Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ

୨୩ ଅଗଷ୍ଟ ୨୦୦୮ରାତିରେ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଖ୍ରୀଷ୍ଟିଆନ ମିଶନାରୀମାନଙ୍କ ଷଡଯନ୍ତ୍ର ଦ୍ୱାରା ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା । କାରଣ ବନବାସୀ ବହୁଳ ଅଂଚଳରେ ଖ୍ରୀଷ୍ଟିଆନ ମିଶନାରୀମାନଙ୍କ ଦ୍ୱାରା ନିରୀହ ବନବାସୀମାନଙ୍କୁ ଖ୍ରୀଷ୍ଟ ଧର୍ମରେ ଧର୍ମାନ୍ତରୀତ କରାଯାଉଥିଲା । ସ୍ୱାମୀଜୀ ଖ୍ରୀଷ୍ଟିଆନ ମିଶନାରୀମାନଙ୍କ ଏହି ଧର୍ମାନ୍ତରୀକରଣକୁ ବିରୋଧ କରୁଥିଲେ ଏବଂ ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ରହୁଥିବା ସ୍ଥାନୀୟ ଜନଜାତିଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିଲେ ।
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ୧୯୨୪ ମସିହାରେ ଓଡିଶାର ଅନୁଗୁଳ ଜିଲ୍ଲାର ଗୁରୁଜଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସମାଜସେବା ତାଙ୍କ ଜୀବନର ଲକ୍ଷ୍ୟ ଥିଲା । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କର ପ୍ରତିଭା ପିଲା ଦିନରୁ ହିଁ ଜଣା ପଡୁଥିଲା । ଛାତ୍ର ଜୀବନରୁ ସେ ନିଜକୁ ସମାଜସେବାରେ ନିୟୋଜିତ କରୁଥିଲେ । ସେ ଜଣେ ଗୃହସ୍ତ ଏବଂ ଦୁଇ ସନ୍ତାନର ଜନକ ହୋଇଥିଲେ ମଧ୍ୟ ନିଜର ସଂକଳ୍ପ ପୂରଣ କରିବା ଉଦେ୍ଦଶ୍ୟରେ ସାଧାନା ପାଇଁ ୨୫ ବର୍ଷ ବୟସରେ ହିମାଳୟକୁ ଯାତ୍ରା କରିଥିଲେ । ସେଠାରେ ସନ୍ୟାସ ହେବା ସହିତ ତପସ୍ୟା କରିଥିଲେ । ୧୯୬୫ ରେ ହିମାଳୟରୁ ଫେରି ଗୋରକ୍ଷା ଆନେ୍ଦାଳନରେ ଯୋଗ ଦେଇଥିଲେ । ସେଥିପାଇଁ ଗୋହତ୍ୟା ଓ ଧର୍ମାନ୍ତରଣ ବିରୋଧୀ ଆନେ୍ଦାଳନରେ ଯୋଗ ଦେବାକୁ ଓଡିଶା ଆସିଥିଲେ ।
ଭୁପେନ୍ଦ୍ର କୁମାର ବସୁଙ୍କ ଭଳି କିଛି ସାମାଜିକ କାର୍ଯ୍ୟକର୍ତାଙ୍କ ଅନୁରୋଧ କ୍ରମେ ଦରିଦ୍ର, ଅଶିକ୍ଷିତ ଏବଂ ଅନଗ୍ରସର ଅନୁସୂଚିତ ଜନଜାତି ଏବଂ ଦଳିତଙ୍କ ଉତ୍ଥାନ ନିମନ୍ତେ କାମ କରିବାକୁ ଫୁଲବାଣୀରେ ରହିବାକୁ ମନସ୍ଥ କଲେ । ପ୍ରାରମ୍ଭରେ ସେ ବନବାସୀ ବହୁଳ ଫୁଲବାଣୀ (କନ୍ଧମାଳ) ଜିଲ୍ଲାର ଚକାପାଦକୁ ତାଙ୍କର କର୍ମକ୍ଷେତ୍ର ରୂପେ ଚୟନ କରିଥିଲେ । ୧୯୬୯ରେ ଚକାପାଦ ଠାରେ ପ୍ରଥମ ଆଶ୍ରମ ପ୍ରତିଷ୍ଠା କଲେ । କିଛି ଦିନ ମଧ୍ୟରେ ତାହା ସାମାଜିକ କାର୍ଯ୍ୟକ୍ରମର କେନ୍ଦ୍ରସ୍ଥଳ ପାଲଟିଗଲା । ସ୍ଥାନୀୟ ଲୋକଙ୍କ ସହଯୋଗରେ ସେ ବିରୁପାକ୍ଷ, ଆନନେ୍ଦଶ୍ୱର ଏବଂ ଯୋଗେଶ୍ୱର ମନ୍ଦିରର ପୁନଃନିର୍ମାଣ କରାଇଥିଲେ । କିଛି ବର୍ଷ ମଧ୍ୟରେ ତାଙ୍କର ସେବାକାର୍ଯ୍ୟର ଖ୍ୟାତି ବନାଚଂଳର ଚତୁଃଦିଗରେ ଗୁଂଜରିତ ହୋଇ ଉଠିଥିଲା ।
ସ୍ୱାମୀଜୀ ଚାରି ଦଶନ୍ଧିରୁ ଉଦ୍ଧ୍ୱର୍ ସମୟଧରି ସଂପୃକ୍ତ ଅଂଚଳର ସାମାଜିକ,ଧାର୍ମିକ ଓ ଅର୍ଥନୈତିକ ବିକାଶଲାଗି ନିରବଚ୍ଛିନ୍ନଭାବେ କାର୍ଯ୍ୟ କରିବା ସହିତ ସେମାନଙ୍କୁ ସଶକ୍ତକରି ଠିଆ କରିବା ପାଇଁ ପ୍ରୟାସ କରିଚାଲିଥିଲେ ।
ସ୍ୱାମୀଜୀଙ୍କର ବେଦ ଏବଂ ବେଦାନ୍ତ ଉପରେ ଭଲ ଦକ୍ଷତା ଥିଲା । ବିଶେଷକରି ସଂସ୍କୃତ ବ୍ୟାକରଣ ଉପରେ ସେ ପ୍ରବୀଣ ଥିଲେ । ଏଣୁ ତାଙ୍କୁ “ବେଦାନ୍ତ କେଶରୀ’ ସମ୍ମାନ ମିଳିଥିଲା । ସେ ଫୁଲବାଣୀ ଜିଲ୍ଲାରେ ଦୀର୍ଘ ସମୟ ଧରି ଦୃଢ଼ ଭାବରେ ଠିଆ ହୋଇଥିଲେ ଏବଂ ଆଦିବାସୀ ସଂସ୍କୃତି ଓ ଧର୍ମର ସଂରକ୍ଷଣ ତଥା ସୁରକ୍ଷା ପାଇଁ କଠିନ ପରିଶ୍ରମ କରିଥିଲେ, ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ତାଙ୍କୁ “ବିଧର୍ମୀ କୂଚକ୍ର ବିଦାରଣ ମହାରଥୀ” ଉପାଧି ପ୍ରଦାନ କରିଥିଲେ । ସ୍ୱାମୀଜୀ କନ୍ଧମାଳରେ କାର୍ଯ୍ୟ କରୁଥିବାବେଳେ ଆର ଏସ୍ ଏସ୍ ର ପ୍ରଚାରକ ଶ୍ରୀ ରଘୁନାଥ ସେଠୀ ତାଙ୍କ ସହ ଦୀର୍ଘ ସମୟ ଧରି ଜଡିତ ହୋଇଥିଲେ ।
ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ଲାଗି ସ୍ୱାମୀଜୀ ଚକାପାଦ ଓ ଜଳେଶପଟ୍ଟା ଠାରେ ଆବାସିକ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଛାତ୍ରୀନିବାସ ମଧ୍ୟ ପ୍ରତିଷ୍ଠା କରିଥିଲେ । ସେ ୧୯୬୯ ମସିହାରେ ଚକାପାଦରେ କଲ୍ୟାଣ ଆଶ୍ରମ ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଯାହାକି ବର୍ତମାନ ସଂସ୍କୃତ ମହାବିଦ୍ୟାଳୟ ଭାବରେ ଠିଆ ହୋଇଛି । ଜଳେଶପଟ୍ଟାର ଏକ ଆବାସୀକ ବାଳିକା ବିଦ୍ୟାଳୟ ଶଙ୍କରାଚାର୍ଯ୍ୟ କନ୍ୟାଶ୍ରମ ହେଉଛି ସ୍ୱାମୀଜୀଙ୍କ ଆଉ ଏକ ଆଶ୍ରମ, ଯେଉଁଠାରେ ଗରିବ ପରିବାରର ବାଳିକାମାନଙ୍କୁ ଶିକ୍ଷା ଦିଆଯାଉଛି । ୧୯୮୮ ମସିହାରେ ଏହାର ପ୍ରତିଷ୍ଠା ହୋଇଥିଲା । ସେ କନ୍ଧମାଳ ବ୍ୟତୀତ କଟକ ଜିଲ୍ଲାର ବାଙ୍କି ସବ୍ଡଭିଜନ ତୁଳସିପୁରର ଏକ ସେବା ବିଦ୍ୟାଳୟ, ଏବଂ ଅନୁଗୁଳ ଜିଲ୍ଲାର ପାଣିଗୋଳା ଠାରେ ଆଶ୍ରମ ସହିତ ଅନେକ ସ୍ଥାନରେ ଆଶ୍ରମ ପ୍ରତିଷ୍ଠା କରିଥିଲେ । ବୟସ୍କମାନଙ୍କ ଶିକ୍ଷା ପାଇଁ ସେ ରାତ୍ରି ବିଦ୍ୟାଳୟ ଆରମ୍ଭ କରିଥିଲେ । ଯେଉଁ ପିଲାମାନେ ଦିନରେ ବାପା ମାଆଙ୍କୁ କାମରେ ସହଯୋଗ କରୁଛନ୍ତି ସେମାନଙ୍କ ପାଇଁ ରାତିରେ ପଢିବାକୁ ସ୍କୁଲ କରିଥିଲେ । ଏହା ଦଳିତ ଏବଂ ଜନଜାତିର ଲୋକମାନଙ୍କ ମଧ୍ୟରେ ସାକ୍ଷରତା ହାର ବୃଦ୍ଧି କରି ପାରିଥିଲା ।
ପ୍ରସିଦ୍ଧ ବୀରୁପାକ୍ଷ ମନ୍ଦିର କନ୍ଧମାଳ ଜିଲ୍ଲାର ଚକାପାଦ ଠାରେ ଅବସ୍ଥିତ । ଏହା ପ୍ରାୟ ସମୁଦ୍ର ପତନ ଠାରୁ ୮୦୦ ଫୁଟ ଉଚ୍ଚତାରେ ଛିଡା ହୋଇଛି । ବୁରୁଟାଙ୍ଗା ନଦୀ ମନ୍ଦିର ନିକଟରେ ପ୍ରବାହିତ ହେଉଛି । ଏହି ସ୍ଥାନଟି ସୁନ୍ଦର ପ୍ରାକୃତିକ ଦୃଶ୍ୟ ଦ୍ୱାରା ଘେରି ରହିଛି । ରାମାୟଣରେ ମଧ୍ୟ ଚକାପାଦ ବିଷୟରେ ଉଲ୍ଲେଖ କରାଯାଇଛି । ଚକାପାଦର ପୁରାତତ ନାମ ହେଉଛି ଏକଚକ୍ରନଗରୀ । ଏହି ନାମ ରାମାୟଣ ସହିତ ସଂଯୁକ୍ତ । ଏଠାରେ ଏକ ଶିବ ମନ୍ଦିର ଅଛି । ଏହି ମନ୍ଦିରରେ ଥିବା ଲିଙ୍ଗ ଦକ୍ଷିଣ ଆଡକୁ ଢଳି ରହିଛନ୍ତି । ତେଣୁ ଏହି ସ୍ଥାନର ସମସ୍ତ ଗଛ ମଧ୍ୟ ଦକ୍ଷିଣକୁ ଢଳି ରହିଛନ୍ତି ।
ସ୍ୱାମୀଜୀ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ । ତାଙ୍କ କାର୍ଯ୍ୟକଳାପ ଦ୍ୱାରା ଏହା ସ୍ପଷ୍ଟ ଭାବରେ ପ୍ରତ୍ୟେୟମାନ ହୋଇଛି । ସେ ଏହି ଅଂଚଳରେ ନିଜର ଗତିବିଧିମାଧ୍ୟମରେ କନ୍ଧମାଳ ଲୋକଙ୍କର ଜୀବନଶୈଳୀରେ ଆମୂଳଚୂଳ ପରିବର୍ତନ କରିଦେଇଥିଲେ । ସତ୍ସଙ୍ଗ ଜରିଆରେ ଲୋକଙ୍କ ଜୀବନଧାରା କିପରି ବଦଳିପାରେ ସେ ତାର ପ୍ରୟୋଗ କନ୍ଧମାଳରେ କରିଥିଲେ । ଜିଲ୍ଲାର ସବୁ ଗ୍ରାମରେ ସତ୍ସଙ୍ଗ କେନ୍ଦ୍ର ସ୍ଥାପନ କରିଥିଲେ । ଜନଜାତିର ଲୋକଙ୍କ ଭିତରେ ସେ ମଦ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । ସତସଂଗ ଦ୍ୱାରା ହଜାର ହଜାର ଲୋକଙ୍କର ନିଶା ଅଭ୍ୟାସ ଛଡାଇଥିଲେ । ଉଦୟଗିରି ତହସିଲର କାଟିଙ୍ଗିଆ ଗ୍ରାମରେ ତାଙ୍କ ପ୍ରଭାବରେ ସମସ୍ତେ ମଦ ବର୍ଜନ କରିଥିଲେ ।
ସ୍ୱାମୀଜୀ କେବଳ ଶାସ୍ତ୍ର ଏବଂ ଦର୍ଶନ ନୁହେଁ, କୃଷି, ପଶୁପାଳନ ଏବଂ ଫଳଚାଷ ଉପରେ ମଧ୍ୟ ତାଙ୍କର ଅଭୂତ ଦକ୍ଷତା ଥିଲା ଯାହା ସେ ଜନଜାତିର ଲୋକମାନଙ୍କୁ କନ୍ଧମାଳରେ ଶିକ୍ଷା ଦେଉଥିଲେ । ନିଶ୍ୱାର୍ଥପର ସେବା ପାଇଁ ସେ ବିବେକାନନ୍ଦ ସେବା ପୁରସ୍କାର ପାଇଥିଲେ । ସ୍ୱାମୀଜୀଙ୍କୁ କ୍ଷେତରେ ଭଲ ଚାଷ କରିବାର କୌଶଳ ଜଣାଥିଲା । କେତେବେଳେ ଓ କିପରି ଧାନ ପନିପରିବା ଚାଷ କରାଯାଏ ସେ ଗ୍ରାମବାସୀଙ୍କୁ ଶିକ୍ଷା ଦେଇଥିଲେ । ତାଙ୍କର ଉଦ୍ୟମ ଯୋଗୁଁ ଉଦୟଗିରି ଏବଂ ରାଇକିଆ ବ୍ଲକ୍ ଅଂଚଳର କୃଷକମାନେ ଓଡିଶାରେ ସର୍ବୋତମ ଗୁଣବତା ଏବଂ ସର୍ବାଧିକ ପରିମାଣର ଡାଲି ଉତ୍ପାଦନ କରନ୍ତି । ସେମାନେ ମଧ୍ୟ କାଟିଙ୍ଗିଆରେ ଏକ ପନିପରିବା ସମବାୟ ସମାଜ ଗଠନ କଲେ । ଏହି ପ୍ରୟାସ ମାଧ୍ୟମରେ ସ୍ଥାନୀୟ ଜନସଂଖ୍ୟାର ଆର୍ଥôକ ସ୍ଥିତି ବହୁତ ଉନ୍ନତ ହେଲା ।
ବର୍ତମାନ ଆମେ କନ୍ଧମାଳର ସବୁଆଡେ ସବୁଜତା ଦେଖିପାରୁଛୁ କାରଣ ଏହାର ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ଜଙ୍ଗଲ ଆବରଣ ରହିଛି । ଏହା ସ୍ୱାମୀଜୀଙ୍କ ଉଦ୍ୟମ ହେତୁ ହୋଇଛି । ଜଙ୍ଗଲ ସଂରକ୍ଷଣର ସର୍ବୋକୃଷ୍ଟ ରାସ୍ତା ସେ ଉଦ୍ଭାବନ କରିଥିଲେ । ଲୋକଙ୍କୁ ବିଶ୍ୱାସକୁ ନେଇ ସେ ଜଙ୍ଗଲକୁ ଗ୍ରାମ ସଂପତି ବୋଲି ଘୋଷଣା କରିଥିଲେ । ଏହାକୁ ତଦାରଖ କରିବା ଦାୟିତ୍ୱ ଗ୍ରାମବାସୀଙ୍କ ଉପରେ ନ୍ୟସ୍ତ କରିଥିଲେ । ଭଲ ଜଙ୍ଗଲ ବଢାଉଥିବା ଗ୍ରାମବାସୀଙ୍କୁ ସର୍ବସାଧାରଣରେ ପ୍ରସଂଶା କରୁଥିଲେ । ଜଙ୍ଗଲ ନଷ୍ଟ କରୁଥିବା ଲୋକଙ୍କୁ ମୃଦୁ ଭର୍ସନା ଶୁଣାଉଥିଲେ । ଯଦି ଜରୁରୀକାଳୀନ ପରିସ୍ଥିତି ଉପୁଜେ ତେବେ ଗୋଟିଏ ଗଛ କାଟି ପାରିବେ ଏବଂ କେବଳ ଗ୍ରାମ କମିଟିର ଅନୁମତି ପରେ କାଠ ନେଇ ପାରିବେ । ମିଳିତ ଜଙ୍ଗଲ ପରିଚାଳନା ବ୍ୟବସ୍ଥା ୧୯୭୦ ରେ ସ୍ୱାମୀଜୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।
ଆଦିବାସୀ ସଂସ୍କୃତି, ପରମ୍ପରାର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ସ୍ୱାମୀଜୀ କଠୋର ପର୍ିଶ୍ରମ କରିଛନ୍ତି । ଜନଜାତି ସଂସ୍କୃତିର ସେ ମୁଖ୍ୟ ପୃଷ୍ଠପୋଷକ ଥିଲେ । ତାଙ୍କ ଉଦ୍ୟମରେ ନଷ୍ଟ ହୋଇଯାଇଥିବା ଧରଣୀ ପେନୁ(ପୃଥୀବୀ ମାତା)ଙ୍କୁ ପୁନଃ ପ୍ରତିଷ୍ଠା କରାଯାଇଥିଲା । ସେହିଭଳି ସେ ଗଜପତି ଏବଂ କନ୍ଧମାଳ ଜିଲ୍ଲାରେ ରଥଯାତ୍ରା ଆରମ୍ଭ କରିଥିଲେ । ବନବାସୀ ସଂସ୍କୃତି ଏବଂ ଇତିହାସ ଏଠାରେ ଅତି ମହାନ୍ ଏବଂ ଗାରିମାମୟ ବୋଲି ସେ ଉଦାହରଣ ସହ ଲୋକମାନଙ୍କୁ ବୁଝାଇଥିଲେ ।
ସେ ପ୍ରାୟତଃ ସବୁବେଳେ କହୁଥିଲେ ଯେ ଯେଉଁଠାରେ ଲୁହ କିମ୍ବା ରକ୍ତ ପଡ଼େ ସେହି ଅଂଚଳରେ ଉନ୍ନତି ହେବ ନାହିଁ । ତେଣୁ ସେ ଗୋହତ୍ୟାକୁ ବିରୋଧ କରିଥିଲେ । ସେ ଗୋମାତାଙ୍କୁ ରକ୍ଷା କରିବା ପାଇଁ ଲୋକଙ୍କୁ ଶିକ୍ଷା ଦେଇଥିଲେ । ସେ ରାଜ୍ୟର ଅଧିକାଂଶ ସ୍ଥାନରେ ସଭା, ସମିତି, ଶୋଭାଯାତ୍ରା ଏବଂ ଧାରଣାମାନ ଦେଇ ଗୋ-ହତ୍ୟା ବିରୋଧରେ ଲୋକଙ୍କୁ ଏକଜୁଟ କରିଥିଲେ । ସ୍ଥାନୀୟ ଯୁବକମାନଙ୍କୁ ଏକତ୍ରିତ କରି ଏହାକୁ ରୋକିବା ଦିଗରେ ଏକ ଶକ୍ତି ନିର୍ମାଣ କରିଥିଲେ । ଏହା ଧର୍ମାନ୍ତରିତ ହୋଇଥିବା ପାଣ ଖ୍ରୀଷ୍ଟିଆନମାନଙ୍କ ସ୍ୱାର୍ଥରେ ଆଂଚ ଆଣିଲା କାରଣ ସେହିମାନେ ଗାଈ ମାରୁଥିଲେ । ଚର୍ଚ୍ଚ ପାଇଁ ମଧ୍ୟ ଏହା ଏକ ଆହ୍ୱାନ ଥିଲା । କାରଣ ହିନ୍ଦୁ ପରମ୍ପରା ଏବଂ ହିନ୍ଦୁ ମାନସିକତାକୁ ଆଘାତ ଦେବା ପାଇଁ ସେମାନେ ଗାଈ ମାରୁଥିଲେ ।
କନ୍ଧମାଳରେ ଆଦିବାସୀମାନଙ୍କୁ ଖ୍ରୀଷ୍ଟିଆନ ଧର୍ମରୁ ରକ୍ଷା କରିବା ତାଙ୍କର ମୁଖ୍ୟ କାର୍ଯ୍ୟଥିଲା । ଆଦିବାସୀମାନଙ୍କୁ ସେମାନଙ୍କର ମୂଳ ଆସ୍ଥାକୁ ଫେରାଇ ଆଣିବା ପାଇଁ ସେ ଯଥାସମ୍ଭବ ଚେଷ୍ଟା କରିଥିଲେ । ତାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ରାଜ୍ୟର ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ଛନ୍ଦ, କପଟ ଓ ଲୋଭ ଦେଖାଇ ଗରୀବ ଲୋକମାନଙ୍କୁ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ କରାଯାଉଥିଲା । ସ୍ୱାମୀଜୀ ଏହି ଅନ୍ୟାୟ ତଥା ବେ-ଆଇନ କାର୍ଯ୍ୟର ବିରୋଧରେ ପାହାଡ ଭଳି ଠିଆ ହୋଇଥିଲେ । ସେ କହୁଥିଲେ ଏମିତି କରି ମିଶନାରୀମାନେ ସରଳ ଲୋକଙ୍କୁ ସେମାନଙ୍କ ମହାନ ସଂସ୍କୃତି ସହ ଜନ୍ମଭୂମି ଠାରୁ ବିଚ୍ଛେଦ କରୁଛନ୍ତି । ଯେଉଁମାନେ ଅତୀତରେ ସ୍ୱଧର୍ମ ପରିତ୍ୟାଗ କରି ଚାଲି ଯାଇଥିଲେ ସେମାନେ ନିଜର ଭୁଲ ବୁଝି ପାରିଲେ ସ୍ୱାମୀଜୀ ସେମାନଙ୍କ ପୁନର୍ବାର ପରିବର୍ତନ କରି ମୂଳଧର୍ମକୁ ଫେରାଇ ଆଣୁଥିଲେ । କନ୍ଧଙ୍କର ଜମି ଖ୍ରୀଷ୍ଟିଆନମାନେ ଜବରଦସ୍ତ ମାଡି ବସିଥିଲେ । ତେଣୁ ସରଳ କନ୍ଧ ବନବାସୀମାନଙ୍କୁ ସେମାନଙ୍କ ଅଧିକାର ବାବଦରେ ସ୍ୱମୀଜୀ ସଚେତନ କରାଉଥିଲେ ।
ସ୍ୱାମୀଜୀଙ୍କ ଜନଜାଗରଣ ଦ୍ୱାରା ଖ୍ରୀଷ୍ଟିଆନମାନଙ୍କ କପଟପୂର୍ଣ୍ଣ ତଥା ବେଆଇନ ଧର୍ମାନ୍ତରୀକରଣ ବେପାର ବନ୍ଦ ହୋଇ ଆସୁଥିଲା । ଯାହା ଫଳରେ ମିଶନାରୀମାନେ ପ୍ରମାଦ ଗଣିଲେ । ସ୍ୱାମୀଜୀଙ୍କ ଲାଗି ସାରା ଦେଶ ଜାଣିଲା ଯେ ମିଶନାରୀମାନେ ସେବା ନାଁରେ ସାହାଯ୍ୟ ନାଁରେ କନ୍ଧମାଳରେ ନୀରିହ ତଥା ସରଳ ଲୋକଙ୍କ ଧର୍ମ ପରିବର୍ତନ କରୁଛନ୍ତି । ଏହାଦ୍ୱାରା ସ୍ୱାମୀଜୀଙ୍କ ଲୋକପ୍ରିୟତା ଏବଂ ଅନୁଗାମୀମାନଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିଲା । ଯାହା ଖ୍ରୀଷ୍ଟିଆନମାନଙ୍କ ଆଖିରେ ଯାଉ ନଥିଲା । ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କୃଷି କାର୍ଯ୍ୟରେ ସ୍ୱାମୀଜୀଙ୍କ ଅବଦାନ ପାଇଁ ଲୋକଙ୍କ ମନରେ ବିଶ୍ୱାସ ବଢିଲା । ଅନେକ ଲୋକ ଆତ୍ମ ନିଯୁକ୍ତି ପାଇଲେ । ଆର୍ଥିକ ଦୃଷ୍ଟିରୁ ଉନ୍ନତି କଲେ । ଏହା ଖ୍ରୀଷ୍ଟିଆନମାନଙ୍କର ଚକ୍ଷୁଶୁଳ ହେଉଥିଲା । କାରଣ ସେମାନେ ପୀଡିତ, ଶୋଷିତ ଏବଂ ଅଭାବଗ୍ରସ୍ତ ଲୋକଙ୍କୁ କିଛି ସାହାର୍ଯ୍ୟ କରି ତାର ଧର୍ମ ବଦଳାଉ ଥିଲେ । ଏହିସବୁ କାରଣ ନିମନ୍ତେ ଖ୍ରୀଷ୍ଟିଆନ ଆତଙ୍କବାଦୀମାନେ ସ୍ୱାମୀଜୀଙ୍କୁ ରାସ୍ତାରୁ ହଟାଇବା ଏକମାତ୍ର ପନ୍ଥା ବୋଲି ମନେକଲେ । ଯେଉଁଥିପାଇଁକି ୧୯୬୯ରେ ରୁପା ଗାଁ,୧୯୭୦ରେ ଟିକାବାଲି ବ୍ଲକର ତେନ୍ତୁଳିପଦା ଗ୍ରାମ, ୧୯୭୮ରେ ଜି ଉଦୟଗିରି ବ୍ଲକର ଗାଟିଙ୍ଗିଆ ଗ୍ରାମ,୧୯୮୧ରେ ଦାରିଙ୍ଗିବାଡି ବ୍ଲକର କାଟିଙ୍ଗିଆ, ୧୯୯୮ରେ ଉଦୟଗିରି ବ୍ଲକର କମ୍ବାଗିରି, ୧୯୯୯ରେ ପିରିଙ୍ଗିଆ, ୨୦୦୨ରେ କଳିଙ୍ଗା ଠାରେ ସ୍ୱାମୀଜୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ସେମାନେ ଭାବିଥିଲେ ଏହାଦ୍ୱାରା ହିନ୍ଦୁ ସାମାଜିକ କାର୍ଯ୍ୟକର୍ତାମାନେ ଭୟ ପାଇବେ ଏବଂ କାମ ଛାଡି ଦେବେ ଫଳରେ ଖ୍ରୀଷ୍ଟିଆନକରଣର ମାର୍ଗ ପ୍ରଶସ୍ତ ହେବ । ଏହା ଥିଲା ସେମାନଙ୍କର ଯୋଜନା । କିନ୍ତୁ ଭଗବାନଙ୍କ ଆଶିର୍ବାଦରୁ ସେ ସମସ୍ତ ଆକ୍ରମଣରୁ ଅଳ୍ପକେ ସ୍ୱାମୀଜୀ ବର୍ତିଯାଇଥିଲେ । ଶେଷରେ ୨୦୦୮ ମସିହା ଅଗଷ୍ଟ ମାସ ୨୩ ତାରଖ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଚାଲୁଥିବା ବେଳେ ସଧ୍ୟା ୭ଟା ୩୦ ମିନିଟ ସମୟରେ ଆତତାୟୀମାନେ ଜଳେଶପଟ୍ଟା ସ୍ଥିତ ଶଙ୍କରାଚାର୍ଯ୍ୟ କନ୍ୟାଶ୍ରମ ଭିତରେ ପଶି ଆଖିବୁଜା ଗୁଳି ଚଳାଇଥିଲେ । ସେମାନେ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସମେତ କନ୍ୟାଶ୍ରମ ସଂଚାଳିକା ମାତା ଭକ୍ତିମୟୀ,ଅମୃତାନନ୍ଦ ବାବା, କିଶୋରବାବା ଏବଂ ଜଣେ ଛାତ୍ରୀର ଅବିଭାବକ ପୁରଂଜନ ଗଣ୍ଠିଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ।

ହତ୍ୟା ପଛରେ ଥିବା କାରଣ
ଦୀର୍ଘ ୪୦ ବର୍ଷ ଧରି ସ୍ୱାମୀଜୀ, ଖ୍ରୀଷ୍ଟିଆନଙ୍କ କପଟପୂର୍ଣ୍ଣ ତଥା ବେଆଇନ ଧର୍ମାନ୍ତରଣକୁ ବିରୋଧ କରି ଆସୁଥିଲେ । ତାଙ୍କ ଲାଗି ସାରା ଦେଶ ଜାଣିଲା ଯେ ମିଶନାରୀମାନେ ସେବା ନାଁରେ ସାହାଯ୍ୟ ନାଁରେ କନ୍ଧମାଳର ନିରୀହ ତଥା ସରଳ ଲୋକଙ୍କ ଧର୍ମ ପରିବର୍ତନ କରୁଛନ୍ତି । ଧର୍ମାନ୍ତରଣ ବିରୋଧରେ ଏହି ୮୪ ବର୍ଷୀୟ ସନ୍ଥ ପାହାଡ ଭଳି ଠିଆ ହୋଇଥିଲେ ।
ଗୋ – ହତ୍ୟାର ସେ ଦୃଢ଼ ବିରୋଧ କରୁଥିଲେ ଏବଂ ସ୍ଥାନୀୟ ଯୁବକ ମାନଙ୍କୁ ଏକତ୍ରିତ କରି ଏହାକୁ ରୋକିବା ଦିଗରେ ଏକ ଶକ୍ତି ନିର୍ମାଣ କରିଥିଲେ । ଏହା ଧର୍ମାନ୍ତରିତ ହୋଇଥିବା ପାଣ ଖ୍ରୀଷ୍ଟିଆନମାନଙ୍କ ସ୍ୱାର୍ଥରେ ଆଂଚ ଆଣିଲା କାରଣ ସେହିମାନେ ଗାଈ ମାରୁଥିଲେ । ଚର୍ଚ୍ଚ ପାଇଁ ମଧ୍ୟ ଏହା ଏକ ଆହ୍ୱାନ ଥିଲା । କାରଣ ହିନ୍ଦୁ ପରମ୍ପରା ଏବଂ ହିନ୍ଦୁ ମାନସିକତାକୁ ଆଘାତ ଦେବା ପାଇଁ ସେମାନେ ଗାଈ ମାରୁଥିଲେ ।
ସେ ସରଳ କନ୍ଧ ବନବାସୀ ମାନଙ୍କୁ ଅଧିକାର ବାବଦରେ ସଚେତନ କରାଉଥିଲେ, କାରଣ କନ୍ଧଙ୍କର ଜମି ଖ୍ରୀଷ୍ଟିଆନମାନେ ଜବରଦସ୍ତ ମାଡ଼ି ବସିଥିଲେ ।
ସ୍ୱାମୀଜୀଙ୍କ ଲୋକପ୍ରିୟତା ଏବଂ ଅନୁଗାମୀଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିଲା ଯାହା ଖ୍ରୀଷ୍ଟିଆନମାନଙ୍କ ଆଖିରେ ଯାଉ ନଥିଲା ।
ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କୃଷି କାର୍ଯ୍ୟରେ ସ୍ୱାମୀଜୀଙ୍କ ଅବଦାନ ପାଇଁ ଲୋକଙ୍କ ମନରେ ବିଶ୍ୱାସ ବଢିଲା । ଅନେକ ଲୋକ ଆତ୍ମ ନିଯୁକ୍ତି ପାଇଲେ । ଆର୍ଥôକ ଦୃଷ୍ଟିରୁ ଉନ୍ନତି କଲେ । ଏହା ଖ୍ରୀଷ୍ଟିଆନ ଙ୍କର ଚକ୍ଷୁଶୁଳ ହେଉଥିଲା । କାରଣ ସେମାନେ ପୀଡିତ, ଶୋଷିତ ଏବଂ ଅଭାବଗ୍ରସ୍ତ ଲୋକଙ୍କୁ କିଛି ସାହାଯ୍ୟ କରି ତାର ଧର୍ମ ବଦଳାଉ ଥିଲେ ।
ଏହି ସବୁ କାରଣ ନିମନ୍ତେ ଖ୍ରୀଷ୍ଟିଆନ ଆତଙ୍କବାଦୀ ମାନେ ସ୍ୱାମୀଜୀଙ୍କୁ ରାସ୍ତାରୁ ହଟାଇବାକୁ ଏକମାତ୍ର ପନ୍ଥା ବୋଲି ମନେକଲେ । ଏହା ଦ୍ୱାରା ହିନ୍ଦୁ ସାମାଜିକ କାର୍ଯ୍ୟକର୍ତାମାନେ ଭୟ ପାଇବେ ଏବଂ କାମ ଛାଡି ଦେବେ ଫଳରେ ଖ୍ରୀଷ୍ଟିଆନ କରଣର ମାର୍ଗ ପ୍ରଶସ୍ତ ହେବ । ଏହା ଥିଲା ସେମାନଙ୍କର ଯୋଜନା ।
ଆକ୍ରମଣର ଇତିହାସ
ଶେଷ ନିଃଶ୍ୱାସ ତ୍ୟାଗ କରିବା ପୂର୍ବରୁ ୮ଥର ସ୍ୱାମୀଜୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଖ୍ରୀଷ୍ଟିଆନ ଆତଙ୍କବାଦୀମାନେ ହିଁ ଏହି ଆକ୍ରମଣ କରିଥିଲେ ।
୧୯୬୯ ମସିହାରେ ରୁପା ଗାଁ ଠାରେ ତାଙ୍କ ଉପରେ ପ୍ରଥମ ଆକ୍ରମଣ ହୋଇଥିଲା । ବେଆଇନ ଧର୍ମାନ୍ତରଣ ବିରୋଧ କରୁଥିବାରୁ ସ୍ଥାନୀୟ ଚର୍ଚ୍ଚର ଫାଦରଙ୍କ ନେତୃତ୍ୱରେ ଅନେକ ଖ୍ରୀଷ୍ଟିୟ ଅନୁଗାମୀମାନେ ତାଙ୍କୁ ମାରିଦେବା ଉଦେ୍ଦଶ୍ୟରେ ଆକ୍ରମଣ କରିଥିଲେ ।
୧୯୭୦ରେ ଗୋ – ଚାଲାଣକାରୀ ଏବଂ ଗୋ ମାଂସ ବ୍ୟବସାୟୀମାନେ ସଂଘବଦ୍ଧ ଭାବରେ ଟିକାବାଲି ବ୍ଲକର ତେନ୍ତୁଳିପଦା ଗ୍ରାମରେ ତାଙ୍କୁ ଆକ୍ରମଣ କରିଥିଲେ ।
ଏକ କୀର୍ତନ ମଣ୍ଡଳୀରେ ନାମ ସଙ୍କୀର୍ତନ କରୁଥିବା ବେଳେ ୧୯୭୮ ମସିହାରେ ଜି. ଉଦୟଗିରି ବ୍ଲକର ଗାଟିଙ୍ଗିଆ ଗ୍ରାମରେ ସ୍ୱାମୀଜୀଙ୍କ ଉପରେ ତୃତୀୟ ଆକ୍ରମଣ ହୋଇଥିଲା ।
୧୯୮୧ରେ ଦାରିଙ୍ଗବାଡି ବ୍ଲକର କାଟିଙ୍ଗିଆ ଠାରେ ଏକ ଯଜ୍ଞ କରୁଥିବା ବେଳେ ତାଙ୍କ ଉପରେ ସଶସ୍ତ୍ର ଖ୍ରୀଷ୍ଟିଆନ ମାନେ ଆକ୍ରମଣ କରିଥଲେ ମାତ୍ର ସ୍ଥାନୀୟ ଲୋକେ ଏବଂ ପୋଲିସ୍ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ ।
୧୯୯୮ ରେ ଉଦୟଗିରି ବ୍ଲକର କମ୍ବାଗିରି ଠାରେ ଏକ ଯଜ୍ଞ କରୁଥିବା ବେଳେ ଖ୍ରୀଷ୍ଟିଆନ ଆତଙ୍କବାଦୀ ମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ ।
୧୯୯୯ରେ ଫିରିଙ୍ଗିଆ ଠାରେ ଏକ ସତ୍ ସଂଗରେ ଯୋଗଦେଇଥିବା ବେଳେ ଖ୍ରୀଷ୍ଟିଆନ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ ।
୨୦୦୨ ମସିହାରେ କଳିଙ୍ଗାଠାରେ ଏକ ଯଜ୍ଞ କରୁଥିବା ବେଳେ ଖ୍ରୀଷ୍ଟିଆନ ଆତଙ୍କବାଦୀ ମାନେ ଜଙ୍ଗଲ ପଟୁ ଲୁଚି ଆସି ତାଙ୍କ ଉପରେ ପଥର ବର୍ଷା କରିଥିଲେ । ଏଥିରେ ସ୍ୱାମୀଜୀଙ୍କ ମୁଣ୍ଡ ଫାଟି ଯାଇଥିଲା ଏବଂ ସେ ଗୁରୁତର ଭାବେ ଆହତ ହୋଇଥିଲେ ।
୨୦୦୭ ମସିହା ଡିସେମ୍ବର ୨୪ ତାରିଖ ଦିନ ସ୍ୱାମୀଜୀ ବ୍ରାହ୍ମଣୀ ଗାଁ ଯାଉଥିବା ବେଳେ ୨୦୦ରୁ ଅଧିକ ମାରଣାସ୍ତ୍ରରେ ସଜ୍ଜିତ ଖ୍ରୀଷ୍ଟିଆନ କଂଗ୍ରେସ ସାଂସଦ ତଥା ଖ୍ରୀଷ୍ଟିଆନ ନେତା ରାଧାକାନ୍ତ ନାୟକଙ୍କ ଗାଁ ଦାର୍ସିଂବାଡି ଠାରେ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ସ୍ୱାମୀଜୀଙ୍କ ସହିତ ତାଙ୍କ ନିରାପତାରକ୍ଷୀ, କିଶୋର ବାବା ଏବଂ ଧର୍ମରଥର ଚାଳକ ଗୁରୁତର ଭାବେ ଆହତ ହୋଇଥିଲେ ।

ମାଓବାଦୀଙ୍କ ସଂପୃକ୍ତି ବିଶ୍ୱାସ ଯୋଗ୍ୟ ନୁହେଁ

 ହତ୍ୟାକାଣ୍ଡର ଅଳ୍ପ ସମୟ ମଧ୍ୟରେ ପୋଲିସ ମହାନିଦେ୍ର୍ଦଶକ ଏବଂ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏଥିରେ ମାଓବାଦୀମାନେ ସଂପୃକ୍ତ ବୋଲି ବୟାନ ଦେଲେ ।
ଘଟଣାର କୌଣସି ଅନୁସନ୍ଧାନ କରାଯାଇନଥିଲା । ଏମିତିକି ପୋଲିସ୍ ଘଟଣା ସ୍ଥଳରେ ପହଁଚି ନଥିଲା । ସେ ସମୟରେ ଡିଜି ଏହି ବୟାନ ଦେଲେ ଯେଉଁଥିରେ କୌଣସି ସତ୍ୟତା ନଥିଲା ।

ସ୍ୱାମୀଜୀଙ୍କର ସ୍ଥାନୀୟ ଜନଜାତିର ଲୋକମାନଙ୍କ ଉପରେ ଅଖଣ୍ଡ ପ୍ରଭାବ ଥିଲା । ମାଓବାଦୀ ଆନେ୍ଦାଳନକୁ ସମର୍ଥନ ଜଣାଇବା ପାଇଁ ସବୁବେଳେ ସେମାନେ ସ୍ଥାନୀୟ ଜନଜାତିର ଲୋକଙ୍କୁ ନିବେଦନ କରୁଥିଲେ ।
ଖ୍ରୀଷ୍ଟିଆନ ଆତଙ୍କବାଦୀଙ୍କ ଆଡୁ ଦୃଷ୍ଟି ହଟାଇବା ପାଇଁ ପ୍ରଶାସନ ମାଓବାଦୀଙ୍କ ମୁଣ୍ଡରେ ନେଇ ଦୋଷ ମାଡ଼ିଦେଲା । 
ସାରା ଦେଶରେ ମାଓବାଦୀମାନେ କେଉଁଠି ହିନ୍ଦୁ ନେତାଙ୍କୁ ହତ୍ୟା କରିଛନ୍ତି ଏମତି ନଜର ନାହିଁ । ପୁଣି ସ୍ୱାମୀଜୀଙ୍କ ପରି ଜଣେ ସମାଜ ସେବୀ ଯେ ବନବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରୁଥିଲେ ତାଙ୍କୁ ମାଓବାଦୀମାନେ ହତ୍ୟା କରିବେ ଏହା ଆଦୌ ବିଶ୍ୱାସ ଯୋଗ୍ୟ ନୁହେଁ ।
ସ୍ୱାମୀଜୀ ୨୦୦୫ ମସିହାରେ ରାୟଗଡ଼ା ଜିଲ୍ଳାର ଚନ୍ଦ୍ରପୁର ଅଞ୍ଚଳରେ ପଦଯାତ୍ରା କରିଥିଲେ । ଏହା ମାଓବାଦୀଙ୍କର ଏକ ଗଡ ବୋଲି ବୁଝାଯାଏ । ଏତେବେଳେ ତାଙ୍କର କୌଣସି ପ୍ରକାର ଆସୁବିଧା ହୋଇନଥିଲା ।
ଧମକପୂର୍ଣ୍ଣ ଚିଠି ଦେଇଥିବା ସଂଗଠନ ପାହାଡିଆ ଗ୍ରୁପ ବୋଲି ନିଜର ପରିଚୟ ଦେଇଥିଲା । ଏଭଳି କୌଣସି ସଂଗଠନ ପୋଲିସ୍ ରେକର୍ଡ, ଗୁଇନ୍ଦା ରେକର୍ଡÿ ବା ଜନଶୃତିରେ ମଧ୍ୟ ଏମିତି ନାମ ନାହିଁ ।
ଘଟଣା ଘଟିବା ପରେ ଅନ୍ୟତମ ମାଓବାଦୀ ଅଧ୍ୟୁଷିତ ଜିଲ୍ଲା ଗଜପତିର ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟାଳୟକୁ ମାଓବାଦୀଙ୍କ ନାମରେ ଏକ ଚିଠି ଆସିଥିଲା ଯେଉଁଥିରେ ସେମାନେ ଏଭଳି ଜଘନ୍ୟ କାର୍ଯ୍ୟ କରିନାହାନ୍ତି ବୋଲି ଦର୍ଶାଇଥିଲେ । 
ସେପ୍େଟମ୍ୱର ୫ ତାରିଖରେ ବହୁଳ ପ୍ରସାରିତ ଓଡ଼ିଆ ଦୈନିକ ଖବର କାଗଜ ' ସମାଜ ' ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରେ ସିପିଆଇ ମାଓବାଦୀ କୋଟଗଡ କମିଟି ଦର୍ଶାଇଥିଲା ଯେ ମାଓବାଦୀ କେନ୍ଦ୍ରୀୟ କମିଟି ସ୍ୱାମୀଜୀଙ୍କୁ ହତ୍ୟା କରିବାକୁ କ୍ୟାଡ଼ରମାନଙ୍କୁ ନିଦେ୍ର୍ଦଶ ଦେଇନାହିଁ; ତଥାପି ଖ୍ରୀଷ୍ଟିଆନ ଏବଂ ଚର୍ଚ୍ଚର ନେତାମାନେ କେତେଜଣ କମ୍ରେଡଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ଏଥିରେ ସାମିଲ କରିଥାଇ ପାରନ୍ତି ବୋଲି ଏଥିରେ ଦର୍ଶାଯାଇଥିଲା । ଏଭଳି ସାଥୀମାନଙ୍କ ଉପରେ କମିଟି ତଦନ୍ତ କରିବ ଏବଂ ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବ ବୋଲି ଏଥିରେ କୁହାଯାଇଥିଲା ।
ସମାନ ପ୍ରକାରର ଏକ ଚିଠି ମଧ୍ୟ ପୁରୀର ଶଙ୍କରାଚାର୍ଯ୍ୟ ମଠକୁ ଆସିଥିଲା ଯାହା ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଗଣ ମାଧ୍ୟମକୁ ଦେଇଥିଲେ ।
ନୂଆଗାଁର ଲୋକମାନେ ଦୁଇଜଣ ଖ୍ରୀଷ୍ଟିଆନ ଯୁବକଙ୍କୁ ଧରି ପୋଲିସକୁ ଦେଇଥିଲେ । ସେମାନଙ୍କ ପାଖରୁ କଳାମୁଖୀ , ଛୁରୀ ଏବଂ ବାଇବେଲ ମିଳିଥିଲା ।
ହତ୍ୟାକାଣ୍ଡର କିଛି ସମୟ ପରେ ଏଥିରେ ମାଓବାଦୀଙ୍କ ହାତ ବୋଲି କହୁଥିବା ପୋଲିସ ପଛକୁ ହଟିଯାଇ ଏକ ବିରାଟ ଷଡ଼ଯନ୍ତ୍ର ରହିଛି ବୋଲି ଅନୁଭବ କଲା ।
ଉପରୋକ୍ତ ତଥ୍ୟ ଗୁଡ଼ିକୁ ଦେଖି ମାଓବାଦୀମାନେ ଯେ ହତ୍ୟା କାଣ୍ଡରେ ସଂପୃକ୍ତ ଅଛନ୍ତି ତାହା ସ୍ୱୀକାର କରାଯାଇ ପାରିବ ନାହିଁ । ହଁ କିଛି ମାଓବାଦୀଙ୍କୁ ଖ୍ରୀଷ୍ଟିଆନ ମାନେ ମୋଟା ଅଙ୍କର ଅର୍ଥ ଦେଇ ଏ କାମ କରାଇ ଥାଇ ପାରନ୍ତି , ଏମିତି ଏକ ସଂଭାବନା ରହିଛି ।

ଦାୟିତ୍ୱହୀନ ଏବଂ ବିଫଳ ନିରାପତ୍ତା ବ୍ୟବସ୍ଥା

୮ଥର ମରଣାନ୍ତକ ଆକ୍ରମଣ ହେବା ପରେ ମଧ୍ୟ ପ୍ରଶାସନ ସ୍ୱାମୀଜୀଙ୍କୁ ଯଥେଷ୍ଟ ନିରାପତ୍ତା ବ୍ୟବସ୍ଥା ଯୋଗାଇବା ଦିଗରେ ବିଫଳ ହୋଇଥିଲା ।
ଯାହାବି ନିରାପତ୍ତା ଯୋଗାଇ ଦିଆଯାଇଥିଲା ସେ ସବୁ ଅସ୍ଥାୟୀ ବା ସାମୟିକ ଥିଲା । ସରକାରଙ୍କର ଏଥିରେ କୌଣସି ଆନ୍ତରିକତା ମଧ୍ୟ ନଥିଲା ।
୨୦୦୭ରେ ଏକ ବଡ଼ ଧରଣର ଆକ୍ରମଣ ହୋଇଥିଲା । ଏହାକୁ ନେଇ ସାରା ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ଦେଖା ଦେଇଥିଲେ ମଧ୍ୟ ସରକାର ସ୍ୱାମୀଜୀଙ୍କୁ ଜଣେ ମାତ୍ର ନିରାପତ୍ତା ରକ୍ଷୀ ଦେଇଥିଲେ । 
ସି. ଆର. ପି. ଏଫ ର ସଶସ୍ତ୍ର ଜବାନଙ୍କୁ ୨୦୦୭ ଠାରୁ ମୁତୟନ କରଯାଇଥିଲା ମାତ୍ର ସରକାର ସ୍ୱାମୀଜୀଙ୍କ ହତ୍ୟାକାଣ୍ଡର ୭ ଦିନ ପୂର୍ବରୁ ଏହାଙ୍କୁ ପ୍ରତ୍ୟାହାର କରି ନେଇ ୮ ଜଣ ଲାଠିଯୁକ୍ତ ହୋମଗାର୍ଡ ସେଠାରେ ମୁତୟନ କରିଥିଲେ । ତେବେ ଆକ୍ରମଣ ହେବା ସମୟରେ ୮ ଜଣଯାକ ଖାଇବାକୁ ଯିବା ବାହାନାରେ କେଉଁଆଡେ ଚାଲିଯାଇଥିଲେ ।
ସ୍ୱାମୀଜୀଙ୍କୁ ଜେଡ ଟାଇପର ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ବାରମ୍ବାର ଦାବୀ କରାଯାଇ ଆସୁଥିଲା । ଗତବର୍ଷ ଆକ୍ରମଣ ପରେ ବ୍ୟକ୍ତିଗତ ସୁରକ୍ଷା ତାଙ୍କର ବଢ଼ାଯାଉ ବୋଲି ଦାବୀ କରାଯାଇଥିଲା । ତେବେ ସରକାର ଏଥିପ୍ରତି କର୍ଣ୍ଣପାତ କରିନଥିଲେ ।
ଧମକପୂର୍ଣ୍ଣ ଚିଠି ପାଇବା ପରେ ସ୍ୱାମୀଜୀ ଥାନାରେ ଏତଲା ଦେବା ପରେ ବି ତାଙ୍କର ନିରାପତ୍ତା ଉପରେ ପୋଲିସ ଦୃଷ୍ଟି ନ ଦେଇ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଛନ୍ତି ବୋଲି କହି ପୋଲିସ ତାଙ୍କୁ ଦୁର୍ବ୍ୟବହର କରିଥିଲା ।
ହତ୍ୟାକାଣ୍ଡ ଘଟିବା ଦିନ ସକାଳୁ ଏକମାତ୍ର ବ୍ୟକ୍ତିଗତ ନିରାପତ୍ତାରକ୍ଷୀ ଘରକୁ ଛୁଟିରେ ଚାଲିଗଲା । ତା ବଦଳରେ କୌଣସି ବିକଳ୍ପ ବ୍ୟବସ୍ଥା ମଧ୍ୟ ପୋଲିସ୍ କଲା ନାହିଁ ।
ସ୍ୱାମୀଜୀ କୌଣସି ସମୟରେ ନିଜ ଜୀବନ ପ୍ରତି ମୋହ ରଖୁ ନଥିଲେ । ସର୍ବଦା ନିର୍ଭୟ ଓ ଧେୟନିଷ୍ଠ ହୋଇ କାର୍ଯ୍ୟ କରୁଥିଲେ । ତଥାପି ଧମକପୂର୍ଣ୍ଣ ଚିଠି ଆଦି ପାଇବା ପରେ ସମାଜରେ ସେ ଜଣେ ସମ୍ମାନସ୍ପଦ ବ୍ୟକ୍ତି ହୋଇଥିବାରୁ ତାଙ୍କୁ ଯଥେଷ୍ଟ ନିରାପତ୍ତା ଯୋଗାଇ ଦେବା ଆମ ସାମ୍ବିଧାନିକ ଅଧିକାରର ଅନ୍ତର୍ଭୁକ୍ତ । ତେବେ ସରକାର ଏହା ଯୋଗାଇ ଦେବାରେ ସମ୍ପୂର୍ଣ ଭାବେ ବିଫଳ ହୋଇଥିଲେ ।

ହତ୍ୟାକାଣ୍ଡ ପରେ
୨୩ ତାରିଖ ରାତିରେ ହତ୍ୟା ଖବର ପ୍ରଚାରିତ ହେବା ପରେ ସମଗ୍ର ରାଜ୍ୟରେ ପ୍ରବଳ ଉତ୍ତେଜନା ଦେଖା ଦେଲା । ହଜାର ହଜାର ଲୋକ ରାତି ରାତି ଛୁଟିଲେ ଜଲେଶପଟ୍ଟା ଆଶ୍ରମକୁ । ଅନେକ ମୁଖ୍ୟରାସ୍ତା ସବୁ ଅବରୋଧ କଲେ । ଚାରିଆଡେ ଧାରଣା ବିକ୍ଷୋଭମାନ ଆୟୋଜିତ ହେଲା ।
ଜଳେଶପଟ୍ଟା ଓ ଆଖ ପାଖ ଅଞ୍ଚଳରେ କର୍ଫ୍ୟୁ ଜାରି ହେଲା ।
୨୪ ଅଗଷ୍ଟରେ ନିହତ ସାଧୁ ମା ଶୋଭାଯାତ୍ରାରେ ଚକାପାଦ ଅଣାଗଲା । ପ୍ରାୟ ୨୬ ଘଣ୍ଟା ସମୟ ରାସ୍ତାରେ ଲାଗିଲା ।
ପ୍ରତ୍ୟେକ ଗାଁରେ ଶୋକାକୁଳ ପରିବେଶରେ ଜନତା ଏହି ଜନନାୟକଙ୍କୁ ଅଶ୍ରୁଳଶ୍ରଦ୍ଧାଞ୍ଜଳି ଜଣାଇଲେ ।
ଓଡ଼ିଶା ସରକାର ଘଟଣାର ବିଚାର ବିଭାଗୀୟ ତଦନ୍ତ ଘୋଷଣା କଲେ ।
ଶ୍ରୀ କେ. ସି. ସୁଦର୍ଶନ, ଏଲ. କେ. ଆଡଭାନୀ, ଶ୍ରୀ ଶ୍ରୀ ରବିଶଙ୍କର, ରାଜନାଥ ସିଂଙ୍କ ପରି ଅତି ବିଶିଷ୍ଟ ବ୍ୟକ୍ତିମାନେ ଏ ଘଟଣାର ନିନ୍ଦା କଲେ ।
୨୫ ଅଗଷ୍ଟ ରେ ଓଡ଼ିଶା ଇତିହାସରେ ଅତ୍ୟନ୍ତ ସଫଳ ହୋଇଥିବା ବନ୍ଦ ପାଳିତ ହେଲା କନ୍ଧମାଳ ଜିଲ୍ଲାର ଅଧିକାଂଶ ଭାଗରେ କର୍ଫ୍ୟୁଜାରି କରାଗଲା ।
ଅନେକ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ହେଲା ।
ଚକାପାଦ ଠାରେ ସ୍ୱାମୀଜୀ ସମାଧି ନେଲେ ।
ସମଗ୍ର କନ୍ଧମାଳରେ କେନ୍ଦ୍ରୀୟ ନିରାପତ୍ତା ବାହିନୀ ମୁତୟନ ହେଲା ବାହାର ଲୋକଙ୍କୁ ଜିଲ୍ଲାକୁ ଛଡ଼ାଗଲା ନାହିଁ ।
ଗଜପତି ମହାରାଜ ଦିବ୍ୟସିଂହ ଦେବ ଏବଂ ଅନ୍ୟ ଆଧ୍ୟାତ୍ମିକ ନେତାମାନେ ସ୍ୱାମୀଜୀଙ୍କ ହତ୍ୟାକାଣ୍ଡର ବିରୋଧ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏହା ଉପରେ ଦାବୀ କଲେ ।
୨୮ ଅଗଷ୍ଟରେ ଖ୍ରୀଷ୍ଟିଆନ ମାନଙ୍କ ଉପରେ ଆକ୍ରମଣ କରାଯାଉଛି ବୋଲି ଅଭିଯୋଗ କରି ଦେଶବ୍ୟାପୀ ଖ୍ରୀଷ୍ଟିଆନ ସ୍କୁଲ ବନ୍ଦ ରଖାଗଲା ।
୨୫ ଅଗଷ୍ଟରୁ ୧ ସେପ୍େଟମ୍ୱର ଭିତରେ ଅନେକ ଖ୍ରୀଷ୍ଟିଆନ ନିଜ କୁଡିଆ ଘରେ ନିଆଁ ଲଗାଇ ଦେଇ ଚର୍ଚ୍ଚ ଅଥବା ରିଲିଫ କ୍ୟାମ୍ପକୁ ଚାଲିଗଲେ । ଏହାଦ୍ୱାରା ସେମାନେ ସରକାରୀ ଓ ବେସରକାରୀ ସାହାଯ୍ୟ ସହିତ ମାଗଣା ଖାଦ୍ୟ ଓ ନିରାପତ୍ତା ମଧ୍ୟ ପାଇଲେ ।
ବହୁ ସଂଖ୍ୟକ ହିନ୍ଦୁ ପୁରୁଷ ଏବଂ ମହିଳାଙ୍କୁ ଦଙ୍ଗା କରିଥିବା ଅଭିଯୋଗରେ ପୋଲିସ ଗିରଫ କଲା ।
ଜୟପୁରରେ ୭୦ ବର୍ଷର ବୁଦ୍ଧଙ୍କୁ ମଧ୍ୟ ପୋଲିସ ଦଙ୍ଗାକାରୀ କହି ଗିରଫ କଲା ।
ପ୍ରକୃତ ପ୍ରସଙ୍ଗରୁ ଦୃଷ୍ଟି ହଟାଇ ଦେବା ପାଇଁ ଖ୍ରୀଷ୍ଟିଆନ ସଂସ୍ଥାମାନେ ଯୋଜନା ବଦ୍ଧ ଭାବେ ବିଭିନ୍ନ ନାଟକ କଲେ ।
ଖ୍ରୀଷ୍ଟିଆନ ସଂପ୍ରଦାୟ ସେମାନଙ୍କୁ ସବୁ ନେଟୱର୍କ ଏବଂ ରାଜନୈତିକ ସହଯୋଗୀଙ୍କୁ ଧରି କନ୍ଧମାଳ ପ୍ରସଙ୍ଗକୁ ଆନ୍ତର୍ଜାତୀୟ ପ୍ରସଙ୍ଗ କରିଦେଲେ ।
ପୋପ ବେନେଡିକଟ – ୧୬ କନ୍ଧମାଳରେ ଖ୍ରୀଷ୍ଟିଆନଙ୍କୁ ହତ୍ୟା କରାଯାଉଛି କହି ଏହାର ନିନ୍ଦା କଲେ ।
ସୋନିଆ ଗାନ୍ଧୀଙ୍କ ମାତୃଭୂମି ଇଟାଲୀ ସଂସଦରେ ଏକ ପ୍ରସ୍ତାବ ଗୃହୀତ ହେଲା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡକାଇ କନ୍ଧମାଳରେ ଖ୍ରୀଷ୍ଟିଆନଙ୍କୁ ହତ୍ୟା କରାଯାଉଛି କହି ତାର ଭର୍ତ୍ସନା କରାଗଲା ।
ବ୍ରିଟିଶ୍ ପାର୍ଲାମେଣ୍ଟରେ ଏ ବାବଦରେ ଚର୍ଚ୍ଚା କରାଯିବା ସହିତ ଗଭୀର ଉଦବେଗ ପ୍ରକାଶ କରାଗଲା
ଆମେରିକା କଂଗ୍ରେସରେ ସିନେଟର ମାନେ ଏ ପ୍ରସଙ୍ଗ ଉଠାଇ କନ୍ଧମାଳ ଘଟଣାର ନିନ୍ଦା କଲେ ।
ପ୍ରବୀଣ ଭାଇ ତୋଗଡିଆ, ପ୍ରକାଶ ଜୟସ୍ୱାଲ , ଜନଦୟାଲ, ଗୁରୁଦାସ ଦାସଗୁପ୍ତା ଏବଂଆହୁରି ଅନେକ କନ୍ଧମାଳ ପ୍ରସଙ୍ଗରେ ଓଡ଼ିଶା ଗସ୍ତରେ ଆସିଥିଲେ ।
ସେପ୍େଟମ୍ବର ୩ ରେ ଆର୍ଚ୍ଚ ବିଶ୍ୱ ରାଫେଲ ଚିନ୍ନାଥ ସୁପ୍ରିମ କୋର୍ଟରେ ଏକ ପିଟିସନ ଦାୟର କରି କୌଣସି ଯାତ୍ରାକୁ ଅନୁମତି ନ ଦେବାକୁ ପ୍ରାର୍ଥନା କଲେ ।
ସେପ୍େଟମ୍ୱର ୪ ରେ କର୍ଫ୍ୟୁ ଏବଂ ପ୍ରଶାସନ ବାରଣ ସତ୍ତ୍ୱେ ହଜାର ହଜାର ଜନଜାତିର ପୁରୁଷ ଏବଂ ମହିଳା ଶୋଭାଯାତ୍ରାରେ ବାହାରିଲେ ।
ଶୋଭାଯାତ୍ରା ଉପରେ ପୋଲିସ ଲାଠି ଚାର୍ଜ କଲା ବହୁ ମହିଳା ଗୁରୂତର ଭାବେ ଆହତ ହେଲେ ।
ସେପ୍େଟମ୍ୱର ୫ ସୁଦ୍ଧା ପୋଲିସ ୪୩୫ ଜଣ ହିନ୍ଦୁଙ୍କୁ ହତ୍ୟା, ଡକାୟତି , ଗୃହଦାହ ଏବଂ ଲୁଟପାଟ ଭଳି ମିଥ୍ୟା ଅଭିଯୋଗ ଲଗାଇ ଗିରଫ କଲା ।
ସେପ୍େଟମ୍ୱର ୬ ରେ ସମଗ୍ର ରାଜଧାନୀରେ ୧୪୪ ଧାରା ଜାରି ଏବଂ ପୋଲିସର ଫ୍ଲାଗମାର୍ଚ୍ଚ ସତ୍ତ୍ୱେ ହଜାର ହଜାର ସାଧୁ ସ୍ୱାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ରାଜଧାନୀରେ ପହଞ୍ଚିଲେ ଏବଂ ଗିରଫ ହେଲେ ।
ସରକାରଙ୍କ ପକ୍ଷରୁ ବିଫଳ କରିବା ପାଇଁ ହଜାର ଉଦ୍ୟମ ସତ୍ତ୍ୱେ ଜଙ୍ଗଲ ପାହାଡ ଡେଇଁ ପାଦରେ ଚାଲି ଚାଲି ୮ ହଜାର ଶ୍ରଦ୍ଧାଳୁ ଷୋଡସୀ ଉତ୍ସବରେ ଚକାପାଦରେ ପହଞ୍ଚିଲେ ।
ସେପ୍େଟମ୍ୱର ୬ରୁ ୧୦ ଭିତରେ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟିର ନେତାମାନେ ଯେଉଁମାନେ ସ୍ୱାମୀଜୀଙ୍କ ହତ୍ୟାରେ ଦୁଃଖ ପ୍ରକାଶ କରୁଥିଲେ ସେମାନେ ବଦଳି ଯାଇ ସଂଖ୍ୟାଲଘୁ ତୁଷ୍ଟିକରଣର ପୁରୁଣା ରାଗ ଆଳାପ କଲେ । ସ୍ୱାମୀଜୀଙ୍କ ହତ୍ୟାକାରୀଙ୍କୁ ଧରିବା ପ୍ରସଙ୍ଗ ଛାଡି ସେମାନେ ସଂଖ୍ୟାଲଘୁ ସୁରକ୍ଷା ପ୍ରସଙ୍ଗ ଉଠାଇଲେ ।
ମାଓବାଦୀଙ୍କ ସଂପୃକ୍ତ ନୁହଁନ୍ତି ବୋଲି କନ୍ଧମାଳର ବିଭିନ୍ନ ସ୍ଥାନରେ ବ୍ୟାନର ଦେଖିବାକୁ ମିଳିଲା ।
ପୋଲିସ ଦୁଇଜଣ ସନ୍ଦିଗ୍ଧ ହତ୍ୟାକାରୀଙ୍କ ସ୍କେଚ ପ୍ରସ୍ତୁତ କଲା ।
ଖାଦ୍ୟ ଏବଂ କାମ ଦାବୀକରି ୫ ହଜାର ମହିଳା ବ୍ଲକ ଅଫିସ ଘେରାଉ କଲେ ସେମାନେ କର୍ଫ୍ୟୁ ଉଠାଇ ନେବା ସହ ରିଲିଫ ଦାବି କଲେ ।

ବିବାଦ ପଛରେ ଥିବା କାରଣ

  • ସଂରକ୍ଷଣ :
  • କନ୍ଧମାଳରେ ମୁଖ୍ୟତଃ ୨ଟି ସମ୍ପ୍ରଦାୟର ଲୋକ ଅଛନ୍ତି । କନ୍ଧ ଏବଂ ପାଣ . କନ୍ଧଙ୍କର ସଂଖ୍ୟା ହେଲା ୫୧.୯୬ ଶତାଂଶ, ପାଣ ଙ୍କ ପରିମାଣ ହେଲା ୧୬.୮୯ ଶତାଂଶ । କନ୍ଧମାନେ ତଫସିଲଭୁକ୍ତ ଜନଜାତିର ହୋଇଥିବା ବେଳେ ପାଣମାନେ ତଫସିଲଭୁକ୍ତ ଜାତି ବର୍ଗର ।
  • ପାଣମାନେ ମୁଖ୍ୟତଃ ଅଧିକ ସଂଖ୍ୟାରେ ଖ୍ରୀଷ୍ଟିଆନ ହୋଇ ଯାଇଛନ୍ତି । କନ୍ଧମାଳରେ କନ୍ଧଙ୍କ ସଂଖ୍ୟା ୫୧ ପ୍ରତିଶତରୁ ଅଧିକ ଥିଲେ ମଧ୍ୟ ତଫସିଲଭୁକ୍ତ ଜାତି ବର୍ଗ ପାଇଁ ଏଠିକାର ଲୋକସଭା ଏବଂ ଅନେକ ବିଧାନ ସଭା ଆସନ ସଂରକ୍ଷିତ । ଏଣୁ ଏହା ପ୍ରାୟ ପାଣଙ୍କ ଦଖଲରେ । ପାଣମାନେ ଉଚ୍ଚ ସରକାରୀ ପଦ ପଦବୀରେ ଅବସ୍ଥାପିତ, ଏମାନେ ମଧ୍ୟ ଧୋକାବାଜି କରି ସଂରକ୍ଷଣ ସୁବିଧା ଉପଯୋଗ କରୁଛନ୍ତି । ଆବଶ୍ୟକ ସମୟରେ ନିଜକୁ ହିନ୍ଦୁ ବା ଖ୍ରୀଷ୍ଟିଆନ ବୋଲି ଦର୍ଶାଇ ଉଭୟ ପଟର ସୁବିଧା ଉପଯୋଗ କରନ୍ତି । ଅନେକ ବଡ଼ ବଡ଼ ଏନଜିଓ ମଧ୍ୟ ଏମାନେ ଚଳାଉଛନ୍ତି ।
  • ସଂରକ୍ଷଣ ନିୟମ ଅନୁସାରେ ଧର୍ମ ବଦଳାଇଲେ ମଧ୍ୟ ତଫସିଲଭୁକ୍ତ ଜନଜାତି ପାଉଥିବା ସଂରକ୍ଷଣ ସୁବିଧା ପାଇବ କିନ୍ତୁ ତଫସିଲଭୁକ୍ତ ଜାତି ବର୍ଗର କେହି ଧର୍ମ ବଦଳାଇଲେ ସେମାନେ ଆଇନ ଅନୁସାରେ ସାଧାରଣ ବର୍ଗଙ୍କ ପରି ସମାନ ସୁବିଧା ସୁଯୋଗ ପାଇବେ ।
  • କଂଗ୍ରେସ ସାଂସଦ ରାଧାକାନ୍ତ ନାୟକ ତାଙ୍କର କେନ୍ଦ୍ର ସରକାର ଉପରେ ଚାପ ପକାଇ ନିଜକୁ କୁଇ ବୋଲି ଏକ ଜାତି ଭାବେ ପରିଭାଷିତ କରିଛନ୍ତି । କିନ୍ତୁ କନ୍ଧ ଏବଂ କନ୍ଧଙ୍କର ଉପ-ଜାତିମାନେ ହେଲେ କୁଇ ।
  • ଭାରତର ସମ୍ବିଧାନ ଭାଷା ଭିତ୍ତିକ ସଂରକ୍ଷଣକୁ ପ୍ରଶୟ ଦିଏ ନାହିଁ । ଏଣୁ ଧର୍ମାନ୍ତରିତ ହୋଇଥିବା ପାଣମାନେ କୌଣସି ପ୍ରକାର ସଂରକ୍ଷଣ ପାଇବାକୁ ଯୋଗ୍ୟ ନୁହଁନ୍ତି ।
  • ବର୍ତ୍ତମାନ ବହୁ ସଂଖ୍ୟାରେ ପାଣମାନେ ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟିଆନ ହୋଇଥିଲେ ମଧ୍ୟ ସରକାରୀ ଚାକିରୀ କଲାବେଳେ ତଫସିଲଭୁକ୍ତ ଜାତି ବର୍ଗର (ହିନ୍ଦୁ) ସାଟିଫିକେଟ ଦେଇ ଏହା କରୁଛନ୍ତି । ବେଆଇନ ଭାବରେ ଏମାନେ ହିନ୍ଦୁଙ୍କ ପାଇଁ ଉଦ୍ଧିଷ୍ଟ ସଂରକ୍ଷଣ ସୁବିଧାକୁ ମାଡ଼ି ବସିଛନ୍ତି । କୌଣସି ସମୟରେ ତଦନ୍ତ ହେଲେ ଏମାନଙ୍କ ଚାକିରୀ ଯିବାର ଭୟ ରହିଛି । ଏଣୁ କୌଣସି ମତେ ସେମାନେ ତଫସିଲଭୁକ୍ତ ଜନଜାତି ବୋଲି ଜାଲି ପ୍ରମାଣପତ୍ର ହାତେଇବାକୁ ଚାହୁଁଛନ୍ତି ।
  • ଏଥିପାଇଁ ଜିଲ୍ଲା ଉପରେ ପାଣଙ୍କର ଥିବା ସର୍ବକାଳୀନ ରାଜନୈତିକ ପ୍ରଭାବ ଏବେ ସମାପ୍ତ ହୋଇଯିବ ବୋଲି ସେମାନେ ଭୟଭୀତ ହୋଇଛନ୍ତି ।
  • ନିଜକୁ କୁଇ ଉପଜାତି ବର୍ଗର ବୋଲି କହି ଧର୍ମ ବଦଳାଇଥିବା ପାଣମାନେ ସଂରକ୍ଷଣ ଦାବୀ କରୁଛନ୍ତି ଏବଂ ନିଜର ନେତାଙ୍କୁ ଧରି କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି. ଏହା ହେଉଛି ଏଠି ଦେଖା ଯାଉଥିବା ଉତ୍ତେଜନାର ଏକ ପ୍ରମୁଖ କାରଣ ।

ଜମି :

  • ରାଜନୈତିକ ଦୃଷ୍ଟିରୁ ଚତୁର, ସରକାରୀ କର୍ମଚାରୀଙ୍କ ପ୍ରଭାବ ଏବଂ ଚର୍ଚ୍ଚର ପ୍ରୋତ୍ସାହନ ସହିତ ଏନଜିଓର ଅର୍ଥକୁ ଉପଯୋଗ କରୁଥିବା ପାଣମାନେ ବହୁ ପରିମାଣରେ କନ୍ଧ ମାନଙ୍କର ଜମି ବଳପୂର୍ବକ ମାଡ଼ି ବସିଛନ୍ତି ।
  • ରାଜ୍ୟର ଆଇନ କାନୁନ କିନ୍ତୁ ଏହାକୁ ପ୍ରଶୟ ଦିଏ ନାହିଁ, ଜଣେ ଅଣ ଜନଜାତିର ଲୋକଙ୍କ ଜମି ଭୋଗ ଦଖଲ କରିପାରିବ ନାହିଁ . ଏମିତି ଆଇନ ଏଠାରେ ରହିଛି ।
  • ହିନ୍ଦୁ ହୁଅନ୍ତୁ ବା ଖ୍ରୀଷ୍ଟିଆନ ହୁଅନ୍ତୁ ପାଣମାନେ ଆଦିବାସୀ ଜମିର ସତ୍ତ୍ୱାଧିକାର କେବେ ବି ହୋଇ ପାରିବେ ନାହିଁ ।
  • ଜମି ଜମା ସଂକ୍ରାନ୍ତୀୟ ସରକାରୀ ଅନୁଧ୍ୟାନରୁ ଜଣାପଡ଼ିଛି ପାଣମାନେ କନ୍ଧମାନଙ୍କର ଜମି ବେଆଇନ ଭାବେ ଦଖଲ କରୁଛନ୍ତି । ମୁଖ୍ୟତଃ ଖ୍ରୀଷ୍ଟିଆନ ହୋଇ ଯାଇଥିବା ପାଣମାନେ ସେମାନଙ୍କ ହାତରୁ ଜମି ଚାଲିଯିବ ବୋଲି ଭୟ କରୁଛନ୍ତି । ଏଣୁ କଳେବଳେ କୌଶଳେ ଜନଜାତିର ମର୍ଯ୍ୟାଦା ସେମାନେ ହାତେଇବାକୁ ଚାହୁଁଛନ୍ତି ।
  • ଅଧିକାଂଶ ଚର୍ଚ୍ଚ ଏଠାରେ ହିନ୍ଦୁ ଜନଜାତିଙ୍କର ଜମିରେ ଅଥବା ସରକାରୀ ଜମିରେ ତିଆରି ହୋଇଛି । ଧୀରେ ଧୀରେ ଏମାନଙ୍କ ମନରେ ସଚେତନତା ବଢୁଛି, ଏଣୁ ଜମିଜମା ଆଇନ ଏବଂ ଦଖଲର ସତ୍ୱ ନିଜ ପାଖରେ ରଖିବାକୁ ପାଣ ଖ୍ରୀଷ୍ଟିଆନମାନେ ଷଡ଼ଯନ୍ତ୍ରରେ ଲିପ୍ତ ଅଛନ୍ତି ।

ସାଂସ୍କୃତିକ ଆକ୍ରମଣ :

  • ସମଗ୍ର ଜିଲ୍ଲାଟି ଜଙ୍ଗଲ ପାହାଡ଼ ଘେରା, ଏଠାରେ ଶିକ୍ଷା ସ୍ୱାସ୍ଥ୍ୟ ଏବଂ ଯୋଗାଯୋଗର ବିଶେଷ ସୁବିଧା ନାହିଁ, ଅଧିକାଂଶ ଲୋକ ଏଠାରେ ଗରିବ ।
  • କନ୍ଧମାନେ ପ୍ରକୃତିର ଉପାସକ. ସେମାନଙ୍କର ଇଷ୍ଟ ଦେବୀ ହେଲା ଧରଣୀ ପେନୁ ( ପୃଥିବୀ ମାତା/ବସୁମାତା/ ମାଟି ମାଆ)
  • ଖ୍ରୀଷ୍ଟିଆନମାନେ ଦୀର୍ଘଦିନରୁ ଏଠିକାର କନ୍ଧମାନଙ୍କୁ ଖ୍ରୀଷ୍ଟିଆନ କରିବାକୁ ଉଦ୍ୟମ ଚଳାଇଛନ୍ତି. କିନ୍ତୁ ସ୍ୱାମୀଜୀଙ୍କ ପରି ବ୍ୟକ୍ତିଙ୍କ ପ୍ରଭାବ ଯୋଗୁ ଏହା ସମ୍ଭବ ହୋଇ ନାହିଁ ।
  • ନିଜ ସମ୍ପ୍ରଦାୟର ବିଶିଷ୍ଟବ୍ୟକ୍ତିମାନେ ଖ୍ରୀଷ୍ଟିଆନ ହୋଇଥିବାରୁ ପାଣମାନେ ବହୁ ସଂଖ୍ୟକ ଚର୍ଚ୍ଚ ଶରଣକୁ ଚାଲିଯାଇଛନ୍ତି. ଖ୍ରୀଷ୍ଟିଆନ ସଂସ୍ଥାମାନେ ଏଥିପାଇଁ ବହୁ ଅର୍ଥ ମଧ୍ୟ ବ୍ୟୟ କରୁଛନ୍ତି ।
  • ଖ୍ରୀଷ୍ଟଧର୍ମ ସେମାନଙ୍କ ସାଂସ୍କୃତିକ ବୈଭବ ଉପରେ ଆକ୍ରମଣ ଚଳାଇଛି ବୋଲି କନ୍ଧମାନେ ବୁଝି ପାରିଛନ୍ତି ।
  • କନ୍ଧମାନେ ସ୍ୱାମୀଜୀଙ୍କ ପ୍ରଭାବରେ ଗୋ-ମାଂସ ଖାଆନ୍ତି ନାହିଁ କିନ୍ତୁ ଖ୍ରୀଷ୍ଟିଆନମାନେ ଗୋ-ମାଂସ ଖାଉଥିବାରୁ କନ୍ଧମାନଙ୍କର ସେମାନଙ୍କ ଉପରେ ଘୃଣାଭାବ ରହିଛି ।

ଧର୍ମ ସ୍ୱାତନ୍ତ୍ର୍ୟ ଅଧିନିୟମ ୧୯୭୬ – ଲାଗୁ କରିବା ଦିଗରେ ପ୍ରଶାସନରେ ବିଫଳତା

  • ଭାରତରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠି ୧୯୭୬ ମସିହାରୁ ବେଆଇନ ଧର୍ମାନ୍ତରଣ ରୋକିବାକୁ ଧର୍ମ ସ୍ୱାତନ୍ତ୍ର୍ୟ ଅଧିନିୟମ ରହିଛି ।
  • ୧୯୮୯ ମସିହାରୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦିଆ ହୋଇଛି ଯେ କେଉଁଠି ଧର୍ମାନ୍ତରଣ ହେଉଛି ତାହା ଦେଖ । ୨୨ ବର୍ଷ ଧରି ଉକ୍ତ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶନାମ ରହିଛି ।
  • ଜନଗଣନା ରିପୋର୍ଟର ତଥ୍ୟ ଅନୁସାରେ ୧୯୬୧ ମସିହାରୁ ୨୦୦୧ ଭିତରେ କନ୍ଧମାଳରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୬ ଗୁଣା ବଢ଼ିଛି । ଅଥଚ ୨ ଜଣ ବ୍ୟକ୍ତି ମାତ୍ର ଆଇନ ଅନୁସାରେ ହିନ୍ଦୁରୁ ଖ୍ରୀଷ୍ଟିଆନ ହୋଇଛନ୍ତି ।
  • ଉପରୋକ୍ତ ତଥ୍ୟ ଦର୍ଶାଉଛି ଯେ ପ୍ରଶାସନ ଜ୍ଞାତସାରରେ ବହୁ ବ୍ୟକ୍ତି ଧର୍ମାନ୍ତରିତ ଏଠାରେ ହୋଇଛନ୍ତି ।

ଗୋ-ହତ୍ୟା ନିରୋଧ ଆଇନ କାର୍ଯ୍ୟକାରୀ କରିବାରେ ପ୍ରଶାସନର ବିଫଳତା

  • ଗୋ ହତ୍ୟା, ଗୋ ଚାଲାଣ ଉଭୟ ଉପରେ ଆଇନଗତ ପ୍ରତିବନ୍ଧକ ଥିଲେ ମଧ୍ୟ ସରକାର ଏହାକୁ ପାଳନ କରୁ ନାହାନ୍ତି ।
  • କନ୍ଧମାଳରେ ଖ୍ରୀଷ୍ଟିଆନମାନେ ସର୍ବସାଧାରଣରେ ଗାଈ ମାରି ହିନ୍ଦୁ ଭାବନାକୁ ଆହତ କରୁଥିଲେ ମଧ୍ୟ ଏହା ଉପରେ କାହାର ନିୟନ୍ତ୍ରଣ ନାହିଁ ।
  • ଉପରୋକ୍ତ ଘଟଣାରେ ପୋଲିସ କେବେହେଲେ ଏତଲା ଗ୍ରହଣ କରି ନାହିଁ. ଦୋଷୀକୁ ଧରିବାକୁ ବା ଦଣ୍ଡ ଦେବାକୁ ମଧ୍ୟ ଚାହେଁ ନାହିଁ ।
  • ପାଣମାନେ ବହୁ ଚତୁରତାର ସହ ଗୋ ହତ୍ୟା, ଗୋଚାଲାଣ କରୁଥିଲେ ମଧ୍ୟ ତାଙ୍କ ଉପରେ କିଛି ସରକାରୀ କାର୍ଯ୍ୟାନୁଷ୍ଠାନ ହୁଏ ନାହିଁ, ସେମାନେ ନାଗରିକ ଅଧିକାର ଦ୍ୱାରା ସୁରକ୍ଷିତ ଅଛନ୍ତି ।

ଖ୍ରୀଷ୍ଟିଆନଙ୍କ କୁ-କାର୍ଯ୍ୟ

  • ୧୯୮୧ ମସିହା ସେପ୍େଟମ୍ବର ୧୪ ରେ ୭୪୨ ଜଣ ଲୋକଙ୍କୁ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକରେ ଅର୍ଥ ଓ ଅନ୍ୟାନ୍ୟ ସୁବିଧା ଦିଆଯିବାର ପ୍ରତିଶୁତି ଦେଇ ଖ୍ରୀଷ୍ଟିଆନ କରାଯାଇଛି ।
  • ୧୯୬୮ ମସିହା ଏପ୍ରିଲ ୨୮ ତାରିଖରେ ରାଇକିଆ ବ୍ଲକର ଦିଗାଠାରେ ଖ୍ରୀଷ୍ଟିଆନମାନେ ଏକ ଶିବ ମନ୍ଦିର ଭାଙ୍ଗିଛନ୍ତି ।
  • ୧୯୮୭ ମସିହା ସେପ୍େଟମ୍ବର ୨୫ରେ ବନ୍ୟା ସାହାଯ୍ୟ ଦେବା ଆଳରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଧର୍ମାନ୍ତରଣ ପାଇଁ ଉଦ୍ୟମ ହୋଇଥିଲା. ସ୍ଥାନୀୟ ଲୋକ ବିରୋଧ କଲେ ଏଣୁ ଏହା ସମ୍ଭବ ହେଲାନାହିଁ ।
  • ୧୯୯୫ ମାର୍ଚ୍ଚ ୨୫ ତାରିଖରେ ଆର. ଉଦୟଗିରି ( ଗଜପତି ଜିଲ୍ଲା ) ଠାରେ ଆରୋଗ୍ୟ ମହୋତ୍ସବ ନାମକ ଯାତ୍ରା କରି ୨୫ ଜଣ ମିଶନାରୀ ଗିରଫ ହୋଇଥିଲେ ।
    -୧୯୯୭ ମସିହା ଜୁଲାଇ ୨୨ରେ ଗଜପତି ଜିଲ୍ଲାର ସେରଙ୍ଗ ଠାରେ ଅରବିନ୍ଦ ମନ୍ଦିରରେ ଏକ କ୍ରସ ପୋତିଥିଲେ । ହିନ୍ଦୁମାନେ ବିରୋଧ କରିବାରୁ ଖ୍ରୀଷ୍ଟିଆନ ଆତଙ୍କବାଦୀମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ।
  • ୧୯୯୮ ମସିହା ଅଗଷ୍ଟ ୧୩ରେ ହାପି ଭ୍ୟାଲି ଚିଲଡ୍ରେନ୍ସ ହୋମରେ ଚର୍ଚ୍ଚର ମୁଖ୍ୟ ପିଲାମାନଙ୍କୁ ଖ୍ରୀଷ୍ଟଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲେ. କିଛି ପିଲା ମନାକରିବାରୁ ବିଶୃଙ୍ଖଳା ସୃଷ୍ଟି କରୁଛ କହି ସେମାନଙ୍କୁ ସେଠାରୁ ବହିଷ୍କାର କରିଥିଲେ ।
  • ଦେବଗଡ଼ ଜିଲ୍ଲାର ଖୁରାଡ଼ ଗାଁରେ ଖ୍ରୀଷ୍ଟିଆନମାନେ ତଫସିଲଭୁକ୍ତ ଜନଜାତିଙ୍କ ଜମି ଜବରଦଖଲ କରିବା ସହିତ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ( ୨୦୦୩ ମସିହା ସେପ୍େଟମ୍ବର ୩୦ ତାରିଖରେ ଏ ଘଟଣା ଘଟିଥିଲା)
  • ୨୦୦୩ ମସିହା ନଭେମ୍ବର ୨୪ରେ ବାହାରେ ଚାକିରୀ ଦେବ ବୋଲି କହି ଯୁବତୀ ଚାଲାଣ କରୁଥିବା ଅଭିଯୋଗରେ ଜଣେ ନନ ଗିରଫ ହୋଇଥିଲେ ।
  • ୨୦୦୩ ମସିହା ଫେବୃଆରୀ ୪ ତାରିଖରେ ବାରିପଦାରେ ଜାକଲିନ ମେରି ନାମକ ଜଣେ ନନ ସ୍ଥାନୀୟ ଲୋକମାନେ ତାଙ୍କୁ ଧର୍ଷଣ କରିଛନ୍ତି ବୋଲି ଅଭିଯୋଗ କରିଥିଲେ କିନ୍ତୁ ପରେ ତାହା ମିଥ୍ୟା ପ୍ରମାଣିତ ହୋଇଥିଲା ।
  • କନ୍ଧମାଳ ଜିଲ୍ଲାର ମଣ୍ଡାସରୁ ଗ୍ରାମରେ ସୁନୀତା ନାୟକ ନାମକ ଜଣେ ଯୁବତୀଙ୍କୁ ଖ୍ରୀଷ୍ଟିଆନ ଯୁବକ ଧର୍ଷଣ କରିବା ପରେ ହତ୍ୟା କରିଥିଲେ ।
  • ୨୦୦୮ ମସିହା ଫେବୃଆରୀ ୧୯ରେ ଜଗତସିଂହପୁର ଜିଲ୍ଲାରେ ବଳପୂର୍ବକ ଖ୍ରୀଷ୍ଟିଆନଙ୍କୁ ହତ୍ୟା କରାଯାଉଛି ବୋଲି ଏମାନେ ଅଭିଯୋଗ କରିଥିଲେ . ତଦନ୍ତ ପରେ ଏହା ଭୁଲ ପ୍ରମାଣିତ ହୋଇଥିଲା ।
  • ୨୦୦୪ ମସିହା ଜୁଲାଇ ୧ରେ କେଉଁଝର ଜିଲ୍ଲାର ଚର୍ଚ୍ଚ ପରିଚାଳିତ ଏକ ସ୍କୁଲରେ ଜଣେ ଛାତ୍ରକୁ ଅସୁସ୍ଥତା ସତ୍ୱେ କାମ କରିବାକୁ କୁହାଯାଇ ବର୍ବରୋଚିତ ଭାବେ ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିଲା ।
  • ୨୦୦୫ ମସିହା ଜୁଲାଇ ୨୪ରେ ନବରଙ୍ଗପୁର କଷାଗୁମୁଡା ଗାଁରେ ଜଗନ୍ନାଥଙ୍କ ରଥଯାତ୍ରା ଉପରକୁ ଖ୍ରୀଷ୍ଟିଆନମାନେ ଅଣ୍ଡା ଫିଙ୍ଗିଥିଲେ ।
  • ୨୦୦୫ ମସିହା ଫେବୃଆରୀ ୧୯ରେ ଜ୍ୟୋତିର୍ମୟୀ ନାମକ ଜଣେ ବାଳିକାଙ୍କୁ ଖ୍ରୀଷ୍ଟିଆନମାନେ ଅପହରଣ କରି ଧର୍ମ ପରିବର୍ତ୍ତନ କରାଇ ବାହା ହେବାକୁ ଚାହିଁଥିଲେ ମାତ୍ର ସେ ରାଜି ନ ହେବାରୁ ତାଙ୍କୁ ହତ୍ୟା କରି ରେଳ ଧାରଣାରେ ପକାଇ ଦିଆଯାଇଥିଲା ।
  • ୨୦୦୭ ମସିହା ଜୁଲାଇ ୨୮ ତାରିଖରେ ବାରିପଦାର ବିଜୟ ସଦନ ହାଇସ୍କୁଲର ଛାତ୍ରଙ୍କୁ ନିର୍ଯ୍ୟାତନା ଦେଇଥିବାରୁ ନନ ପ୍ରେମା ଓ ମେରୀଙ୍କୁ ଗିରଫ କରାଯାଇଥିଲା ।
  • ୨୦୦୮ ମସିହା ଜାନୁଆରୀ ୨୮ରେ ସମର୍ପଣ ଲିମା ଏବଂ ଅନର୍ଗଳ ଲିମା ନାମକ ବ୍ୟକ୍ତି ବରଗଡ଼ ଜିଲ୍ଲାର ଚର୍ଚ୍ଚରେ ରୁକ୍ମଣୀ ହେମ୍ବ୍ରମ ନାମକ ୧୦ ବର୍ଷର ଜନଜାତିର ବାଳିକାକୁ ଯୌନ ନିର୍ଯ୍ୟାତନା ଦେଇଥିଲେ । ଏହା ବିରୋଧରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଥିଲେ ।
  • ୨୦୦୮ ମସିହା ଜୁଲାଇ ୮ରେ ତୁମୁଡ଼ିବନ୍ଧ ଗାଁର ଏକ ସର୍ବସାଧାରଣ ସ୍ଥଳରେ ଖ୍ରୀଷ୍ଟିଆନମାନେ ଗାଈ ମାରୁଥିଲେ । ସ୍ୱାମିଜୀଙ୍କର ଜଣେ ଶିଷ୍ୟ ମଧୁବାବା ଏହାର ବିରୋଧ କରିବାରୁ ସେମାନେ ବାବାଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ ।
  • ଚର୍ଚ୍ଚ ଦ୍ୱାରା ପରିଚାଳିତ ଏକ ଏନଜିଓ ‘କେରାଡ଼ି’ ର ନିର୍ଦେଶକଙ୍କୁ ୨୦୦୮ ମସିହା ଜୁଲାଇ ୧୪ ତାରିଖରେ ଲୋକଙ୍କୁ ଠକୁଥିବା ସହ ବିଭିନ୍ନ ସ୍ଥାନକୁ ଶିଶୁ ଚାଲାଣ କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା ।

କନ୍ଧମାଳ ଘଟଣାରେ ୟୁପିଏ ସରକାରଙ୍କ ଭୂମିକା

  • ପୂର୍ବରୁ କୁହାଯାଇଥିବା ଧର୍ମାନ୍ତରିତ ପାଣ ଖ୍ରୀଷ୍ଟିଆନଙ୍କର ବଡ଼ ନେତା ରାଧାକାନ୍ତ ନାୟକ କଂଗ୍ରେସର ରାଜ୍ୟସଭା ସଦସ୍ୟ, ସୋନିଆ ଗାନ୍ଧୀଙ୍କର ଖ୍ରୀଷ୍ଟିଆନ ହୋଇଥିବାରୁ ସେ ନିକଟତର । ଖ୍ରୀଷ୍ଟିଆନ ନେତା ଭାବରେ ସୋନିଆଙ୍କର ସ୍ୱତନ୍ତ୍ର ଆଗ୍ରହ କ୍ରମେ ସେ ସାଂସଦ ହୋଇଛନ୍ତି ।
  • ସ୍ୱାମୀଜୀଙ୍କ ହତ୍ୟା ପରେ ସୋନିଆଙ୍କ ନିର୍ଦେଶକ୍ରମେ ଭାରତ ସରକାର ବା ଗୃହ ମନ୍ତ୍ରାଳୟ କେହି ହେଲେ ସ୍ୱାମୀଜୀଙ୍କ ସମେତ ୪ଜଣଙ୍କୁ ଯେମିତି ବର୍ବରୋଚିତ ହତ୍ୟା କରାଗଲା ତାଙ୍କୁ ନିନ୍ଦା କଲେ ନାହିଁ ।
  • ହତ୍ୟାକାଣ୍ଡର ପ୍ରତିକ୍ରିୟା ଯେତେବେଳେ ଆସିଲା ସେତେବେଳେ କଂଗ୍ରେସ ଓ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଖ୍ରୀଷ୍ଟିଆନଙ୍କୁ ଖୁସି କରିବା ପାଇଁ କନ୍ଧମାଳ ହିଂସା ଜାତୀୟ ଲଜ୍ଜା ବୋଲି କହିଲେ ।
  • ସ୍ୱାମୀଜୀଙ୍କ ହତ୍ୟା ବାବଦରେ କିଛି ପ୍ରତିକ୍ରିୟା ନ ଜଣାଇ ‘ ଜାତୀୟ ଲଜ୍ଜା ‘ ବୋଲି କହିବାକୁ ଅନେକ ବୁଦ୍ଧିଜୀବୀ ନାପସନ୍ଦ କଲେ ।
    ୨୬ ଅଗଷ୍ଟରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ପ୍ରକାଶ ଜୟସ୍ୱାଲ ଓଡ଼ିଶା ଗସ୍ତରେ ଆସି ଥିଲେ କିନ୍ତୁ କନ୍ଧମାଳ ନ ଯାଇ ଫେରିଗଲେ । ସେପ୍େଟମ୍ବର ୪ ଦିନ ଗୃହମନ୍ତ୍ରୀ ଶିବରାଜ ପାଟିଲ ଗସ୍ତରେ ଆସି କନ୍ଧମାଳରେ ବୁଲିଲେ ।
  • ସେ ଖ୍ରୀଷ୍ଟିଆନ ଅଂଚଳ ବ୍ରାହ୍ମଣୀ ଗାଁ ଗଲେ . ରିଲିଫ କ୍ୟାମ୍ପରେ ଥିବା ଖ୍ରୀଷ୍ଟିଆନଙ୍କୁ ଭେଟି ଭଲମନ୍ଦ ବୁଝିଲେ କିନ୍ତୁ ଆଶ୍ରମକୁ ଗଲେ ନାହିଁ କି ହିନ୍ଦୁଙ୍କୁ ଭେଟିଲେ ନାହିଁ ।
  • ନିଜ ଗସ୍ତ ସମୟରେ ଚତୁରତା ସହ ଶିବରାଜ ପାଟିଲ ସବୁବେଳେ ସ୍ୱାମୀଜୀଙ୍କ ପ୍ରସଙ୍ଗ ଏଡ଼ାଇଗଲେ . କେଉଁଠି ଥରେ ସେ ତାଙ୍କ ନାମ ମଧ୍ୟ ଉଚ୍ଚାରଣ କଲେ ନାହିଁ କିମ୍ବା ସ୍ୱାମୀଜୀଙ୍କ ହତ୍ୟା ହୋଇଥିବା ଘଟଣା ସ୍ଥଳକୁ ମଧ୍ୟ ଗଲେ ନାହିଁ . ।
  • ସ୍ୱାମୀଜୀଙ୍କ ହତ୍ୟାକାଣ୍ଡ ପରବର୍ତ୍ତୀ ହିଂସାକାଣ୍ଡରେ ମରିଥିବା ଖ୍ରୀଷ୍ଟିଆନଙ୍କ ପାଇଁ ସେ ୩ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ । ଏହା ରାଜ୍ୟ ସରକାର ଘୋଷଣା କରିଥିବା ୨ ଲକ୍ଷ ଟଙ୍କାର ସହାୟତା ବାହାରେ ଥିଲା ।
  • ଖ୍ରୀଷ୍ଟିଆନମାନେ ବହୁ ଜାଲ ସଂଗଠନ ପ୍ୟାଡ଼ରେ ସରକାର, ମାନବିକ ଅଧିକାର କମିଶନ ସଂଖ୍ୟାଲଘୁ ଏବଂ ତଫସିଲଭୁକ୍ତ ଜାତି କମିଶନଙ୍କୁ ପିଟିସନ ଦେଇ ଖ୍ରୀଷ୍ଟିଆନଙ୍କ ଉପରେ ଏଠି ଅତ୍ୟାଚାର ଚାଲିଛି ବୋଲି ଅଭିଯୋଗ କଲେ ।
  • ଆକ୍ ବିଶପ ରାଫେଲ ଚିନ୍ନାଥଙ୍କ ଦ୍ୱାରା ଦିଆଯାଇଥିବା ପିଟିସନ ଆଧାରରେ ଆଡ଼ିସନାଲ ଆଟର୍ଣ୍ଣି ଜେନେରାଲ ସର୍ବୋଚ୍ଚ ନ୍ୟାୟାଳୟରେ ସ୍ୱାମୀଜୀଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ବ୍ୟାନ କରିବାକୁ ଦାବି କଲେ । କୋର୍ଟ ଏହି ପିଟିସନକୁ ଶୁଣାଣି କରି ଓଡ଼ିଶା ସରକାରଙ୍କୁ ଏହା ଉପରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦେଲା ।
  • ରାଜ୍ୟ ସରକାର କୌଣସି ପ୍ରକାର ଶ୍ରଦ୍ଧାଞ୍ଜଳି ସଭା କରାଇ ନ ଦେବାକୁ ଶପଥ ପାଠ ଦାଖଲ କଲେ । ସାରା ରାଜ୍ୟରେ ୧୪୪ ଧାରା ଜାରିକଲେ ।

ରାଷ୍ଟ୍ରୀୟ ଗଣମାଧ୍ୟମ ବନାମ ସ୍ଥାନୀୟ ଗଣମାଧ୍ୟମ

  • ଉକ୍ତ ଘଟଣାରେ ଗଣମାଧ୍ୟମକୁ ଯଦି ଦେଖାଯାଏ ତାହେଲେ ଏହାର ୨ଟି ଚରିତ୍ର ଜଣାପଡ଼ିବ ।
  • ସ୍ଥାନୀୟ ଗଣ ମାଧ୍ୟମମାନେ ଘଟଣାକୁ ଯେମିତି ଦେଖିଲେ ସେମିତି ପ୍ରକାଶ କଲେ କିନ୍ତୁ ଜାତୀୟ ସ୍ତରରେ ଇଂରାଜୀ କାଗଜÿ ଏବଂ ଇଲେକ୍ଟ୍ରୋନିକ ଗଣ ମାଧ୍ୟମମାନେ ବନେଇ ଚୁନେଇ ଭୁଲ ତଥ୍ୟ ପରିବେଷଣ କଲେ । ସ୍ଥାନୀୟ ଖବର କାଗଜମାନେ ସ୍ୱାମୀଜୀଙ୍କ ହତ୍ୟାକାଣ୍ଡ, ଅତୀତରେ ଆକ୍ରମଣ, ଖ୍ରୀଷ୍ଟିଆନଙ୍କ ଭୂମିକା ଧର୍ମାନ୍ତରଣ, ନିରାପତ୍ତା ବିଫଳ, ହତ୍ୟା ଇତ୍ୟାଦି ପଛରେ ଥିବା ଷଡଯନ୍ତ୍ର ଆଦି ପ୍ରସଙ୍ଗ ପ୍ରମୁଖତା ସହ ପ୍ରକାଶ କରିଥିଲେ ।
  • ଅପରପକ୍ଷରେ ଜାତୀୟ ସ୍ତରର ଗଣାମାଧ୍ୟମମାନେ ତଥା କଥିତ ଧର୍ମନିରପେକ୍ଷବାଦୀ ଏବଂ ଖ୍ରୀଷ୍ଟିଆନଙ୍କ ଚାପରେ ଏକ ତରଫା ସମ୍ବାଦ ପରିବେଷଣ କଲେ । ସତେ ଯେପରିକି କନ୍ଧମାଳରେ ଖ୍ରୀଷ୍ଟିଆନଙ୍କ ଉପରେ ଆକ୍ରମଣ ଛଡ଼ା ଅନ୍ୟକିଛି ଘଟି ନାହିଁ . ସ୍ୱାମୀଜୀଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ସେମାନେ ନିରବ ରହିଲେ ।
  • ପ୍ରାଥମିକ ସ୍ତରରେ ଜାତୀୟ ଗଣାମାଧ୍ୟମମାନେ ସ୍ୱାମିଜୀଙ୍କୁ ବିଶ୍ୱହିନ୍ଦୁ ପରିଷଦର ନେତା ବୋଲି ବର୍ଣନା କରିଥିଲେ ମଧ୍ୟ ପରେ ଏ ସବୁ ଭୁଲିଗଲେ ।
  • ଏପରିକି ସ୍ଥାନୀୟ ସମ୍ବାଦଦାତାମାନେ ଯାହା ଖବର ପଠାଇଲେ ଜାତୀୟ ସ୍ତରର ଗଣାମାଧ୍ୟମମାନେ ତାକୁ କାଟ ଛାଁଟ କରିବା ସହିତ ମିଥ୍ୟା ଖବର ଯୋଡ଼ି ଖ୍ରୀଷ୍ଟିଆନଙ୍କ ସପକ୍ଷରେ ପ୍ରକାଶ କଲେ ।
  • କମ୍ମ୍ୟୁନିଷ୍ଟ ପ୍ରଭାବିତ ଜାତୀୟ ଗଣମାଧ୍ୟମ ଓ ତଥାକଥିତ ଛଦ୍ମ ଧର୍ମନିରପେକ୍ଷବାଦୀ, ଆତ୍ମଘୋଷିତ ବୁଦ୍ଧିଜୀବୀ ହିନ୍ଦୁମାନେ ହିଁ ଖଳନାୟକ ବୋଲି ବର୍ଣ୍ଣନା କଲେ ।
  • ସେମାନେ କେଉଁଠି ପଦେ ହେଲେ ବି କହିଲେ ନି ଯେ ହତ୍ୟାକାଣ୍ଡର ଅପରାଧୀ ଧରାପଡ଼ିନାହାନ୍ତି ।
  • ଏନଡ଼ିଟିଭି ଏବଂ ନ୍ୟୁଜ ଏକ୍ସ ପରି ଚାଁନେଲମାନେ ମନଗଢ଼ା କାହାଣୀ ମାନ ପରିବେଷଣ କଲେ । ଶୁଦ୍ଧକ୍ରିୟା ଉପଲକ୍ଷେ ଲଣ୍ଡା ହୋଇଥିବା ଲୋକଙ୍କ ଛବି ଦେଖାଇ ସେମାନେ କହିଲେ ହିନ୍ଦୁମାନେ ଖ୍ରୀଷ୍ଟିଆନଙ୍କୁ ହିନ୍ଦୁଧର୍ମକୁ ଫେରାଇ ଆଣିବା ପାଇଁ ଏମିତି ଲଣ୍ଡା କରିଛନ୍ତି ।

ପୋଲିସର ବର୍ବରତା

  • ସ୍ୱାମୀଜୀଙ୍କ ହତ୍ୟା ଘଟଣା ପରେ ପରେ କନ୍ଧମାଳ ଜିଲ୍ଲାରେ କର୍ଫ୍ୟୁ ଜାରି ହେଲା କେନ୍ଦ୍ରୀୟ ଏବଂ ରାଜ୍ୟ ପୋଲିସର ବ୍ୟାପକ ମୁତୟନ କରାଗଲା ।
  • ପୋଲିସର ଯବାନମାନେ ଖ୍ରୀଷ୍ଟିଆନ ପାଦ୍ରୀ ଏବଂ ଚର୍ଚ୍ଚକୁ ସମ୍ପୂର୍ଣ ନିରାପତ୍ତା ପ୍ରଦାନ କରିବା ପାଇଁ ସମସ୍ତ ଆୟୋଜନ କଲେ . ରାଜ୍ୟ ସରକାରଙ୍କ ଉପରେ ଯୋଜନାବଦ୍ଧ ଭାବରେ ଚାପ ପ୍ରୟୋଗ କରି ନିରୀହ ବନବାସୀଙ୍କୁ ବହୁ ସଂଖ୍ୟାରେ ଗିରଫ କରି କଡ଼ା ଆଇନ ଏବଂ ଧାରା ଲଗାଯାଇ କୋର୍ଟ ଚାଲାଣ କରାଗଲା ।
  • କର୍ଫ୍ୟୁ ଏବଂ ବ୍ୟାପକ ଗିରଫଦାରୀରେ ଅତିଷ୍ଠିତ ଜନତାଙ୍କ ତରଫରୁ ପୋଲିସ ଫାଣ୍ଡି କୁ ଘେରାଉ ସହିତ ଧାରଣା ଅବ୍ୟାହତ ରହିଲା ।
  • ସରକାର ଚାପର ବର୍ଶବତ୍ତୀ ହୋଇ ଖ୍ରୀଷ୍ଟିଆନମାନଙ୍କୁ ରିଲିଫ କ୍ୟାମ୍ପରେ ଖାଇବା ଏବଂ ରହିବାର ବ୍ୟବସ୍ଥା କଲେ . ଏହା ଦ୍ୱାରା ସ୍ଥାନୀୟ କନ୍ଧ ଲୋକଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହେଲା ଏବଂ ଏହି ଅଶାନ୍ତି ଧୀରେ ଧୀରେ ହିଂସାରେ ପରିଣତ ହେଲା ।
  • କେନ୍ଦ୍ର ତରଫରୁ ଅଧିକରୁ ଅଧିକ ପୋଲିସ ପଠାଯାଇ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରାଗଲା . ସ୍ଥାନୀୟ ଜନତାଙ୍କ ଉପରେ ପୋଲିସର ବର୍ବରତା ଦିନକୁ ଦିନ ବଢ଼ି ଚାଲିଲା ।
  • ଘରେ ରାତି ଅଧରେ ପଶି ଅଭଦ୍ର ବ୍ୟବହାର କରିବା କବାଟ ଓ ଝରକା ଭାଙ୍ଗିବା ଭଳି କାମ ପୋଲିସ ଏଠାରେ କଲା ।
  • ଜୟପୁରର ୭୦ ବର୍ଷର ବୃଦ୍ଧଙ୍କୁ ରାତି ଅଧରେ ଘରେ ପଶି କବାଟ ଭାଙ୍ଗି ଗିରଫ କରି ନିର୍ଯ୍ୟାତନା ଦେଲେ ।
  • ବିନା ଦୋଷରେ ଲୋକଙ୍କୁ ବାଡ଼େଇବା ଓ ଗିରଫ କରିବା ଇତ୍ୟାଦି ..

ନନ ଧର୍ଷଣ ପଛର ସତ୍ୟତା

  • ବିଗତ କିଛି ଦିନ ତଳେ ହଠାତ ସମ୍ବାଦ ପତ୍ରରେ ପ୍ରକାଶିତ ହେଲା ଯେ କେ ନୂଆଗାଁ ଗ୍ରାମରେ ଥିବା ଏକ ଚର୍ଚ୍ଚର ନନ ଏବଂ ଫାଦରଙ୍କ ଉପରେ ( ଥୋମାସ ଗେଲିଆନ ) ଅଗଷ୍ଟ ୨୫ ତାରିଖରେ ଅମାନବୀୟ ଅତ୍ୟାଚାର କରାଯାଇ ମାଡ଼ ଦିଆଯାଇଛି ଏବଂ ସର୍ବ ସାଧାରଣରେ ନନଙ୍କୁ ଗଣ ଧର୍ଷଣ କରାଯାଇଛି ।
  • ଏ ସମ୍ବଳିତ ଏଫ.ଆଇ.ଆର. ନନ ଙ୍କ ତରଫରୁ ସ୍ଥାନୀୟ ଥାନାରେ ଦିଆଗଲା ପରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କର ଡ଼ାକ୍ତରୀ ମାଇନା କରାଯାଇଥିଲା ।
  • ସମ୍ବାଦ ପ୍ରକାଶିତ ହେଲା ପରେ ସ୍ଥାନୀୟ ଥାନା ଅଧିକାରୀ କେ.ଏଲ.ରାଓଙ୍କୁ ସସପେଣ୍ଡ କରିଦିଆଗଲା ଏବଂ କେସ ର ଅନୁସନ୍ଧାନ କାର୍ଯ୍ୟ କ୍ରାଇମବ୍ରାଞ୍ଚକୁ ନ୍ୟସ୍ତ କରିଦିଆଗଲା ।
  • ଏ ଘଟଣାକୁ ନେଇ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବ୍ୟାପକ ସମାଲୋଚନା କରାଗଲା ।
  • ଏ ପର୍ଯ୍ୟନ୍ତ ନନ ଜଣକ ପୋଲିସ ଅନୁସନ୍ଧାନରେ ସାହାଯ୍ୟ କରିବା ପାଇଁ ଆଗକୁ ଆସି ନାହାନ୍ତି ସେ କେଉଁଠାରେ ଅଛନ୍ତି ତାହାର କିଛି ଖବର ମଧ୍ୟ ପୋଲିସ ପାଖରେ ନାହିଁ ।
  • ଉକ୍ତ ଦିନ ମଧ୍ୟ ବରଗଡ଼ର ପଦ୍ମପୁର ଠାରେ ଅନ୍ୟ ଏକ ଯୁବତୀଙ୍କୁ ଉତ୍ୟକ୍ତ ଜନତା ପୋଡ଼ି ମାରିଦେଲେ ବୋଲି ଖବର ପ୍ରକାଶିତ ହେଲା . ଉକ୍ତ ଖବରରେ ଗଣ ମାଧ୍ୟମରେ ପ୍ରକାଶିତ ହେଲା ଯେ ସେହି ଯୁବତୀଙ୍କୁ ହତ୍ୟା କରାଯିବ ପୂର୍ବରୁ ଧର୍ଷଣ କରାଯାଇଥିଲା . କିନ୍ତୁ ଦେଖଣାହାରୀଙ୍କ କହିବା ଅନୁଯାୟୀ ଏବଂ ପରବର୍ତ୍ତୀ ସମୟରେ ପୋଲିସ ଦ୍ୱାରା ଅନୁସନ୍ଧାନରେ ଜଣ ପଡିଲା ଯେ ଯୁବତୀ ଲୁଚିଥିବା ଘରେ ନିଆଁ ଲଗାଇ ଦିଆଯିବା ଯୋଗୁଁ ସେହି ଯୁବତୀଟିର ମୃତ୍ୟୁ ଘଟିଥିଲା . ଧର୍ଷଣ ଭଳି କୌଣସି ଘଟଣା ସେହି ସ୍ଥାନରେ ଘଟିନଥିଲା ଏବଂ ଉକ୍ତ ଯୁବତୀ ଜଣକ ଜଣେ ଦଳିତ ହିନ୍ଦୁ ଥିଲେ ।

ବିଶ୍ୱ ସମ୍ବାଦ କେନ୍ଦ୍ର,
ଓଡିଶା ପୂର୍ବ

Leave a Reply