ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଭଦ୍ରକର ପଥ ସଞ୍ଚାଳନ ଓ ଶ୍ରୀ ବିଜୟା ଦଶମୀ ଉତ୍ସବ ପାଳନ…

ହିନ୍ଦୁତ୍ବ ବିଚାରର ବିସ୍ତାର ହେଲେ ଆସୁରିକ ଶକ୍ତି ପରାଜିତ ହେବ।।

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପଥ ସଞ୍ଚାଳନ ଓ ଶ୍ରୀ ବିଜୟା ଦଶମୀ ଉତ୍ସବ ପାଳନ…

ଭଦ୍ରକ:ପବିତ୍ର ବିଜୟା ଦଶମୀ ତଥା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ପ୍ରତିଷ୍ଠା ଉତ୍ସବ ପରିପ୍ରେକ୍ଷିରେ ଭଦ୍ରକ ନଗର ପକ୍ଷରୁ ପଥ ସଞ୍ଚାଳନ ଓ ବିଜୟା ଦଶମୀ ଉତ୍ସବ ପାଳନ ହୋଇଯାଇଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଭଦ୍ରକ ନଗର ସଂଯୋଜନାରେ ଆୟୋଜିତ ପଥ ସଞ୍ଚଳନ କାର୍ଯ୍ୟକ୍ରମ ସହର ମଧ୍ୟରେ ଥିବା ମନମୋହନ ସଙ୍ଗୀତ ପଡିଆ ଠାରୁ ବାହାରି ସହର ପରିକ୍ରମା କରିଥିଲା।ଏହି ପଥ ସଞ୍ଚଳନ କାର୍ଯ୍ୟକ୍ରମରେ ଶତାଧିକ ସ୍ଵୟଂସେବକ ଯୋଗଦେଇ ଶାରୀରିକ ପ୍ରଦର୍ଶନୀ ସହ ସହର ପରିକ୍ରମା କରିଥିଲେ।ପରେ ମନମୋହନ ସଙ୍ଗୀତ ପରିଷଦ ପଡିଆ ରେ ନଗର ସଂଘ ଚାଳକ ନୀଳକଣ୍ଠ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୌଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବରିଷ୍ଠ ଯନ୍ତ୍ରୀ ଅମ୍ବିକା ବଲ୍ଲଭ ସ୍ୱାଇଁ ଯୋଗଦେଇ ସଂଘର କାର୍ଯ୍ୟାବଳୀ ଓ ସୁସ୍ଥ ସମାଜ ଗଠନ ଦିଗରେ ସଂଘର ଭୂମିକା ଉପରେ ଆଲୋକପାତ କରିଥିଲେ।ସେହିପରି ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସହ ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ବିଶ୍ବମ୍ବର ପାଣି ଯୋଗଦେଇ ସୁସ୍ଥ ଓ ସୁରକ୍ଷିତ ରାଷ୍ଟ୍ର ଗଠନ ଦିଗରେ ସ୍ଵୟଂସେବକ ମାନଙ୍କର ଦାୟିତ୍ଵ ସମ୍ଵନ୍ଧରେ ପରାମର୍ଶ ଦେବା ସହ ନିତ୍ୟ ଶାଖା ସ୍ଥାପନ ଉପରେ ଗୁରୁତ୍ୱାରୋପ କରିଥିଲେ।ଶାଖାତନ୍ତ୍ର ମାଧ୍ୟମରେ ସଂଘ ଆଜି ବିଶାଳ ବଟବୃକ୍ଷ ରେ ପରିଣତ ହୋଇପାରିଛି ଯାହାକି ୬୨ ଟି ଦେଶରେ କାର୍ଯ୍ୟ କରି ବିଶ୍ୱକୁ ଶାନ୍ତି ଓ ଏକତା ର ମନ୍ତ୍ର ରେ ବାନ୍ଧି ରଖିବାକୁ ସଦା ଯତ୍ନବାନ ଅଛି ବୋଲି ମତବ୍ୟକ୍ତ କରିଥିଲେ।ବର୍ତ୍ତମାନ ଭାରତରେ ୭୩ ହଜାର ଶାଖା ଚାଲୁଥିବା ବେଳେ ଶତ ବାର୍ଷିକୀରେ ଏହା ୧ ଲକ୍ଷ ର ଲକ୍ଷ୍ୟ ପୁରଣ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ଶାଖାର ବିସ୍ତାର ଫଳରେ ଆସୁରିକ ପ୍ରବୃତ୍ତି ର ବିନାଶ ସମ୍ଭବ ହେବ।ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓଡ଼ିଶା ପୂର୍ବର ସହ ପ୍ରାନ୍ତ କାର୍ଯ୍ୟବାହ ଆଦରଣୀୟ ରବି ନାରୟଣ ପଣ୍ଡା ,ମାନ୍ୟ ବିଭାଗ ସଂଘଚାଳକ ଶ୍ରୀ ପାର୍ଥ ସାରଥୀ ଦାଶ , ବିଭାଗ ସମ୍ପର୍କ ପ୍ରମୁଖ ଶ୍ରୀ ସୁବ୍ରତ ନାୟକ ଏବଂ ସଂଘର ବିବିଧ କ୍ଷେତ୍ରର ବିଭିନ୍ନ କାର୍ଯ୍ୟକର୍ତ୍ତା ତଥା ସଂଘ ଶୁଭେଚ୍ଛୁ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *