ସରସ୍ୱତୀ ଶିଶୁ ମନ୍ଦିରରେ ଶିଶୁ ବାଟିକା ମାତୃ ସମ୍ମିଳନୀ


ବିରିଡ଼ି : ବିରିଡ଼ି ବ୍ଲକ ଅନ୍ତର୍ଗତ ବତିମିରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ବାଟିକା ମାତୃ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କର୍ମଶାଳାରେ ମୁଖ୍ୟଅତିଥ୍ ଭାବେ ଅଙ୍ଗନବାଡ଼ି କର୍ମୀ ନିରୁପମା ନାୟକ ଯୋଗ ଦେଇ ଶିଶୁର ସର୍ବାଙ୍ଗୀନ ବିକାଶରେ ମା’ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଧାନ ଆଚାର୍ଯ୍ୟା ସୁବାସିନୀ ମହାପାତ୍ର ଅତିଥ୍ୟ ପରିଚୟ ପ୍ରଦାନ କରିବା ସହିତ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରିଥିଲେ। ଶିଶୁ ବାଟିକା ଗୁରୁମାଙ୍କଦ୍ବାରା ବାଟିକାର କ୍ରିୟା କଲାପ ପ୍ରଦର୍ଶନ କରାଯାଇଥିଲା। ଏହି ମାତୃ କର୍ମଶାଳାରେ ୫୦ରୁ ଅଧ‌ିକ ମାତୃ ଅଭିଭାବକ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ବିକ୍ରମ ଦାଶ ଓ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଗରୁମା ଓ କର୍ମଚାରୀ ପରିଚାଳନାରେ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *