର୍ଯ୍ୟ କରୁଛି । ସଂଘ କାର୍ଯ୍ୟାଳୟ ହେଉଛି ସାମାଜିକ ସଂସ୍କାର କେନ୍ଦ୍ର । ଯେଉଁଠି ସମାଜକୁ ସଂସ୍କାର ମିଳିବ । ଏଠାରୁ ସମାଜର ସମସ୍ତ କାର୍ଯ୍ୟର ଆରମ୍ଭ ହୁଏ ।

ପରିବର୍ତନର କାର୍ଯ୍ୟ କରୁଛି । ସଂଘ କାର୍ଯ୍ୟାଳୟ ହେଉଛି ସାମାଜିକ ସଂସ୍କାର କେନ୍ଦ୍ର । ଯେଉଁଠି ସମାଜକୁ ସଂସ୍କାର ମିଳିବ । ଏଠାରୁ ସମାଜର ସମସ୍ତ କାର୍ଯ୍ୟର ଆରମ୍ଭ ହୁଏ ।

Leave a Reply

Your email address will not be published. Required fields are marked *