Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଇରଙ୍ଗପୁର ଜିଲ୍ଲା ବହଲଦା ଖଣ୍ଡ ତରଫରୁ ପବିତ୍ର ଵିଜୟା ଦଶମୀ ଏବଂ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରତିଷ୍ଠା ଦିବସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଇରଙ୍ଗପୁର ଜିଲ୍ଲା ବହଲଦା ଖଣ୍ଡ ତରଫରୁ ପବିତ୍ର ଵିଜୟା ଦଶମୀ ଏବଂ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରତିଷ୍ଠା ଦିବସ

ରାଇରଙ୍ଗପୁର : ରାଇରଙ୍ଗପୁର ଜିଲ୍ଲା ବହଲଦା ଖଣ୍ଡ ତରଫରୁ ପବିତ୍ର ଵିଜୟା ଦଶମୀ ଏବଂ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଫେସର ଅସିତ୍ କୁମାର ରଥ (retired professor) ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ସଂଘର କାର୍ଯ୍ୟ ବହୁତ୍ ଭଲ । ସଂଘକୁ ସମସ୍ତେ ଆସିବା ଆମ ଦେଶ ପାଇଁ ଭଲ ।

ଅବସରପ୍ରାପ୍ତ ଶିକ୍ଷକ ନନ୍ଦକିଶୋର କିସ୍କୁ ସମ୍ମାନୀୟ ଅତିଥି ରୂପେ ଯୋଗଦେଇ କହିଲେ ଯେ ଆମ ସଂସ୍କୃତି ସନାତନ ଧର୍ମ କେତେ ମହାନ । ଲୋକମାନେ ଜାଣି ପାରୁନାହାଁନ୍ତି ବୋଲି ଧର୍ମାନ୍ତରୀକରଣ ହେଉଛି । ତେଣୁ ସେମାନଙ୍କୁ ପୁଣି ହିନ୍ଦୁ ଧର୍ମକୁ ଫେରାଇ ଆଣିବା ପାଇଁ କାର୍ଯ୍ୟ କରିବା । ନିଜକୁ ରାଷ୍ଟ୍ରୀୟ କାର୍ଯ୍ୟରେ ନିୟୋଜିତ କରିବା ପାଇଁ RSS ରେ ମିଶିବା ।

ମାନନୀୟ ଖଣ୍ଡ ସଂଘଚାଳକ ବସନ୍ତ କୁମାର ମହାପାତ୍ର ଏହା ଆମର ଉତ୍ସବ ଏଥିରେ ସମସ୍ତଙ୍କୁ ସ୍ବାଗତ ବୋଲି ପ୍ରକାଶ କରିଥଲେ ।

ମୟୂରଭଞ୍ଜ ବିଭାଗ ସେବା ପ୍ରମୁଖ ତଥା ଲକ୍ଷ୍ମୀପୋଷି କେନ୍ଦୁଝର ଉଚ୍ଚ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ଆଦରଣୀୟ ଖଗେଶ୍ବର ମହନ୍ତ ମୁଖ୍ୟ ବକ୍ତା ରୂପେ ଯୋଗଦେଇ କହିଲେ ଯେ ସଂଘ କାର୍ଯ୍ୟ ବିଜୟା ଦଶମୀ ଦିନ ଆରମ୍ଭ ହୋଇଥିଲା । ଆମେ ଶତାବ୍ଦୀ ବର୍ଷ ପାଳନ ଅବସରରେ ସଙ୍ଘକାର୍ଯ୍ୟ ପ୍ରତ୍ୟେକ ପଞ୍ଚାୟତ , ଗାଁ ଘର ଓ ପ୍ରତ୍ୟେକ ବ୍ୟକ୍ତି ପାଖକୁ ପହଞ୍ଚାଇବା ।

ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ପ୍ରତିଷ୍ଠା ଉତ୍ସବ ଅବସରରେ ବହଲଦା ଖଣ୍ଡ ତରଫରୁ ପଥ ସଞ୍ଚାଳନ ଅନୁଷ୍ଠିତ ହୋଇଥିଲା । ଏହି ପଥ ସଞ୍ଚଳନ କାର୍ଯ୍ୟକ୍ରମରେ ଶତାଧିକ ସ୍ଵୟଂସେବକ ଯୋଗଦେଇ ନଗର ପରିକ୍ରମା କରିଥିଲେ।

Leave a Reply