Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସାର୍ବଜନୀନ ହେବ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ତଦନ୍ତ ନ ରିପୋର୍ଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସାର୍ବଜନୀନ ହେବ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ତଦନ୍ତ ନ ରିପୋର୍ଟ

ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ବିଚାର ବିଭାଗୀୟ ତଦନ୍ତ କମିଶନ ରିପୋର୍ଟକୁ ରାଜ୍ୟ ସରକାର ଖୁବ୍ ଶୀଘ୍ର ସାର୍ବଜନୀନ କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଏ ନେଇ ଆଲୋଚନା ହୋଇ ସାରିଛି ଏବଂ ନିଷ୍ପତ୍ତି ଖୁବ୍ ଶୀଘ୍ର ନିଆଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ କମିଶନଙ୍କ ରିପୋର୍ଟ ଓ ଅନ୍ୟାନ୍ୟ ତଥ୍ୟକୁ ସାର୍ବଜନୀନ କରାଯିବ । ସୋମବାର ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୬ତମ ଶ୍ରାଦ୍ଧବାର୍ଷିକୀରେ ଶତାଧିକ ସାଧୁସନ୍ଥ ଏକଜୁଟ ହୋଇ ତୁରନ୍ତ ଦୋଷୀଙ୍କୁ ଦଣ୍ଡପ୍ରଦାନ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି । ସେମାନେ କହିଛନ୍ତି ଯେ ପୂର୍ବ ସରକାର ସେମାନଙ୍କ ଦାବି ପ୍ରତି ଗୁରୁତ୍ୱ ଦେଉନଥିଲେ । ସ୍ୱାମୀଜୀଙ୍କୁ ଯେଉଁମାନେ ହତ୍ୟା କରିଛନ୍ତି ସେମାନେ ତୁରନ୍ତ ଦଣ୍ଡିତ ହେବା ଜରୁରି ବୋଲି ଏହି ସାଧୁସନ୍ଥମାନେ କହିଥିଲେ । ଦୀର୍ଘ ୧୬ବର୍ଷ ପରେ ମଧ୍ୟ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଗଲା ନାହିଁ । ତେବେ ବର୍ତ୍ତମାନର ବିଜେପି ସରକାର ସ୍ୱାମୀଜୀଙ୍କ ହତ୍ୟାକାରୀଙ୍କୁ ଦଣ୍ଡିତ କରିବେ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି ।

Leave a Reply