Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସ୍ୱାସ୍ଥ୍ୟ ପାଇଁ ଅମୃତ ସଦୃଶ ଅମୃତଭଣ୍ଡ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସ୍ୱାସ୍ଥ୍ୟ ପାଇଁ ଅମୃତ ସଦୃଶ ଅମୃତଭଣ୍ଡ

ଅମୃତଭଣ୍ଡା ସ୍ୱାସ୍ଥ୍ୟ ଉପକାରୀ ଗୁଣର ଏକ ଖଣି । ଏଥିରେ ଥିବା ଉପାଦାନ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ଏହା କେବଳ ସ୍ୱାଦିଷ୍ଟ ନୁହେଁ, ସ୍ୱସ୍ଥ୍ୟକର ମଧ୍ୟ । ଅମୃତଭଣ୍ଡାରେ ପ୍ରଚୁର ପରିମାଣରେ ଭିଟାମିନ୍ ସି, ଭିଟାମିନ୍ ଏ, ଫୋଲେଟ୍, ଫାଇବର, କପ,ର୍ ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଥାଏ, ଯାହା ସ୍ୱାସ୍ଥ୍ୟରେ ଉନ୍ନତି ଆଣେ । ତେବେ ଅମୃତଭଣ୍ଡା ଖାଇବା ଦ୍ୱାରା କି କି ସ୍ୱାସ୍ଥ୍ୟ ଉପକାରିତା ମିଳିଥାଏ, ଜାଣନ୍ତୁ… ହୃଦ୍ ରୋଗରୁ ରକ୍ଷାକରେ: ଅମୃତଭଣ୍ଡାରେ ଭିଟାମିନ୍ ଏ, ଭିଟାମିନ୍ ସି ଏବଂ ଭିଟାମିନ୍ ଇ ପରି ଅଧିକ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଥାଏ । ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏହି ଫଳ ହୃଦରୋଗର ଆଶଙ୍କାକୁ ହ୍ରାସ କରିଥାଏ । ଏହା ମଧ୍ୟକୋଲେଷ୍ଟ୍ରଲକୁ ହ୍ରାସ କରେ । ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ: ଅମୃତଭଣ୍ଡାରେ ଦୁଇଟି ଏନଜାଇମ୍ ପେପେନ୍ ଏବଂ କାଇମୋପେପେନ୍ ରହିଥାଏ । ଏହି ଦୁଇଟି ଏନଜାଇମ୍ ହଜମ କରିବାରେ ସାହାଯ୍ୟ କରିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢାଏ: ଭିଟାମିନ୍ ସିରେ ଭରପୂର ଅମୃତଭଣ୍ଡା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଫଳରେ ସଂକ୍ରମଣଜନିତ ରୋଗ ହେବାର ଆଶଙ୍କା କମ୍ ରହିଥାଏ । ଓଜନ ହ୍ରାସ କରେ: ଓଜନ ହ୍ରାସରେ ଅମୃତଭଣ୍ଡା ବେଶ୍ ଲାଭଦାୟକ । ଏଥିରେ ଅଧିକ ଫାଇବର ଏବଂ କମ୍ କ୍ୟାଲୋରୀ ଥାଏ । ଫଳରେ ଅମୃତଭଣ୍ଡା ଖାଇବା ଦ୍ୱାରା ଭୋକ ଲାଗିନଥାଏ । ଯାହା ଦ୍ୱାରା ଓଜନ ହ୍ରାସ ସହଜ ହୋଇଥାଏ । ଚର୍ମ ପାଇଁ ଲାଭଦାୟକ: ଅମୃତଭଣ୍ଡାରେ ଭିଟାମିନ୍ ସି, ଭିଟାମିନ୍ ଇ, ବିଟା-କାରୋଟିନ୍ ପରି ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ଥାଏ । ତେଣୁ ଅମୃତଭଣ୍ଡା ଖାଇବା ଦ୍ୱାରା ଚର୍ମ କୁଞ୍ଚନ ସମସ୍ୟା ଦୂର ହୋଇଥାଏ

Leave a Reply