ଏବିଭିପି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା


ଭଦ୍ରକ: ସମାଜସେବୀ ତଥା ଜନନେତା ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କ ଦେହାନ୍ତରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଭଦ୍ରକ ଜିଲା ଶାଖା ପକ୍ଷରୁ ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଜିଲା ପ୍ରମୁଖ ସ୍ବାଧୀନସୁନ୍ଦର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏବିଭିପି ଓଡ଼ିଶାର ପ୍ରାନ୍ତ ପ୍ରମୁଖ ତଥା ପୂର୍ବତନ ରାଜ୍ୟ ସଭାପତି ଅଧ୍ୟାପକ ଦିଲ୍ଲୀପ କୁମାର ଦାସ, ପ୍ରାନ୍ତ ସଂଗଠନ ସମ୍ପାଦକ ବୈଲୋଚନ ସାହୁ, ରାଜ୍ୟ ସହସମ୍ପାଦକ ଶୁଭ୍ରସମ୍ବିତ ନାୟକ, ବାଲେଶ୍ଵର ବିଭାଗ ପ୍ରମୁଖ ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା, ବିଭାଗ ସଂଗଠନ ସମ୍ପାଦକ ସମ୍ବିତ ପ୍ରସାଦ ରାଉତଙ୍କ ପ୍ରମୁଖ ଶୁଭେଚ୍ଛୁମାନେ ସ୍ଵର୍ଗତ ମହାପାତ୍ରଙ୍କ ଜୀବନ ସହ ଏବିଭିପିର ଭଦ୍ରକ ଜିଲା ସହ ପ୍ରମୁଖ ଅଧ୍ୟାପକ କିଶୋର କୁମାର ପୃଷ୍ଟି, ପୁରୁଷୋତ୍ତମ ବେହେରା, ବିଭୁକିଶୋର ରାଉତ, ପ୍ରିୟଙ୍କା ଦାଶ, ବାଲେଶ୍ଵର ଜିଲା ସଂଯୋଜକ ସଞ୍ଜୀବ ମହାରଣା, ଭଦ୍ରକ ଜିଲା ସଂଯୋଜିକା ପାର୍ବତୀ ମିଶ୍ର, ଆକାଶ ପଣ୍ଡା, ବସନ୍ତ କୁମାର ଦୀକ୍ଷିତ, ଜ୍ୟୋତିପ୍ରକାଶ ସାହୁ, ଓଁକାର ମହାନ୍ତି, ହିମାଂଶୁ ମହାରଣା, ଆୟୁଷ ପାଣିଗ୍ରାହୀ, ବିପ୍ଳବ ବସନ୍ତିଆ, ଗୋପୀକ୍ରିଷ୍ଣା ବାରିକ, ଗୌତମୀ ପାଢ଼ୀ କାର୍ଯ୍ୟକ୍ରମସଞ୍ଚାଳନରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *