Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ରକ୍ଷାବନ୍ଧନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରକ୍ଷାବନ୍ଧନ


ଓଡ଼ିଶାର ଏକ ପାରମ୍ପରିକ ପର୍ବ ହେଲା ଗହ୍ମା ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା । ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ହଳମୂଷଳ ଧାରଣ କରିଥିବା ପ୍ରଭୁ ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ । ଏହି ଦିନ ଆମ ପରିବାରରେ ଭଉଣୀମାନେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି । କିନ୍ତୁ ପ୍ରାଚୀନ କାଳରୁ ରକ୍ଷାବନ୍ଧନ ପର୍ବ ଭାରତୀୟ ଲୋକଙ୍କ ସହ ଗଭୀର ସମ୍ପର୍କ ସ୍ଥାପନ କରିଆସୁଛି । ପ୍ରାଚୀନ ଭାରତୀୟ ପରମ୍ପରାରେ ସମାଜର ମାର୍ଗଦର୍ଶକ ଗୁରୁ ବା ଶିକ୍ଷକ ରକ୍ଷା ସୂତ୍ରର ସହାୟତାରେ ଏହି ଦେଶର ଜ୍ଞାନ ପରମ୍ପରାକୁ ରକ୍ଷା କରିବାକୁ ସଂକଳ୍ପ କରାଉଥିଲେ । ସାଂସ୍କୃତିକ ତଥା ଧାର୍ମିକ ପୁରୋହିତ ବର୍ଗ ମଧ୍ୟ ରକ୍ଷା ସୂତ୍ର୍ର ମାଧ୍ୟମରେ ସମାଜର ସୁରକ୍ଷା ପାଇଁ ପ୍ରତିଜ୍ଞା କରାଉଥିଲେ । ରାଜ ବ୍ୟବସ୍ଥାରେ ରାଜ ପୁରୋହିତ ରକ୍ଷା ସୂତ୍ରକୁ ରାଜାଙ୍କ ହାତରେ ବାନ୍ଧୁ ଥିଲେ ଏବଂ ଧର୍ମ,ସଂସ୍କୃତି, ପରମ୍ପରା ତଥା ସମଗ୍ର ପ୍ରଜାଙ୍କର ସୁରକ୍ଷା ପାଇଁ ସଂକଳ୍ପ କରାଉଥିଲେ । ଆଜି ଅନେକ ଧାର୍ମିକ ଓ ସାଂସ୍କୃତିକ ସଂଗଠନ ରକ୍ଷା ସୂତ୍ର ମାଧ୍ୟମରେ ସମାଜର ସୁରକ୍ଷା ପାଇଁ ଜନତାଙ୍କୁ ସଂକଳ୍ପ କରାଉଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ରକ୍ଷାବନ୍ଧନର ମୌଳିକ ଅର୍ଥ ହେଉଛି ସମାଜର ଶକ୍ତିଶାଳୀ ବର୍ଗ, ସେମାନଙ୍କର ଶକ୍ତି, ସାମର୍ଥ୍ୟ ଏବଂ ଦାୟିତ୍ୱବୋଧର ସଚେତନତାକୁ ଦୃଷ୍ଟିରେ ରଖି ସମାଜ ଏବଂ ସମାଜର ସର୍ବୋତମ ମୂଲ୍ୟବୋଧର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥାନ୍ତି ।
ପୁରାଣରେ ରକ୍ଷା ବନ୍ଧନ ସଂପର୍କରେ ବର୍ଣ୍ଣନା ଅଛି । ସତ୍ୟଯୁଗର ମହାନ ରାଜା ଥିଲେ ବଳି । ତାଙ୍କ ଜେଜେବାପାଙ୍କ ନାମ ପ୍ରହ୍ଲାଦ ଏବଂ ପିତାଙ୍କ ନାମ ବିରୋଚନ । ରାଜା ବଳି ତାଙ୍କ ଜେଜେବାପାଙ୍କ ପରି ଦାନବୀର ଥିଲେ କିନ୍ତୁ ଦୈତ୍ୟ ଗୁଣ ହେତୁ ସେ ଅହଂକାରୀ ମଧ୍ୟ ଥିଲେ । ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ସହାୟତାରେ ସେ ଏକଶହ ଅଶ୍ୱମେଧ ଯଜ୍ଞର ଆୟୋଜନ କରିଥିଲେ । ସେ ସଫଳତାର ସହିତ ୯୯ ତମ ଯଜ୍ଞ ପରିଚାଳନା କରିଥିଲେ ଏବଂ ଯଦି ସେ ୧୦୦ତମ ଯଜ୍ଞ ନିବିଘ୍ନରେ ଶେଷ କରିଥାନ୍ତେ, ତେବେ ସେ ଚିରଦିନ ପାଇଁ ଇନ୍ଦ୍ରଙ୍କ ସ୍ଥାନ ଅଧିକାର କରିଥାନ୍ତେ । ଏହା ଦେଖି ଦେବରାଜ ଇନ୍ଦ୍ର ପ୍ରମାଦ ଗଣିଲେ । ସେ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ । ଭଗବାନ ବିଷ୍ଣୁ ବ୍ରାହ୍ଣଣ ବେଶଧରି ବଳିଙ୍କ ଯଜ୍ଞଶାଳାକୁ ଯାଇ ଦାନ ମାଗିଲେ । ଗୁରୁ ମନାକଲା ପରେ ମଧ୍ୟ ନିଜର ଅହଂକାର ଭାବ ଯୋଗୁଁ ବଳି ବାମନ ରୂପରେ ଆସିଥିବା ବିଷ୍ଣୁଙ୍କୁ ତିନି ପାଦ ଭୂମି ଦାନ ଦେବା ପାଇଁ ସକଳ୍ପ କଲେ । ଏହା ପରେ ପ୍ରଭୁ ବାମନଙ୍କ ପ୍ରଥମ ପାଦ ସଂପୂର୍ଣ୍ଣ ଆକାଶ ପର୍ଯ୍ୟନ୍ତ ବ୍ୟାପିଗଲେ । ଦ୍ୱିତୀୟ ପାଦ ସମଗ୍ର ପୃଥିବୀ ଉପରେ ବ୍ୟାପିଗଲା ଏବଂ ତୃତୀୟ ପାଦ ରଖିବା ପାଇଁ କୌଣସି ସ୍ଥାନ ନଥିଲା । ଏହା ଦେଖି ରାଜା ବଳିଙ୍କର ଅହଂକାର ନଷ୍ଟ ହୋଇଗଲା ଏବଂ ତୃତୀୟ ପାଦ ରଖିବାକୁ ନିଜର ମସ୍ତକକୁ ଆଗକୁ ବଢାଇଲେ । ଭଗବାନ ବିଷ୍ଣୁ ବଳିର ମସ୍ତକରେ ତୃତୀୟ ପାଦ ରଖି ତାର ଅଂହକାରକୁ ନଷ୍ଟକରି ତାକୁ ପାତାଳକୁ ପଠାଇଦେଲେ । କିନ୍ତୁ ବଳି ନିଜର ଭକ୍ତି ବଳରେ ବିଷ୍ଣୁଙ୍କୁ ପ୍ରସନ୍ନ କରାଇ ପ୍ରତ୍ୟେକ ସମୟରେ ନିଜ ପାଖରେ ରହିବା ପାଇଁ କହିଲେ । ବିଷ୍ଣୁ ତାଙ୍କ ପାଖରେ ରହିବେ ବୋଲି ସମ୍ମତି ପ୍ରଦାନ କଲେ । ହେଲେ ମା ଲକ୍ଷ୍ମୀ ଠାକୁରାଣୀ ଏ ବିଷୟ ଜାଣି ପାରି ଚିନ୍ତିତ ହୋଇ ପଡିଲେ । ଶେଷରେ ନାରଦଙ୍କ କଥା ଅନୁସାରେ ସେ ବଳିଙ୍କ ନିକଟକୁ ଯାଇ ତାଙ୍କ ହାତରେ ରକ୍ଷାସୂତ୍ର ବାନ୍ଧି ଭାଇ କରି ନେଲେ । ଏହାପରେ ବିଷ୍ଣୁଙ୍କୁ ନିଜ ସାଥିରେ ନେଇଗଲେ ।
ଯେତେବେଳେ ଦେବ ଓ ଦାନବ ମଧ୍ୟରେ ଯୁଦ୍ଧ ଭୟଙ୍କର ହୋଇଥିଲା, ସେତେବେଳେ ଦେବରାଜ ଇନ୍ଦ୍ର ଭୟଭୀତ ହୋଇ ଦେବଗୁରୁ ବୃହସ୍ପତିଙ୍କ ଶରଣାପନ୍ନ ହୋଇଥିଲେ । ଏହି ସମୟରେ ଇନ୍ଦ୍ରଦେବଙ୍କ ପତ୍ନୀ ଶଚୀ ଦେବୀ ନିଜ ସ୍ୱାମୀଙ୍କ ବିଜୟ କାମନା କରି ଏକ ରେଶମୀ ଡୋରୀକୁ ମନ୍ତ୍ରପ୍ଳୁତ କରି ଇନ୍ଦ୍ରଙ୍କ ହାତରେ ବାନ୍ଧି ଦେଇଥିଲେ । ଯେଉଁଦିନ ସେ ଏହି ରେଶମୀ ଡୋରୀ ବାନ୍ଧିଥିଲେ, ସେଦିନ ଥିଲା ପବିତ୍ର ଶ୍ରାବଣ ପୂର୍ଣ୍ଣିମା । ବିଶ୍ୱାସ କରାଯାଏ ଯେ, ଏହି ଡୋରୀ ବାନ୍ଧିଲା ପରେ ଇନ୍ଦ୍ରଦେବ ଯୁଦ୍ଧରେ ଜୟଯୁକ୍ତ ହୋଇଥିଲେ । ସେବେଠାରୁ ଶ୍ରାବଣ ପୂର୍ଣ୍ଣିମା ଦିନ ଏହି ପବିତ୍ର ପାରମ୍ପାରିକ ପର୍ବ ‘ରକ୍ଷାବନ୍ଧନ’ ପାଳିତ ହୋଇଆସୁଛି ।
ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି । କାହାଣୀଟି କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ । ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳିରେ କ୍ଷତ ହୋଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି କ୍ଷତ ହୋଇଥିବା ଅଙ୍ଗୁଳିରେ ଗୁଡ଼ାଇ ଦେଇଥିଲେ । ଯେତେବେଳେ କୁରୁସଭାରେ ଦୁର୍ଯେ୍ୟାଧନ ଆଦେଶରେ ଦୁଃଶାସନ ରଜସ୍ୱାଳା ଦ୍ରୌପଦୀଙ୍କୁ ରାଜସଭାରେ ସମସ୍ତ(କୌରବ ଓ ପାଣ୍ଡବ)ଙ୍କ ଉପସ୍ଥିତିରେ ଉଲଗ୍ନ କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ କୋଟିବସ୍ତ୍ର ଦାନକରି ଦ୍ରୌପଦୀଙ୍କର ଲଜ୍ୟା ନିବାରଣ କରିଥିଲେ ।
ରକ୍ଷାବନ୍ଧନର ମଧ୍ୟ ଐତିହାସିକ ମହତ୍ୱ ରହିଛି । ରାଜପୁତମାନେ ଯେତେବେଳେ ଯୁଦ୍ଧକୁ ଯାଉଥିଲେ ସେ ସମୟରେ ରାଜପୁତ ରମଣୀମାନେ ସେମାନଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିବା ସହିତ ମଥାରେ ତିଳକ ଲଗାଇ ବିଜୟୀ ହେବା ପାଇଁ କାମନା କରୁଥିଲେ ।
ଚିତୋର ବିଧବା ମହାରାଣୀ ଥିଲେ କର୍ଣ୍ଣାବତୀ । ତାଙ୍କ ରାଜ୍ୟ ଉପରେ ଶତ୍ରୁ ପକ୍ଷ ଆକ୍ରମଣ କରିବା ପାଇଁ ଯୋଜନା କରୁଥିଲେ । ସେ ଏହା ଜାଣିସାରିବା ପରେ ନିଜ ରାଜ୍ୟକୁ ଗୁଜୁରାଟର ବାହାଦୂର ଶାହାଙ୍କ ଠାରୁ ରକ୍ଷା କରିବା ପାଇଁ ମୋଗଲ ସମ୍ରାଟ ହୁମାୟୁନଙ୍କ ନିକଟକୁ ରାକ୍ଷୀ ପଠାଇ ସାହାଯ୍ୟ ଭିକ୍ଷା କରିଥିଲେ । ମୋଗଲ ସମ୍ରାଟ ରାଣୀଙ୍କ ଭାବନାକୁ ବୁଝି ତାଙ୍କର ସମ୍ମାନ ରଖିଥିଲେ ।
ସିକନ୍ଦର ମଧ୍ୟ ଏହି ରାକ୍ଷୀ ମାଧ୍ୟମରେ ନିଜର ଲକ୍ଷ୍ୟ ହାସଲ କରିଥିଲେ । ସିକନ୍ଦରର ପତ୍ନୀ ଶତ୍ରୁ ହିନ୍ଦୁ ରାଜା ପୁରୁଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ । ଏହା ବଦଳରେ ଯୁଦ୍ଧ ସମୟରେ ସିକନ୍ଦରକୁ ନମାରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ମାଗିଥିଲେ । ପୁରୁ ପ୍ରତିଶ୍ରୃତି ରକ୍ଷାକରି ଯୁଦ୍ଧ ସମୟରେ ସିକନ୍ଦରକୁ ନମାରି ଜୀବନ ଦାନ ଦେଇଥିଲେ । ସେଥିôପାଇଁ ତାଙ୍କୁ ନିଜ ଜୀବନ ଉତ୍ସର୍ଗ କରିବାକୁ ପଡିଥିଲା ।
ଭାରତୀୟ ସ୍ୱାଧିନତା ଆନେ୍ଦାଳନ ସମୟରେ ରକ୍ଷା ବନ୍ଧନ ପର୍ବର ଗୁରୁତ୍ୱ ମଧ୍ୟ ରହି ଥିଲା । ସ୍ୱାଧିନତା ଆନେ୍ଦାଳନ ସମୟରେ ଚନ୍ଦ୍ରଶେଖର ଆଜାଦଙ୍କୁ ଧରିବା ପାଇଁ ବ୍ରିଟିଶ ସୈନିକମାନେ କଳ ବଳ କୌଶଳ ଖଟାଇ ଥିଲେ । ହେଲେ ଆଜାଦ ସମସ୍ତଙ୍କ ଆଖିରେ ଧୁଳି ଦେଇ ଖସି ଯାଉଥିଲେ । ଦିନେ ଏକ ଝଡତୋଫାନ ରାତିରେ ଜଣଙ୍କ ଘରେ ପହଁଚିଲେ । ସେହି ଘରେ ଜଣେ ବିଧବା ତାର ବଢିଲା ଝିଅ ସହିତ ରହୁଥିଲେ । ସେ ପ୍ରଥମେ ଆଜାଦଙ୍କୁ ଦେଖି ଚୋର ବା ଡାକୁ ବୋଲି ଭାବି ନେଇ ଘରୁ ବିଦା କରିଦେଇଥିଲେ । ପରେ ଯେତେବେଳେ ଚନ୍ଦ୍ରଶେଖର ଆଜାଦ ନିଜର ପରିଚୟ ଦେଲେ ସେତେବେଳେ ସେ ମହିଳା ଜଣଙ୍କ ତାଙ୍କୁ ସସମ୍ମାନନେଇ ଘରେ ୍ରରଖିଥିଲେ । ଆଜାଦ ଜାଣିବାକୁ ପାଇଲେ ଦାରିଦ୍ରତା କାରଣରୁ ତାଙ୍କ ଝିଅର ବିବାହ ହୋଇ ପାରିନାହିଁ । ଆଜାଦ ସଙ୍ଗେସଙ୍ଗେ ମହିଳାଙ୍କୁ ଡାକି କହିଲେ ମୋତେ ଧରାଇଦେଲେ ଇଂରେଜ ସରକାର ପାଂଚହଜାର ଟଙ୍କା ପୁରସ୍କାର ଦେବେ । ତେଣୁ ଆପଣ ମୋତେ ଧରାଇ ଦେଇ ସେହି ଟଙ୍କାରେ ଆପଣଙ୍କ ଝିଅର ବାହାଘର କରାଇ ନିଅନ୍ତୁ । ଏହା ଶୁଣିବା ପରେ ବିଧବା ମହିଳାଙ୍କ ଆଖିରୁ ଧାରଧାର ହୋଇ ଲୋତକ ବହିଗଲା । ସେ କହିଲେ ଦେଖ ତୁମେ ଦେଶକୁ ସ୍ୱାଧିନ କରିବା ପାଇଁ କାମ କରୁଛ । କେତେ ଝିଅ ବୋହୁଙ୍କର ସମ୍ମାନ ରଖୁଛ । ତୁମମାନଙ୍କ ହାତରେ ଏଦେଶର ଭାଗ୍ୟ ଭବିଷ୍ୟତ । ମୁଁ ମୋର ସ୍ୱାର୍ଥ ପାଇଁ ଏଭଳି ବେଇମାନ କାମ କରି ପାରିବି ନାହିଁ । ଏହାକହି ସେ ସଙ୍ଗସଙ୍ଗେ ଆଜାଦଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇକରି ନେଲେ ଏବଂ ଦେଶ ସେବାପାଇଁ କଥା ଦେଲେ । ତାପରଦିନ ସକାଳ ହେଲା ବେଳକୁ ଆଜାଦ ସେ ସ୍ଥାନ ଛାଡି ଦେଇଥିଲେ । ସେ ତକିଆତଳେ ଛାଡି ଦେଇ ଯାଇଥିଲେ ପାଂଚ ହଜାର ଟଙ୍କା ଓ ଗୋଟିଏ ଚିଠି । ସେଥିରେ ଲେଖାଥିଲା ମୋର ସ୍ନେହର ଭଉଣୀପାଇଁ ଏହା ସାମାନ୍ୟ ଉପହାର ।
ବିଶ୍ୱକବି ରବିନ୍ଦ୍ରନାଥ ଠାକୁର ବଙ୍ଗଭଙ୍ଗ ଆନେ୍ଦାଳନକୁ ବିରୋଧ କରିବା ପାଇଁ ରକ୍ଷା ବନ୍ଧନକୁ ମୁଖ୍ୟ ଅସ୍ତ୍ର କରିଥିଲେ । ଏହି ପର୍ବଦିନ ବଙ୍ଗଭଙ୍ଗକୁ ବିରୋଧ କରିବା ପାଇଁ ଜନଜାଗରଣ ଆରମ୍ଭ ହୋଇଥିଲା । ଏହିପର୍ବ ଏକତା ଓ ଭାଇଚାରାର ପ୍ରତୀକ ହୋଇ ଯାଇଥିଲା । ଗୁରୁଦେବ ରବିନ୍ଦ୍ରନାଥ ଠାକୁର ଏହି ପର୍ବର ଏକ ନୂଆ ଅର୍ଥ ଦେଇ କହିଥିଲେ ଏହି ପର୍ବହେଉଛି ଦେବତ୍ୱର ପର୍ବ । ଏହା କେବଳ ଭାଇ ଓ ଭଉଣୀଙ୍କର ପର୍ବନୁହେଁ । ଏଥିରେ କୌଣସି ସନେ୍ଦହ ନାହିଁ ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠାତା ଡକ୍ଟର କେଶବ ବଳିରାମ ହେଡଗେୱାର ହିନ୍ଦୁ ସମାଜରେ ସମରସତା ସ୍ଥାପନ କରିବାକୁ ଚାହୁଁଥିଲେ, ତେଣୁ ସେ ସ୍ୱାଭାବିକ ଭାବରେ ଏହି ପର୍ବକୁ ସମଗ୍ର ହିନ୍ଦୁ ସମାଜ ପାଇଁ ଏକ ଦାୟିତ୍ୱ ବୋଧ ଭାବରେ ଗ୍ରହଣ କରିବାର ସଂକଳ୍ପ ନେଇଥିଲେ । ସମଗ୍ର ସମାଜରେ ସମରସତାର ବାତାବରଣ ସୃଷ୍ଟି କରି ସମଗ୍ର ହିନ୍ଦୁ ସମାଜକୁ ସୁରକ୍ଷା ଦେବା ପାଇଁ ଏହି ପର୍ବର ମହତ୍ୱ ରହିଛି ।
ରକ୍ଷାବନ୍ଧନ ହେଉଛି ପାରସ୍ପରିକ ବିଶ୍ୱାସର ପର୍ବ । ଏହି ପର୍ବରେ, ଯେଉଁମାନେ ସକ୍ଷମ, ସେମାନେ ଅନ୍ୟମାନଙ୍କୁ ଆଶ୍ୱାସନା ଦିଅନ୍ତି ଯେ ତୁମ୍ଭେମାନେ ନିର୍ଭୟରେ ରୁହ ଏବଂ କୌଣସି ସଙ୍କଟ ଆସିଲେ ସକ୍ଷମମାନେ ତୁମ ସହିତ ଠିଆ ହେବେ । ସଂଘ ଏହି ଉତ୍ସବ ତଥା ନିଜର କୋଟି କୋଟି ସ୍ୱୟଂସେବକ ମାଧ୍ୟମରେ ସମାଜରେ ଏହି ବିଶ୍ୱାସକୁ ପୁର୍ନସ୍ଥାପିତ କରିବା ପାଇଁ କାର୍ଯ୍ୟ କରୁଛି । ରକ୍ଷାବନ୍ଧନ ଉତ୍ସବରେ ସ୍ୱୟଂସେବକମାନେ ରକ୍ଷାସୂତ୍ରକୁ ପବିତ୍ର ଧ୍ୱଜରେ ବନ୍ଧନ କରି ସେହି ସଂକଳ୍ପକୁ ସ୍ମରଣ କରନ୍ତି । ଯେଉଁଥିରେ କୁହାଯାଇଛି, ‘ଧର୍ମ ରକ୍ଷତି ରକ୍ଷିତ’ ଅର୍ଥାତ୍ ଆସନ୍ତୁ ସମସ୍ତେ ମିଳିମିଶି ଧର୍ମର ସୁରକ୍ଷା କରିବା । ସମାଜର ମୂଲ୍ୟବୋଧକୁ ସୁରକ୍ଷା କରିବା । ଆମର ସର୍ବୋତମ ପରମ୍ପରାକୁ ରକ୍ଷା କରିବା । ତେବେ ଯାଇ ଧର୍ମ ସମଗ୍ର ସମାଜକୁ ସୁରକ୍ଷା ଦେବା ପାଇଁ ସକ୍ଷମ ହେବ । ଏହା ହେଉଛି ଧର୍ମର ବ୍ୟବହାରିକ ଦିଗ । ଧର୍ମ ଏକ ବାହ୍ୟ ଉପାଦାନ ନୁହେଁ, ଏହା ଆମ ସମସ୍ତଙ୍କ ଭିତରେ ଲୁକ୍କାୟିତ ଭାବରେ ରହିଛି । ଆମ ଆଚରଣରେ ଲୋକଙ୍କ ପାଇଁ ଯାହା ଭଲ ତାହା ଧର୍ମ ଅଟେ । ଜାତି, ଧର୍ମ, ଭାଷା, ଧନୀ, ଗରିବ, ଶିକ୍ଷିତ,ଅଶିକ୍ଷିତ ଭେଦଭାବକୁ ଭୁଲି ସ୍ୱୟଂସେବକମାନେ ମଧ୍ୟ ପରସ୍ପର ସହିତ ରାକ୍ଷୀ ବାନ୍ଧିଥାନ୍ତି । ରାକ୍ଷବନ୍ଧନର ସୂତ୍ର ଏହି ସମସ୍ତ ବିବିଧତା ଏବଂ ପାର୍ଥକ୍ୟ ଉପରେ ଏକତା ସୃଷ୍ଟି କରେ । ବିବିଧତା ସତ୍ୱେ ସମରସତା ସ୍ଥାପନ କରେ । ଏହି ଛୋଟ ସୂତ୍ର ଦ୍ୱାରା ସ୍ୱୟଂସେବକମାନେ କିଛିକ୍ଷଣ ମଧ୍ୟରେ ପରସ୍ପର ସହିତ ଆତ୍ମିୟତା ବନ୍ଧନରେ ବାନ୍ଧି ହୋଇଯାଆନ୍ତି । ସମାଜରେ ଥିବା ଭେଦଭାବ ଏବଂ କୁରୀତିର କଳୁଷ ଦୂର ହୋଇଯାଏ । ପରସ୍ପର ପ୍ରତି ସ୍ନେହ,ପ୍ରେମ ଏବଂ ଭକ୍ତିର ଏକ ଗଭୀର ଭାବନା ସୃଷ୍ଟି ହୁଏ । କାର୍ଯ୍ୟକ୍ରମ ପରେ ସ୍ୱୟଂସେବକମାନେ ସେମାନଙ୍କ ସମାଜର ସେହି ବସ୍ତିଗୁଡ଼ିକୁ ଯାଆନ୍ତି, ଯାହା ଶତାବ୍ଦୀ ଧରି ବଂଚିତ ଏବଂ ଅବହେଳିତ ହୋଇଆସୁଥିଲା । ବଂଚିତ ଏବଂ ଅବହେଳିତମାନଙ୍କ ଗହଣରେ ବସି ରକ୍ଷାସୂତ୍ରକୁ ସେମାନଙ୍କ ହାତରେ ବାନ୍ଧନ୍ତି । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି – ସାମନମ୍ ସର୍ବ ଭୁତେଷୁ । ସ୍ୱୟଂସେବକମାନେ ସେହି ସଂକଳ୍ପକୁ ପୁନରାବୃତି କରୁଛନ୍ତି । ଲକ୍ଷ ଲକ୍ଷ ସ୍ୱୟଂସେବକ ଏହି ଦେଶର ହଜାର ହଜାର ବସ୍ତିରେ ବାସ କରୁଥିବା ଲକ୍ଷ ଲକ୍ଷ ବଂଚିତ ପରିବାରରେ ବସି ରାକ୍ଷୀ ବାନ୍ଧନ୍ତି । ଆତ୍ମିୟତାର ବନ୍ଧନ ସୃଷ୍ଟି କରନ୍ତି । ବିଗତ ବର୍ଷଗୁଡିକରେ ଏହିପରି କାର୍ଯ୍ୟକ୍ରମ ହେତୁ ହିନ୍ଦୁ ସମାଜ ମଧ୍ୟରେ ଏକତା ଏବଂ ସମରସତାର ଏକ ଗୁଣାତ୍ମକ ପରିବର୍ତନ ଦୃଶ୍ୟମାନ ହେଉଛି, ଏହି କାର୍ଯ୍ୟକ୍ରମ ପଛରେ ସଂଘ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହା ଉଦେ୍ଦଶ୍ୟ ହେଉଛି ସମଗ୍ର ସମାଜକୁ ସୁରକ୍ଷା ଦେବା ପାଇଁ ସମଗ୍ର ସମାଜ ଏକ ଶପଥ ଗ୍ରହଣ କରିବା ଉଚିତ୍ । ଜୀବନର ସର୍ବୋତମ ମୂଲ୍ୟବୋଧର ସୁରକ୍ଷା ପାଇଁ ଲୋକମାନେ ଏକ ଶପଥ ଗ୍ରହଣ କରିବା ଉଚିତ୍ । କେବଳ ଏକ ଶକ୍ତିଶାଳୀ, ସୁସଂଗତ ଏବଂ ସଂସ୍କୃତି ସମୃଦ୍ଧ ସମାଜ ଏକ ଦେଶର ଶକ୍ତିର ଆଧାର ହୋଇପାରେ । ସଂଘ ଏହି ପ୍ରୟାସରେ ଲାଗି ରହିଛି । ରକ୍ଷାବନ୍ଧନର ଏହି ପର୍ବ ଏହି ମହାନ ଅଭିଯାନର ଏକ ପର୍ଯ୍ୟାୟ ।
ସଂପର୍କର ବନ୍ଧନରୁ ଯଦି ଆମେ ଉପରକୁ ଉଠି ରକ୍ଷା ବନ୍ଧନର ଭାବନାକୁ ନେଇ କୌଣସି କ୍ଷେତ୍ରରେ ପ୍ରୟୋଗ କରିବା ତେବେ ତାର ସ୍ୱରୁପ ବଦଳି ଯିବ ନିଶ୍ଚୟ । ଯଦି ସୀମାକୁ ଯାଇ ସୈନକ ହାତରେ ରାକ୍ଷୀ ବାନ୍ଧିବା ତେବେ ରାଷ୍ଟ୍ର ରକ୍ଷା ହେବ । ପର୍ଯ୍ୟାବରଣ ରକ୍ଷା ପାଇଁ ସାଧାରଣ ଜନତାଙ୍କ ହାତରେ ରାକ୍ଷୀ ବାନ୍ଧିବା ପର୍ଯ୍ୟାବରଣ ରକ୍ଷା ହେବ । ତେଣୁ ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ଏହା ଏକ ରାଷ୍ଟ୍ରୀୟ ପର୍ବ ଅଟେ ।
ରକ୍ଷାବନ୍ଧନ-ସାମାଜିକ ସମରସତାର ପର୍ବ

ପବିତ୍ର ରକ୍ଷାବନ୍ଧନ ଦିବସରେ ସମସ୍ତେ ପରସ୍ପର ହାତରେ ରାକ୍ଷୀ ବାନ୍ଧି ସମସ୍ତଙ୍କୁ ସ୍ନେହ ସୂତ୍ରରେ ବାନ୍ଧିବା ପାଇଁ ସଂକଳ୍ପ ନିଅନ୍ତି । ଏତଦ୍ଦ୍ୱାରା ସାମାଜିକ ସମରସତା ପ୍ରତିଷ୍ଠା ହୁଏ । ସାମାଜିକ ସମରସତା ରାଷ୍ଟ୍ରକୁ ପରମବୈଭବ ସ୍ଥିତିକୁ ନେଇଯିବା ପାଇଁ ଏକମେବ ମାର୍ଗ ଅଟେ । ସମରସତାର ଅବଧାରଣାକୁ ସ୍ପଷ୍ଟ ଭାବରେ ଜାଣିବା ଆବଶ୍ୟକ । ସମରସତା ଓ ସମାନତା ସମାର୍ଥବାଚକ ଶବ୍ଦ ନୁହନ୍ତି । ସମାଜରେ ସମସ୍ତ ବ୍ୟକ୍ତି ସବୁ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭାବରେ ସମାନ ହେବା ଅସମ୍ଭବ । ମୂଳ, କାଣ୍ଡ, ଶାଖା, ପ୍ରଶାଖା, ପତ୍ର, ପୁଷ୍ପ, ଫଳ ପରସ୍ପର ଠାରୁ ଭିନ୍ନ ଦିଶୁଥିଲେ ମଧ୍ୟ ଏକ ଜୀବନଦାୟିନୀ ରସ ପ୍ରବାହିତ ହୋଇ ସେମାନଙ୍କ ପୋଷଣ ହେଉଥାଏ । ସେହିପରି ସମାଜରେ ପରିଦୃଶ୍ୟ ହେଉଥିବାଅସମାନତା ସତ୍ତ୍ୱେ ଏକ ସ୍ନେହର ରସ ସମସ୍ତଙ୍କ ମଧ୍ୟରେ ପ୍ରବାହିତ ହୋଇ ସମସ୍ତଙ୍କୁ ଏକତାର ବନ୍ଧନରେ ବାନ୍ଧିରଖେ । ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକଙ୍କ ପ୍ରତି ସମ୍ବେଦନଶୀଳ ହୋଇ ସୁଖଦୁଃଖରେ ସହଯୋଗୀ ଓ ସହଭାଗୀ ହୁଅନ୍ତି । ସମାଜର ପ୍ରତ୍ୟେକ ବ୍ୟକ୍ତିର ଏହି ମାନସିକ ସ୍ଥିତି ହେଉଛି ସାମାଜିକ ସମରସତା । ତେଣୁ ସାମାଜିକ ସମରସତା ଏକ ଭାବନାତ୍ମକ ପ୍ରକି୍ରୟା ଅଟେ । ଭାରତୀୟ ହିନ୍ଦୁ ଦର୍ଶନରେ କୌଣସି ଆଧାରରେ ସମାଜର ବୈଷମ୍ୟ ଗ୍ରହଣୀୟ ନୁହେଁ । ପ୍ରାଚୀନ କାଳରୁ ହିନ୍ଦୁ ଦର୍ଶନ ସାମାଜିକ ସମରସତାର ବାର୍ତ୍ତା ସ୍ପଷ୍ଟ ଶବ୍ଦରେ ପ୍ରତିପାଦିତ କରି ଆସିଛି ଶ୍ରୀମଦ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, “ବିଦ୍ୟା ବିନୟ ସମ୍ପନ୍ନେ, ବ୍ରାହ୍ମଣେ ଗବହସ୍ତିନି, ଶୁନି, ଚୈବ ଶ୍ୱପାକେ ଚ ପଣ୍ଡିତାଃ ସମଦର୍ଶିନଃ (୫-୧୮) ଅର୍ଥାତ୍ ସେହି ଜ୍ଞାନୀମାନେ ବିଦ୍ୟା ଓ ବିନୟଯୁକ୍ତ ବ୍ରାହ୍ମଣଙ୍କଠାରେ ତଥା ଗୋ, ହସ୍ତୀ, କୁକୁର ଏବଂ ଚଣ୍ଡାଳଠାରେ ମଧ୍ୟ ସମଦର୍ଶୀ ହୋଇଥାଆନ୍ତି । ଗୀତାରେ ଉଲ୍ଲିଖିତ ଅଛି “ସର୍ବଭୂତ- ସ୍ଥମାତ୍ମନଂ ସର୍ବଭୂତାନି ଚାତ୍ମନି, ଈକ୍ଷତେ ଯୋଗଯୁକ୍ରାତ୍ମା ସର୍ବତ୍ର ସମଦର୍ଶନଃ (୬-୨୯) ଅର୍ଥାତ୍ ସର୍ବବ୍ୟାପୀ ଅନନ୍ତ ଚେତନରେ ଅର୍ଥାତ୍ ପରବ୍ରହ୍ମ ପରମାତ୍ମାରେ ଏକୀଭାବରେ ସ୍ଥିତିରୂପ ଯୋଗଦ୍ୱାରା ଯୁକ୍ତ ଆତ୍ମବାନ ତଥା ସର୍ବତ୍ର ସମଭାବ ଦର୍ଶନ କରୁଥିବା ଯୋଗୀ ଆତ୍ମାକୁ ସକଳ ଭୂତରେ ଅବସ୍ଥିତ ଓ ସକଳ ଭୂତଙ୍କୁ ଆତ୍ମାରେ କଳ୍ପିତ ହୋଇଥିବା ଦେଖନ୍ତି । ଈଶୋପନିଷଦର ବାଣୀ ହେଲା “ଯସ୍ତୁ ସର୍ବାଣି ଭୂତାନି ଆତ୍ମନ୍ୟେବାନୁପଶ୍ୟତି । ସର୍ବଭୂତେଷୁଚାତ୍ମାନଂ ତତୋ ନ ବିଜୁଗୁପ୍ସତେ । (ମନ୍ତ୍ର୬) ଅର୍ଥାତ୍ ଯେ ସବୁ ପ୍ରାଣୀଙ୍କୁ ଆତ୍ମାରେ ଓ ସବୁ ପ୍ରାଣୀଙ୍କ ମଧ୍ୟରେ ଆତ୍ମାକୁ ହିଁ ଦେଖନ୍ତି ସେ କାହାକୁ ଘୃଣା କରନ୍ତି ନାହିଁ । ଭାରତୀୟ ଦର୍ଶନ ଅନୁସାରେ ‘ଶୁଦ୍ରୋପି ଶୀଳ ସମ୍ପନ୍ନୋ, ଗୁଣବାନ ବ୍ରାହ୍ମଣୋ ଭବେତ । ବ୍ରାହ୍ମଣୋପି କ୍ରିୟାହୀନ ଶୁଦ୍ରାତ ପ୍ରତ୍ୟବରୋ ଭବେତ (ଅର୍ଥାତ୍ ଶୀଳସମ୍ପନ୍ନ ହୋଇପାରିଲେ ଶୂଦ୍ର ମଧ୍ୟ ଗୁଣବାନ ବ୍ରାହ୍ମଣ ପରି ହୋଇଯିବ । ବ୍ରାହ୍ମଣ ନିଜ କର୍ମରୁ ସ୍ଖଳିତ ହେଲେ ଶୂଦ୍ରଠାରୁ ମଧ୍ୟ ନିକୃଷ୍ଟ ହୋଇଯିବ । ପୁନଶ୍ଚ ଆମ ଦର୍ଶନ କହେ “ଜନ୍ମନା ଜାୟତେ ଶୂଦ୍ରଂ, ସଂସ୍କାରାତ ଦ୍ୱିଜ ଉଚ୍ୟତେ, ବିଦ୍ୟାଭ୍ୟାସେ ଭବେତ ବିପ୍ର, ବ୍ରହ୍ମ ଜାନାତି ବ୍ରାହ୍ମଣ” ଅର୍ଥାତ୍ ଜନ୍ମରୁ ସମସ୍ତେ ଶୂଦ୍ର ଅଟନ୍ତି, ସଂସ୍କାର ପ୍ରାପ୍ତ ହେଲେ ଦ୍ୱିଜ ବୋଲାନ୍ତି, ବିଦ୍ୟାଭ୍ୟାସ କଲେ ବିପ୍ର ହୁଅନ୍ତି ଏବଂ ବ୍ରହ୍ମଙ୍କୁ ଜାଣିବା ପରେ ହିଁ ବ୍ରାହ୍ମଣ ହୁଅନ୍ତି । ରାମଚରିତ ମାନସରେ ରାମରାଜ୍ୟର ମହତ୍ତ୍ୱ ପ୍ରତିପାଦିତ କରି କୁହାଯାଇଛି “ଦୈହିକ ଦୈବିକ, ଭୌତିକ ତାପା, ରାମ ରାଜ ନହିଁ କାହୁ ହିଁ ବ୍ୟାପା ସବ ନର କର ହିଁ ପରସ୍ପର ପ୍ରୀତି, ଚଲ ହିଁ ସ୍ୱଧର୍ମ ନିରତ ଶ୍ରୁତି ନୀତି ।” ଏଠାରେ ଉଲ୍ଲେଖନୀୟ ଯେ ରାମରାଜ୍ୟରେ ସମସ୍ତେ ସମସ୍ତଙ୍କ ପ୍ରତି ପ୍ରୀତି ଭାବର ପୋଷଣ

କରନ୍ତି । ସେଠାରେ ଘୃଣା କିମ୍ବା ଈର୍ଷାର ସ୍ଥାନ ନାହିଁ । ସାମାଜିକ ସମରସତା ବ୍ୟତିରେକେ ଆମର ଅଭୀପ୍ସିତ ସାମାଜିକ ଐକ୍ୟ କଦାପି ସାଧିତ ହୋଇପାରିବ ନାହିଁ । ‘ସମାଜୈକ୍ୟମଭୀଷ୍ଟଂ ନୋ ବୈଷମ୍ୟେନ ନ ସାଧ୍ୟତେ । ସମାଜ ସମରସାତ୍ ବୈ ନାନ୍ୟ ପନ୍ଥା ହିଁ ବିଦ୍ୟତେ ।” ଅତଏବ ଐକ୍ୟ ପ୍ରତିଷ୍ଠା ପାଇଁ ସମାଜରେ ସମରସତା ହିଁ ଏକମାତ୍ର ପନ୍ଥା ଅଟେ । ଏତଦ୍ ବ୍ୟତୀତ କୌଣସି ପନ୍ଥା ନାହିଁ । ଭାରତବର୍ଷର ସନ୍ଥ ପରମ୍ପରା ସର୍ବଦା ସାମାଜିକ ସମରସତାକୁ ଦୃଢ଼ ଭାବରେ ପ୍ରତିପାଦିତ କରିଆସିଛି । ହଜାର ହଜାର ବର୍ଷରୁ ଭାରତବର୍ଷରେ ସନ୍ଥ ଓ ଭକ୍ତଙ୍କ ଶୃଙ୍ଖଳା ଚଳି ଆସିଛି ଯେଉଁଥିରେ ସମସ୍ତ ଜାତି, ବର୍ଣ୍ଣ, ଭାଷାଭାଷୀର ଲୋକ ଅଛନ୍ତି । ଜାତିଭେଦର ସ୍ଥାନ ନଥିବା ଏହି ଶୃଙ୍ଖଳାରେ ଅଛନ୍ତି ନାୟନ୍ମାର ସନ୍ଥ, ଅଲୱାର, ସନ୍ଥ, ରାମାନୁଜାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, ନରସି ମେହେଟ୍ଟା, କବୀର, ରଇଦାସ, ରସଖାନ, ଶଙ୍କରଦେବ, ଚୈତନ୍ୟ ମହାପ୍ରଭୁ, ମୀରାବାଈ, ସୁରଦାସ, ଜ୍ଞାନେଶ୍ୱର, ତୁକାରାମ, ବସବେଶ୍ୱର, ପୁରନ୍ଦର ଦାସ ଓ କମ୍ବନ । ତେଣୁ ମୀରା ଭକ୍ତିଭାବରେ ରବିଦାସଙ୍କ ଶିଷ୍ୟା ହୋଇଗଲେ । ରସଖାନମୁସଲମାନ ହୋଇ ମଧ୍ୟ ଶ୍ରୀକୃଷ୍ଣଙ୍କ ଅନନ୍ୟ ଭକ୍ତ ହୋଇଗଲେ, ଅନେକ ଅଲୱାର ଓ ନାୟନ୍ମାର ସନ୍ଥ ତଥାକଥିତ ନିମ୍ନ ଜାତିର ଥିଲେ ମାତ୍ର ଈଶ୍ୱରଭକ୍ତି ଯୋଗୁଁ ସମସ୍ତେ ପୂଜ୍ୟ ହୋଇଗଲେ । ଶ୍ରୀ ରାମାନୁଜାଚାର୍ଯ୍ୟ ସମସ୍ତ ଗ୍ରାମବାସୀଙ୍କ ସମ୍ମୁଖରେ ମହାନାରାୟଣ ମନ୍ତ୍ରକୁ ଭେଦଭାବ ରହିତ ସମଗ୍ର ସମାଜ ପାଇଁ ଉଦଘୋଷିତ କରିଥିଲେ । କର୍ଣ୍ଣାଟକର ମେଲୁକୋଟ ବିଷ୍ଣୁ ମନ୍ଦିରରେ ସେ ଏକ ନିୟମ ତିଆରି କଲେ ଯେ ତଥାକଥିତ ଅସ୍ପୃଶ୍ୟ ଜାତିର ଲୋକେ ହିଁ ଉତ୍ସବ ଦିନ ରଥରେ ବିଗ୍ରହଙ୍କୁ ପ୍ରତିଷ୍ଠା କରିବେ ଏବଂ ତାଙ୍କୁ ହିଁ ସର୍ବପ୍ରଥମେ ରଥ ଟାଣି ରଥୋତ୍ସବ ପ୍ରାରମ୍ଭ କରିବା ଅଧିକାର ମିଳିବ । ଉତ୍ତର ପ୍ରଦେଶର ରାମାନନ୍ଦଚାର୍ଯ୍ୟ ଜଣେ ମୋଚି ରବିଦାସ ଏବଂ ଜଣେ ମୁସଲମାନ କବୀରଙ୍କୁ ନିଜର ଶିଷ୍ୟ କରିଥିଲେ । ରାଜରାଣୀ ମୀରାବାଈର ମୋଚି ରବିଦାସଙ୍କୁ ଗୁରୁ କରିଥିଲେ ଏବଂ ଦୀକ୍ଷା ଗ୍ରହଣ କରିଥିଲେ । କର୍ଣ୍ଣାଟକର ଶୈବ ସନ୍ଥ ବସବେଶ୍ୱରଙ୍କ ଅନେକ ଶିଷ୍ୟ ଏହି ବିଶେଷ ଜାତିର ଥିଲେ । ସେ ତାଙ୍କ ଅନେକ ରଚନାରେ ଜାତିଗତ ଭେଦଭାବର ଭର୍ତ୍ସନା କରିଥିଲେ । ତାମିଲନାଡ଼ୁର ନନ୍ଦନାରଙ୍କୁ ନାୟନ୍ମାର ସନ୍ଥର ମାନ୍ୟତା ଦିଆଯାଇଥିଲା ଯଦିଓ ସେ ଏହି ତଥାକଥିତ ନିମ୍ନ ଜାତିର ଥିଲେ । ନନ୍ଦନାରଙ୍କ ମୂର୍ତ୍ତିକୁ ଶିବ ମନ୍ଦିରମାନଙ୍କରେ ନାୟନ୍ମାର ସନ୍ଥମାନଙ୍କ ସହିତ ପୂଜା କରାଯାଏ । ପଶ୍ଚିମ କର୍ଣ୍ଣାଟକର ଦକ୍ଷିଣ କନାରା ଜିଲ୍ଲାରେ ଉଡ଼ୁପି ନାମକ ଏକ ତୀର୍ଥସ୍ଥାନ ଅଛି । ଏହି ସ୍ଥାନରେ ଶ୍ରୀ ମାଧବାଚାର୍ଯ୍ୟ ନିଜର ମଠ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ଏକ ମନ୍ଦିର ନିର୍ମାଣ କରିଥିଲେ । ତଥାକଥିତ ନିମ୍ନ ଜାତିର ଜଣେ ଭକ୍ତ କନକ ଦାସ ମନ୍ଦିରର ପଛପଟ ଦ୍ୱାରରେ ବସି ଭାବବିଭୋର ହୋଇ ଭଜନ କଲେ । ଅଚାନକ ପଛପଟ କାନ୍ଥରେ ଏକ ଫାଟ ସୃଷ୍ଟି ହୋଇ ଭଗବାନ ଶ୍ରୀକୃଷ୍ଣ କନକ ଦାସଙ୍କୁଦର୍ଶନ ଦେଲେ । ପରେ ମନ୍ଦିରର ମୁଖ୍ୟଦ୍ୱାରକୁ ବନ୍ଦ କରି ଦିଆଗଲା । ପଛପଟ କାନ୍ଥରେ ଏକ ଝରକା ତିଆରି କରାଗଲା । ତା’ର ନାମ ହେଲା ‘କନକଖଣ୍ଡି’ (କନକ ଝରକା) । ଆଜି ମଧ୍ୟ ଶ୍ରୀକୃଷ୍ଣ ଭକ୍ତମାନଙ୍କୁ ମୁଖ୍ୟଦ୍ୱାର ନୁହେଁ, କନକଖଣ୍ଡିରେ ଦର୍ଶନ ଦେଉଛନ୍ତି । ଏହା ପ୍ରମାଣ କରୁଛି ଯେ ସର୍ବଶକ୍ତିମାନ ପରମାତ୍ମା କୌଣସି ପ୍ରକାରର କୃତି୍ରମ ଜାତିଗତ ଭେଦଭାବକୁ ମାନ୍ୟତା ଦିଅନ୍ତି ନାହିଁ । ଏହି ମନ୍ଦିର ପ୍ରାଙ୍ଗଣରେ ‘କନକ ମନ୍ତମ’ ନାମକ ଏକ ଛତ୍ରୀ ତିଆରି କରି କନକ ଦାସଙ୍କ ମୂର୍ତ୍ତି ସ୍ଥାପିତ କରାଯାଇଛି । ସମ୍ପୂର୍ଣ୍ଣ ଦେଶରେ ଆମର ମହାପୁରୁଷ, ଧର୍ମଗୁରୁ ଏବଂ ସାଂସ୍କୃତିକ ନେତାମାନଙ୍କ ଦ୍ୱାରା ଏପରି ଅନେକ କାର୍ଯ୍ୟ ଉଦାହରଣ ଭାବରେ ଉପସ୍ଥାପନ କରାଯାଇପାରେ । ବର୍ତ୍ତମାନ ଆଲୋଚନା କରିବା ଆଧୁନିକ ଯୁଗରେ ସାମାଜିକ ସମରସତାପାଇଁ ବିଭିନ୍ନ ବ୍ୟକ୍ତି ଓ ସଙ୍ଗଠନ ଦ୍ୱାରା କିପରି ଫଳପ୍ରସୂ ଓ ପ୍ରଭାବୀ ପଦକ୍ଷେପ ଗ୍ରହଣ କରାଯାଇଛି । ଊନବିଂଶ ଶତାବ୍ଦୀ ଓ ବିଂଶ ଶତାବ୍ଦୀରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ, ସ୍ୱାମୀ ବିବେକାନନ୍ଦ, ଶ୍ରୀ ନାରାୟଣ ଗୁରୁ, ସ୍ୱାତନ୍ତ୍ର୍ୟ ବୀର ସାବରକର, ମହାତ୍ମା ଗାନ୍ଧୀ ଏହି ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ତି୍ରବୋନ୍ଦ୍ରମ (ଅଧୁନା ଥିରୁଅନନ୍ତପୁରମ)ର ରାଜା ୧୨ ନଭେମ୍ବର ୧୯୩୬ରେ ଅସ୍ପୃଶ୍ୟମାନଙ୍କ ମନ୍ଦିର ପ୍ରବେଶ ଘୋଷଣା କଲେ । ନୈଷ୍ଠିକ ବ୍ରାହ୍ମଣମାନଙ୍କ ସହିତ ଅସ୍ପୃଶ୍ୟମାନେ ମନ୍ଦିରରେ ଏକ ସାଙ୍ଗରେ ବସି କୀର୍ତ୍ତନ କଲେ । ଏହାପରେ ତ୍ରାଭାଙ୍କୋର ରାଜାଙ୍କ ଆଦେଶରେ ସବୁ ମନ୍ଦିରମାନଙ୍କରେ ଅସ୍ପୃଶ୍ୟମାନଙ୍କ ପ୍ରବେଶ ଆରମ୍ଭ ହୋଇଗଲା । ଏହାପରେ ତାଞ୍ଜାଭୁରର ରାଜା ଶ୍ରୀ ରାଜାରାମ ମହାରାଜା ସାହେବ ତାଞ୍ଜାଭୁରର ପ୍ରସିଦ୍ଧ ବୃହଦେଶ୍ୱର ମନ୍ଦିରରେଜୁଲାଇ ୧୯୭୯ରୁ ଅସ୍ପୃଶ୍ୟମାନଙ୍କ ପାଇଁ ଖୋଲିଦେଲେ । ଏହା ସର୍ବବିଦିତ ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମ୍ପୂର୍ଣ୍ଣ ହିନ୍ଦୁ ସମାଜକୁ ସଙ୍ଗଠିତ ଏବଂ ଏକାତ୍ମ କରିବା ପାଇଁ ଅନେକ ପ୍ରୟାସ କରୁଛି । ସଂଘର ସଂସ୍ଥାପକ ଓ କେଶବ ବଳିରାମ ହେଡ଼ଗେୱାର ସଂଘର ସ୍ୱୟଂସେବକମାନଙ୍କୁ ଜାତି, ଧର୍ମ, ବର୍ଗ, କ୍ଷେତ୍ର, ଭାଷା ଆଧାରରେ କୌଣସି ପ୍ରକାରର ଭେଦଭାବ ନ କରିବା ଏବଂ ସମସ୍ତଙ୍କ ସହିତ ପରିବାରର ସଦସ୍ୟ ପରି ବ୍ୟବହାର କରିବା ପାଇଁ କହୁଥିଲେ । ସଂଘ ଶାଖା ଏବଂ ବୈଠକମାନଙ୍କରେ ବ୍ୟବହାର ସ୍ତରରେ ଏହା ପାଳନ କରାଯାଏ । ୧୯୭୪ରେ ମହାତ୍ମା ଗାନ୍ଧୀ ସଂଘର ୱାର୍ଦ୍ଧା ଶୀତଶିବିର ପରିଦର୍ଶନ କରିଥିଲେ । ଶିବିରରେ ସବୁ ଜାତିର ସ୍ୱୟଂସେବକ ସ୍ୱାଭାବିକ ଭାବରେ ରହୁଥିଲେ, କାର୍ଯ୍ୟକ୍ରମ କରୁଥିଲେ, ଭୋଜନ କରୁଥିଲେ । କାହାର ଜାତି ଜାଣିବାରେକୌଣସି ରୁଚି ନଥିଲା । ଏହା ଦେଖି ଗାନ୍ଧିଜୀ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଥିଲେ । ୧୯୪୭ରେ ଦିଲ୍ଲୀର ଭଙ୍ଗୀ କଲୋନୀରେ ସ୍ୱୟଂସେବକମାନଙ୍କୁ ସମ୍ବୋଧିତ କରି ଗାନ୍ଧିଜୀ କହିଥିଲେ, “ଆପଣଙ୍କ ସଙ୍ଗଠନରେ ଅସ୍ପୃଶ୍ୟତାର ଚିହ୍ନବର୍ଣ୍ଣ ନଦେଖି ମୁଁ ଅତ୍ୟନ୍ତ ସନ୍ତୁଷ୍ଟ ହୋଇଛି ।” ୧୯୩୯ରେ ପୁଣେରେ ସଂଘର ଏକ ପ୍ରଶିକ୍ଷଣ ଶିବିରକୁ ଦେଖି ଡ. ଆମ୍ବେଦକର କହିଥିଲେ- “ଏଠାରେ ସମ୍ପୂର୍ଣ୍ଣ ବାତାବରଣ ଅତ୍ୟନ୍ତ ପବିତ୍ର ଅଟେ । ଏଠାରେ ସମସ୍ତେ ନିଜର ଜାତିଗତ ପରିଚୟ ଭୁଲିଯାଇଛନ୍ତି ।” ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ମାନ ଏବଂ ସମାନତାର ଭାବନା ଥାଏ । ଏହି ଭାବକୁ ସମ୍ପୂର୍ଣ୍ଣ ସମାଜରେ ବ୍ୟାପ୍ତ କରିବାକୁ ସ୍ୱୟଂସେବକମାନେ ପ୍ରୟାସ କରୁଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତୃତୀୟ ସରସଂଘଚାଳକ ପ.ପୂ ବାଳାସାହେବ ଦେଓରସ ସ୍ପଷ୍ଟ ଘୋଷଣା କରିଥିଲେ ଯେ, “ଯଦି ଅସ୍ପୃଶ୍ୟତା ପାପ ନୁହେଁ ତେବେ ପୃଥିବୀରେ ଅନ୍ୟ କୌଣସି କାମ ପାପ ନୁହେଁ । ଏହି ପ୍ରଥାର ସମୂଳେ ବିନାଶ ହେବା ଆବଶ୍ୟକ ।” ୧୯୮୨ରେ ସଂଘର ସ୍ୱୟଂସେବକମାନଙ୍କ ନେତୃତ୍ୱରେଏକ ଶହ ହରିଜନ ବ୍ୟକ୍ତି ତି୍ରବେନ୍ଦ୍ରମରୁ ଗୁରୁବାୟୁରର ମନ୍ଦିରରେ ପହଞ୍ଚିଲେ । ସେଠାରେ ସ୍ୱୟଂସେବକମାନେ ଭଜନ ଗାଇ ହରିଜନମାନଙ୍କୁ ମନ୍ଦିରରେ ପ୍ରବେଶ କରାଇଲେ । ବ୍ରାହ୍ମଣମାନଙ୍କୁ ଭୋଜନଶାଳାରେ ବସାଇ ସେମାନଙ୍କୁ ଭୋଜନ କରାଇଲେ । ନୈଷ୍ଠିକ ନମ୍ବୁଦି୍ର ବ୍ରାହ୍ମଣମାନେ ମଧ୍ୟ ସେମାନଙ୍କ ସହିତ ଭୋଜନ କଲେ । ସର୍ବତ୍ର ସହଭାବନା ପୂର୍ଣ୍ଣ ବାତାବରଣ ଦେଖି କେରଳର ମୁଖ୍ୟମନ୍ତ୍ରୀ ମଧ୍ୟ ସେଥିରେ ସମ୍ମିଳିତ ହୋଇଥିଲେ ଏବଂ ଭୋଜନ ମଧ୍ୟ କଲେ । ସେହିଦିନଠାରୁ ସେହି ଭୋଜନାଳୟ କେବଳ ବ୍ରାହ୍ମଣମାନଙ୍କମଧ୍ୟରେ ସୀମିତ ନରହି ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇଗଲା । ସଂଘର ଦ୍ୱିତୀୟ ସରସଂଘଚାଳକ ପ.ପୂ. ଶ୍ରୀ ଗୁରୁଜୀ ଭାରତବର୍ଷର ଧର୍ମ ପ୍ରମୁଖ ଏବଂ ସନ୍ନ୍ୟାସୀମାନଙ୍କୁ ସାମାଜିକ ସମରସତା କାର୍ଯ୍ୟରେ ପ୍ରବୃତ୍ତ କରାଇବା ପାଇଁ ଚାହୁଁଥିଲେ, କାରଣ ସମାଜରେ ସେମାନଙ୍କ ପ୍ରତି ଭକ୍ତି ରହିଛି । ୧୯୬୯ରେ କର୍ଣ୍ଣାଟକର ଉଡ଼ୁପି ନାମକ ସ୍ଥାନରେ ବିଶ୍ୱ ହିନ୍ଦୁ ପରିଷଦର ଏକ ବଡ଼ ସମ୍ମିଳନୀ ହେଲା । ଶ୍ରୀ ଗୁରୁଜୀଙ୍କ ପ୍ରୟାସରେ ସମ୍ମିଳନୀ ପୂର୍ବରୁ ସମସ୍ତ ଶଙ୍କରାଚାର୍ଯ୍ୟ, ମାଧବାଚାର୍ଯ୍ୟ, ଶୈବାଚାର୍ଯ୍ୟ, ଜୈନାଚାର୍ଯ୍ୟ ଆଦି ଧର୍ମାଚାର୍ଯ୍ୟମାନଙ୍କୁ ସମ୍ପର୍କ କରି ଅନୁରୋଧ କରାଗଲା ଯେ ସେମାନେ ଏକ ଘୋଷଣାପତ୍ର ଜାରି କରନ୍ତୁ; ଯାହାର ମର୍ମ ହେବ “ସାମାଜିକ ଏବଂ ଧାର୍ମିକ କି୍ରୟାରେ ଉଚ୍ଚନୀଚ କିମ୍ବା ସ୍ପୃଶ୍ୟ ଅସ୍ପୃଶ୍ୟର କୌଣସି ଭେଦଭାବ ରହିବା ଉଚିତ ନୁହେଁ । ସମସ୍ତ ହିନ୍ଦୁଙ୍କୁ ଏକ ପରିବାର ଭାବରେ ରଖିବଉଚିତ । ଏହି ଘୋଷଣାପତ୍ରରେ ସମସ୍ତ ଧର୍ମାଚାର୍ଯ୍ୟ ସ୍ୱାକ୍ଷର କଲେ । ଏହି ସମ୍ମିଳନୀରେ ତିରିଶ ହଜାରରୁ ଅଧିକ ଧାର୍ମିକ ପ୍ରମୁଖ ଓ ସନ୍ନ୍ୟାସୀ ଉପସ୍ଥିତ ଥିଲେ । ସମସ୍ତେ ଅତ୍ୟନ୍ତ ଉତ୍ସାହର ସହିତ ସେହି ଘୋଷଣାପତ୍ରକୁ ସ୍ୱୀକାର କଲେ । ସେହି ସମ୍ମିଳନୀର ଏକ ବିଶିଷ୍ଟ ଅଧିବେଶନରେ କର୍ଣ୍ଣାଟକ ଲୋକସେବା ଆୟୋଗର ସଦସ୍ୟ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଶ୍ରୀ ଆର.ଭାରନିଆ ସମ୍ମିଳନୀ ପରେ ଆତ୍ମବିଭୋର ହୋଇ ଅଶ୍ରୁପୂରିତ ଚକ୍ଷୁରେ ଶ୍ରୀ ଗୁରୁଜୀଙ୍କୁ ଆଲିଙ୍ଗନ କରି କହିଲେ “ଗୁରୁଜୀ ଆପଣ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ଆସିଛନ୍ତି ।” ଶ୍ରୀଗୁରୁଜୀ କହିଲେ, “ମୁଁ କେବଳ ନୁହେଁ, ସମଗ୍ର ହିନ୍ଦୁ ସମାଜ ଆପଣଙ୍କ ସାଥୀରେ ଅଛନ୍ତି ।” ପୂଜ୍ୟ ଶ୍ରୀ ପେଜାବର ସ୍ୱାମୀଜୀ ଘୋଷଣା କଲେ, “ହିନ୍ଦବଃ ସୋଦରା ସର୍ବେ, ନ ହିନ୍ଦୁ ପତିତୋଭବେତ ମମ ଦୀକ୍ଷା ହିନ୍ଦୁ ରକ୍ଷା, ମମ ମନ୍ତ୍ର ସମାନତା ।” ଏହି ମନ୍ତ୍ରକୁ ବ୍ୟବହାରରେ ପ୍ରଦର୍ଶନ କରିବା ପାଇଁ ସମସ୍ତ ଧର୍ମାଚାର୍ଯ୍ୟଙ୍କୁ ଶ୍ରୀଗୁରୁଜୀ ପେଜାବର ସ୍ୱାମୀଜୀ ଏବଂ ଅନ୍ୟ ବକ୍ତାମାନେ ଆହ୍ୱାନ କଲେ । ପରିଣାମତଃ ଧର୍ମାଚାର୍ଯ୍ୟମାନେ ଦଳିତ ବସ୍ତିମାନଙ୍କୁ ଗଲେ, ରାତି୍ରଯାପନ କଲେ, ପରିବାରମାନଙ୍କରେ ଭୋଜନ କଲେ । ସାମାଜିକ ସମରସତା ପ୍ରତିଷ୍ଠା ଦିଗରେ ଏହା ଏକ ବିରାଟ ପଦକ୍ଷେପ ଥିଲା । ୧୯୮୯ରେ ଅଯୋଧ୍ୟାର ଶ୍ରୀରାମ ମନ୍ଦିରର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଅନେକ ମଠାଧିପତି, ମହନ୍ତ, ସାଧୁସନ୍ଥ ଉପସ୍ଥିତ ଥିଲେ । ମାତ୍ର ପ୍ରଥମ ଶିଳା ବିହାର ନିବାସୀ ଶ୍ରୀ କାମେଶ୍ୱର ଚୌପାଳଙ୍କ (ଯିଏ କି ଅସ୍ପୃଶ୍ୟ ଜାତିର ଥିଲେ) ହାତରେ ରଖାଗଲା । ଏହି କାରଣରୁ ଏହି ଉତ୍ସବ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଓ ଐତିହାସିକ ହୋଇଗଲା । ବାରାଣସୀରେ ଅନୁଷ୍ଠିତ ଏକ ଧର୍ମସମ୍ମିଳନୀ ଅବସରରେ ସମସ୍ତ ଧର୍ମାଚାର୍ଯ୍ୟ ଅସ୍ପୃଶ୍ୟ ଜାତିର ଡୋମ ରାଜାଙ୍କ ଘରେ ଭୋଜନ କରି ସମସ୍ତଙ୍କ ପାଇଁ ଅନୁକରଣୀୟ ଉଦାହରଣ ପ୍ରଦର୍ଶନ କରିଥିଲେ ।ସାମାଜିକ ସମରସତାର ପ୍ରତିଷ୍ଠା ପାଇଁ ସମୟ, ଶ୍ରମ ଏବଂ ମୌନ ସଂଘର୍ଷର ଆବଶ୍ୟକତା ଅଛି । ମାତ୍ର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦୃଢ଼ ବିଶ୍ୱାସ ଅଛି ଯେ ଶ୍ରଦ୍ଧା ଓ ଆତ୍ମୀୟତାପୂର୍ଣ୍ଣ ପ୍ରୟାସ, ବ୍ୟକ୍ତିଗତ ସମ୍ପର୍କ ଏବଂ ବ୍ୟବହାରର ଅନବଦ୍ୟ ପଦ୍ଧତି ଦ୍ୱାରା ସଂଘ ଏହି ସମସ୍ୟା ଉପରେ ନିଶ୍ଚୟ ବିଜୟପ୍ରାପ୍ତ ହେବ । ରକ୍ଷାବନ୍ଧନ ଉତ୍ସବ ସାମାଜିକ ସମରସତା ସ୍ଥାପନା ପାଇଁ ସମସ୍ତଙ୍କୁ ପ୍ରେରିତ କରିବ, ଏହା ହିଁ ଏହି ଉତ୍ସବର ଫଳଶ୍ରୁତି ଅଟେ ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ରକ୍ଷାବନ୍ଧନ

ହିନ୍ଦୁ ସମାଜରେ ରକ୍ଷାବନ୍ଧନ ଉତ୍ସବରେ ସାଧାରଣତଃ ଭଉଣୀମାନେ ଭାଇଙ୍କୁ ରକ୍ଷାସୂତ୍ର ବାନ୍ଧିଥାଆନ୍ତି । ଏହି ଉତ୍ସବ ସହ ଭାରତୀୟ ଜନମାନସ ପ୍ରାଚୀନ କାଳରୁ ଜଡ଼ିତ । ପ୍ରାଚୀନ କାଳରେ ଆମ ସମାଜର ମାର୍ଗଦର୍ଶକ ଥିଲେ ଶିକ୍ଷକବର୍ଗ । ସେମାନେ ରକ୍ଷାସୂତ୍ର ଆଧାରରେ ସମାଜର ସଭିଙ୍କୁ ଜ୍ଞାନ ପରମ୍ପରାର ସଂକଳ୍ପ କରାଉଥିଲେ । ସାଂସ୍କୃତିକ ଓ ଧାର୍ମିକ ପୁରୋହିତ ବର୍ଗ ମଧ୍ୟ ରକ୍ଷାସୂତ୍ର ଦ୍ୱାରା ସମାଜ ରକ୍ଷାର ସଂକଳ୍ପ କରାନ୍ତି । ରାଜବ୍ୟବସ୍ଥାରେ ରାଜପୁରୋହିତ ରାଜାଙ୍କୁ ରକ୍ଷା ସୂତ୍ର ବାନ୍ଧି ସତ୍ୟ ଓ ଧର୍ମର ରକ୍ଷା ତଥା ପ୍ରଜାଗଣଙ୍କ ରକ୍ଷାର ସଂକଳ୍ପ କରାନ୍ତି । ଆଜି ମଧ୍ୟ ଯେ କୌଣସି ଧାର୍ମିକ ଓ ସାଂସ୍କୃତିକ ଅନୁଷ୍ଠାନ ପରେ ରକ୍ଷାସୂତ୍ର ମାଧ୍ୟମରେ ଉପସ୍ଥିତ ଭକ୍ତମାନଙ୍କ ରକ୍ଷା ପାଇଁ ସଂକଳ୍ପ କରାଯାଏ । ଏଣୁ ମୋଟ ଉପରେ କହିବାକୁ ଗଲେ ଏହି ବର୍ଗର ମୂଳ ଉଦେ୍ଦଶ୍ୟ ଏହି ଯେ ସମାଜର ଶକ୍ତିସମ୍ପନ୍ନ ବର୍ଗ ନିଜ ସାମର୍ଥ୍ୟବୋଧ ଓ ଦାୟିତ୍ୱକୁ ଧ୍ୟାନରେ ରଖି ସମାଜର ମୂଲ୍ୟ ଓ ରକ୍ଷାର୍ଥେ ସଂକଳ୍ପ ନେବା । ସଂଘର ପ୍ରତିଷ୍ଠାତା ପରମ ପୂଜ୍ୟ ଡାକ୍ତର କେଶବ ବଳୀରାମ ହେଡଗେୱାର ହିନ୍ଦୁ ସମାଜରେ ସମରସତା ସ୍ଥାପନ କରିବାର ଉଦେ୍ଦଶ୍ୟରେ ହିନ୍ଦୁ ସମାଜକୁ ଏକାଠି କରି ସମାଜର ରକ୍ଷା କରିବାର ଦାୟିତ୍ୱବୋଧକୁ ଦୃଷ୍ଟିରେ ରଖି ଏହି ପର୍ବ ପାଳନ କରିବାର ବିଚାର କଲେ ଏବଂ ରକ୍ଷାବନ୍ଧନକୁ ସଂଘର ଗୋଟିଏ ଉତ୍ସବ ଭାବରେ ସ୍ଥାନ ଦିଆଗଲା । ସଂଘରେ ଉତ୍ସବ ଭାବରେ ସ୍ଥାପିତ ହେବା ସହ ଏହାର ଅର୍ଥ ଆହୁରି ବ୍ୟାପକ ହେଲା ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ରକ୍ଷାବନ୍ଧନ ଏଥିରେ ସମାଜର ପ୍ରତ୍ୟେକ ବର୍ଗଙ୍କ ରକ୍ଷାର୍ଥେ ସଂକଳ୍ପ ଗ୍ରହଣ କରିବାର ଉତ୍ସବରେ ପରିଣତ ହୋଇଗଲା । ସମାଜର ଗୋଟିଏ ବି ଅଂଶ ନିଜକୁ ଭିନ୍ନ ବା ଅସୁରକ୍ଷିତ ଅନୁଭବ ନ କରନ୍ତି ଏଭଳି ଭାବନା ଜାଗ୍ରତ କରାଇବା ହିଁ ସଂଘର ଉଦେ୍ଦଶ୍ୟ । ରକ୍ଷାବନ୍ଧନ ହେଉଛି ପରସ୍ପର ମଧ୍ୟରେ ବିଶ୍ୱାସର ପର୍ବ । ଏଥିରେ ସକ୍ଷମ ବର୍ଗ ଅନ୍ୟକୁ ବିଶ୍ୱାସ ଦିଅନ୍ତି ଯେ ନିର୍ଭୟ ରହିବାକୁ ତାଙ୍କର ସଙ୍କଟ ସମୟରେ ତାଙ୍କ ପାଖରେ ଠିଆ ହେବାର ପ୍ରତିଶ୍ରୁତି ଦେଇଥାଆନ୍ତି । ସଂଘ ଏହି ଉତ୍ସବ ଓ କୋଟି କୋଟି ସ୍ୱୟଂସେବକଙ୍କ ମାଧ୍ୟମରେ ଏଭଳି ବିଶ୍ୱାସକୁ ସମାଜରେ ପୁନଃସ୍ଥାପିତ କରିବାର କାର୍ଯ୍ୟ କରିଆସୁଛି । ଏହି ଉତ୍ସବରେ ସ୍ୱୟଂସେବକ ପବିତ୍ର ଭଗବା ଧ୍ୱଜକୁ ରକ୍ଷାସୂତ୍ର ବାନ୍ଧି ସେହି ସଂକଳ୍ପ ସ୍ମରଣ କରିଥାଆନ୍ତି, ଯେଉଁଠି କୁହାଯାଇଛି- ଧର୍ମୋ ରକ୍ଷତି ରକ୍ଷିତଃ । ଅର୍ଥାତ୍ ଆମେ ସମସ୍ତେ ଏକାଠି ହୋଇ ଧର୍ମର ରକ୍ଷା କରିବା ଓ ସମାଜରେ ମୂଲ୍ୟବୋଧର ରକ୍ଷଣ କରିବା; ଆମ ଶ୍ରେଷ୍ଠ ପରମ୍ପରାର ରକ୍ଷା କରିବା । ତେବେ ହିଁ ଧର୍ମ ସମ୍ପୂର୍ଣ୍ଣ ସମାଜର ରକ୍ଷା କରିବାରେ ସକ୍ଷମ ହୋଇପାରିବା । ଏହା ହିଁ ଧର୍ମର ବ୍ୟାବହାରିକ ପକ୍ଷ । ଧର୍ମ କୌଣସି ବାହ୍ୟ ତତ୍ତ୍ୱ ନୁହେଁ ଏହା ଆମ ସମସ୍ତଙ୍କ ମଧ୍ୟରେ ଲୁକ୍କାୟିତ ବା ମୁଖର ଉଦାତ୍ତ ଭାବନାର ନାମ । ଆମ ବ୍ୟବହାରରେ ଯାହା ଜନକଲ୍ୟାଣକାରୀ, ତାହା ହିଁ ଧର୍ମ । ଧ୍ୱଜକୁ ରକ୍ଷା ସୂତ୍ର ବାନ୍ଧିବାର ଅର୍ଥ ଏହି ଯେ ସମାଜ ନିମିତ୍ତ ହିତକର ଉଦ୍ଦାତ୍ତ ପରମ୍ପରାର ରକ୍ଷଣ କରିବା । ସ୍ୱୟଂସେବକମାନେ ମଧ୍ୟ ପରସ୍ପରକୁ ସ୍ନେହର ସୂତ୍ର ବାନ୍ଧିଥାଆନ୍ତି । ଜାତି, ଧର୍ମ, ଭାଷା, ଧନ, ସମ୍ପତ୍ତି, ଶିକ୍ଷା ବା ସାମାଜିକ ଉଚ୍ଚ-ନୀଚର ଭେଦଭାବ ବାସ୍ତବରେ ମୂଲ୍ୟହୀନ । ରକ୍ଷାବନ୍ଧନର ସୂତ୍ରଏହି ସମସ୍ତ ବିବିଧତା ଓ ଭେଦାଭେଦର ଊଦ୍ଧ୍ୱର୍ରେ ଗୋଟିଏ ଅଭେଦ ସୃଷ୍ଟି କରିଥାଏ । ଏସବୁ ବିବିଧତା ସତ୍ତ୍ୱେ ଗୋଟିଏ ସମରସତାର ସ୍ଥାପନା କରିଥାଏ । ଏହି ଛୋଟ ସୂତା ଖଣ୍ଡିକ କ୍ଷଣକ ମଧ୍ୟରେ ସ୍ୱୟଂସେବକଙ୍କୁ ଆତ୍ମୀୟତାର ଭାବନାରେବାନ୍ଧିଦେଇଥାଏ । ପରମ୍ପରାର ଭେଦ ଓ କୁରୀତିର କଳୁଷ ହଟିଯାଇଥାଏ ଏବଂ ପରସ୍ପର ପ୍ରତି ସମର୍ପଣ ଭାବ ଗଭୀରତମ ପ୍ରଦେଶଯାଏଁ ସୃଷ୍ଟି ହୋଇଥାଏ । କାର୍ଯ୍ୟକ୍ରମ ପରେ ସ୍ୱୟଂସେବକ ସମାଜର ବଞ୍ଚିତ ଓ ଉପେକ୍ଷିତ ବସ୍ତିମାନଙ୍କୁ ଯାଇଥାଆନ୍ତି । ତାଙ୍କ ପାଖରେ ବସି ତାଙ୍କୁ ମଧ୍ୟ ରକ୍ଷାସୂତ୍ର ବାନ୍ଧନ୍ତି ଓ ତାଙ୍କ ଦ୍ୱାରା ବନ୍ଧାଇ ଏଭଳି ସଂକଳ୍ପକୁ ଦୋହରାନ୍ତି, ଯେଉଁଠି ଭଗବାନ ଶ୍ରୀକୃଷ୍ଣ କୁହନ୍ତି- ସମାନମ୍ ସର୍ବ ଭୂତେଷୁ । ବିଗତ କିଛିବର୍ଷ ମଧ୍ୟରେ ଏଭଳି କାର୍ଯ୍ୟକ୍ରମ ଯୋଗୁଁ ହିନ୍ଦୁ ସମାଜ ମଧ୍ୟରେ ଐକ୍ୟ ଓ ସାମରସ୍ୟ ଭାବ ସଞ୍ଚାରର ଗୁଣାତ୍ମକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି । ଯାହାର ଉଦେ୍ଦଶ୍ୟ ସମ୍ପୂର୍ଣ୍ଣ ସମାଜ ସମ୍ପୂର୍ଣ୍ଣ ସମାଜର ରକ୍ଷା କରିବାର ବ୍ରତ ଗ୍ରହଣ କରିବା, ଶ୍ରେଷ୍ଠ ଜୀବନ ମୂଲ୍ୟର ରକ୍ଷା କରିବାର ବ୍ରତନେବା । କାରଣ ସଶକ୍ତ, ସମରସ ଏବଂ ସଂସ୍କାର ସମ୍ପନ୍ନ ସମାଜ ହିଁ ଯେ କୌଣସି ଦେଶର ଆଧାର ହୋଇପାରିବ । ସଂଘ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ ପର୍ବ ଏହି ମହାଅଭିଯାନର ଏକ ରୂପରେଖ । ରକ୍ଷାବନ୍ଧନ ରକ୍ଷା ଓ ବନ୍ଧନ ଦୁଇଟି ଶବ୍ଦର ସମାହାର । ଯାହାର ଅର୍ଥ ରକ୍ଷା ନିମିତ୍ତ ବଚନବଦ୍ଧ ହେବା । ସେହିପରି ‘ଉତ୍ସବ’ ମଧ୍ୟ ଉତ୍ ଓ ସବ୍ ଦୁଇଟି ଶବ୍ଦର ସମାହାର । ଉତ୍ତ ର ଅର୍ଥ ଶ୍ରେଷ୍ଠ ବା ଚରମ, ଓ ସବ୍ର ଅର୍ଥ ଯଜ୍ଞ ଓ ଆନନ୍ଦ । ଏଣୁ ଏହି ଉତ୍ସବର ଅର୍ଥ ଆନନ୍ଦକୁ ଚରମ ସୀମା ଯାଏଁ ନେଇଯିବା । ଏହାର ସ୍ନେହର ଅମୂଲ୍ୟ ବନ୍ଧନ, ଯାହାକୁ ଧନ ବା ସର୍ବସ୍ୱ ଦାନ କରି ମଧ୍ୟ ଶୁଝି ହେବନାହିଁ । ପୂର୍ବେ ରକ୍ଷାବନ୍ଧନ କେବଳ ଭାଇ ଓ ଭଉଣୀ ମଧ୍ୟରେ ସୀମିତ ନଥିଲା ବରଂ ବିପତ୍ତି ସମୟରେ ନିଜ ରକ୍ଷା ପାଇଁ ଅଥବା କାହାର ଆରୋଗ୍ୟ ପାଇଁ ଯାହାକୁ ମଧ୍ୟ ରକ୍ଷାସୂତ୍ର ବନ୍ଧାଯାଉଥିଲା ଅଥବା ପ୍ରେରଣ କରାଯାଉଥିଲା ଭଗବାନ କୃଷ୍ଣ ଗୀତାରେ କହିଛନ୍ତି ‘ମୟି ସର୍ବମିଦଂ ପ୍ରୋତଂ ସୂତ୍ରେ ମଣି ଗଣାଇବ’ ଅର୍ଥାତ୍ ‘ସୂତ୍ର’ ଅବିଚ୍ଛିନ୍ନତାର ଏକ ପ୍ରତୀକ । କାରଣ ସୂତ୍ର ହିଁ ମାଳିମାନଙ୍କୁ ଏକାଠି କରି ହାର ବା ମାଳାରେ ପରିଣତ କରିଥାଏ । ମାଳାର ସୂତା ଭଳି ରକ୍ଷାସୂତ୍ର (ରାଖୀ) ମଣିଷଙ୍କୁ ଯୋଡ଼ିଥାଏ । ଗୀତାରେ ଉଲ୍ଲେଖ ଅଛି ଯେ ଯେତେବେଳେ ସଂସାରରେ ନୈତିକ ମୂଲ୍ୟ ହ୍ରାସ ପାଇଥାଏ, ସେତେବେଳେ ଜ୍ୟୋତିର୍ଲିଙ୍ଗମ୍ ଭଗବାନ ଶିବ ପ୍ରଜାପତି ବ୍ରହ୍ମାଙ୍କ ଦ୍ୱାରା ପୃଥିବୀକୁ ପବିତ୍ର ସୂତା ପଠାଇଥାଆନ୍ତି । ତାହାକୁ ଭଉଣୀମାନେ ଭାଇର ମଙ୍ଗଳ କାମନା କରି ବାନ୍ଧିଥାଆନ୍ତି । ଭଗବାନ ଶିବ ତାଙ୍କୁ ନକାରାତ୍ମକ ବିଚାରରୁ ଦୂରରେ ରଖି ଦୁଃଖ ଓ ଯନ୍ତ୍ରଣାରୁ ମୁକ୍ତି ଦେଇଥାଆନ୍ତି । ପୁରାଣ ଅନୁସାରେ ଇନ୍ଦ୍ରଦେବ, ଅସୁରଙ୍କ ସହ ଯୁଦ୍ଧ କରିବାକୁ ଯିବା ସମୟରେ ଇନ୍ଦ୍ରାଣି ତାଙ୍କ ଡାହାଣ ହାତରେ ରକ୍ଷା କବଚ ବାନ୍ଧିଥିଲେ ଓ ଯୁଦ୍ଧରେ ତାଙ୍କର ବିଜୟ ପ୍ରାପ୍ତି ହୋଇଥିଲା, ମହାଭାରତରେ ଶ୍ରୀକୃଷ୍ଣ ଶିଶୁପାଳର ବଦ୍ଧ କରିବା ସମୟରେ ସୁଦର୍ଶନ ଚକ୍ରରେ ତାଙ୍କ ଆଙ୍ଗୁଳି କଟିଯାଇଥିଲା, ସେତେବେଳେ ଦ୍ରୌପଦୀ ତାଙ୍କ ଶାଢ଼ି ଚିରି ତାଙ୍କ ହାତରେ ବାନ୍ଧି ଦେଇଥିଲେ ଏବଂ ଶ୍ରୀକୃଷ୍ଣ ତାଙ୍କୁ ରକ୍ଷା କରିବାର ପ୍ରତିଶ୍ରୁତି ଦେଇଥିଲେ । ଯାହାକୁ ସେ କୁରୁସଭାରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ସମୟରେ ପୂରଣ କରିଥିଲେ । ମୁମ୍ବଇର ଅନେକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଶ୍ରାବଣ ପୂର୍ଣ୍ଣିମାକୁ ‘ନାରିୟଲ ପୂର୍ଣ୍ଣିମା’ କୁହାଯାଏ । ଏହିଦିନ ସମୁଦ୍ର ଦେବତାଙ୍କୁ ନଡ଼ିଆ ଭେଟି ଚଢ଼ାଇ ଉପାସନା କରାଯାଏ ଏବଂ ନଡ଼ିଆର ତିନୋଟି ଆଖିକୁ ମହାଦେବଙ୍କ ତି୍ରନେତ୍ରର ଉପମା ଦିଆଯାଇଥାଏ । ବୁନେ୍ଦଲଖଣ୍ଡରେ ରାଖୀ ପୂର୍ଣ୍ଣିମାକୁ କଜରୀ-ପୂର୍ଣ୍ଣିମା କୁହାଯାଏ ଏବଂ ଏହିଦିନ ପାତ୍ରରେ ଯଅ ଓ ଧାନ ବୁଣି ସାତ ଦିନ ଜଳ ଦାନ କରି ମା’ ଭଗବତୀଙ୍କ ବନ୍ଦନା କରାଯାଏ । ଉତ୍ତରାଞ୍ଚଳର ଚମ୍ପାବତ ଜିଲ୍ଲାର ଦେବୀଧୂରା ମେଳାରେ ରାକ୍ଷୀ ପର୍ବରେ ବାରାହୀ ଦେବୀଙ୍କୁ ପ୍ରସନ୍ନ କରିବାକୁ ପ୍ରସ୍ତର ଯୁଗରୁ ପଥର ଯୁଦ୍ଧ କରାଯାଏ, ଯାହାକୁ ବଗଦାଲ କୁହନ୍ତି । ପରାଧୀନ ଭାରତରେ ହରିଆଣା ରାଜ୍ୟର କୈଥନ ଜନପଦର ଫତେହପୁର ଗ୍ରାମରେ ୧୮୫୭ ମସିହାରେ ଦେଶପ୍ରେମୀ ଯୁବକ ଗିରିଧର ଲାଲଙ୍କୁ ଏହି ରକ୍ଷାବନ୍ଧନ ଦିନ ହିଁ ଇଂରେଜମାନେ ତୋପରେ ବାନ୍ଧି ଉଡାଇ ଦେଇଥିଲେ । ସେବେଠାରୁ ସେହି ଗ୍ରାମବାସୀ ସହିଦ୍ ଗିରିଧର ଲାଲଙ୍କ ସ୍ମୃତିରେ ରକ୍ଷାବନ୍ଧନ ପର୍ବ ପାଳନ କରୁନଥିଲେ । ପ୍ରଥମ ସ୍ୱତନ୍ତ୍ରତା ସଂଗ୍ରାମର ୧୫୦ ବର୍ଷ ପୂର୍ତ୍ତିରେ ୨୦୦୬ରେ ସେହି ଗ୍ରାମବାସୀମାନେ ପୁନଃ ରକ୍ଷାବନ୍ଧନ ପାଳନ କରିଥିଲେ । ୧୯୦୫ରେ ଇଂରେଜଙ୍କ ଦ୍ୱାରା ବଙ୍ଗ ବିଭାଜନର ବିରୋଧ କରି ରବୀନ୍ଦ୍ର ନାଥ ଠାକୁର ରକ୍ଷାବନ୍ଧନକୁ ବଙ୍ଗଳାବାସୀଙ୍କ ମଧ୍ୟରେ ପରସ୍ପରର ଭ୍ରାତୃତ୍ୱର ପ୍ରତୀକ ଭାବରେ ପ୍ରଚାରିତ କରି ତାହାକୁ ଗୋଟାଏ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ ।ଏତଦ୍ବ୍ୟତୀତ ରକ୍ଷାବନ୍ଧନରେ ଗୋମାତାଙ୍କୁ ରକ୍ଷାସୂତ୍ର ବାନ୍ଧି ପୂଜନ କରିବାର ପରମ୍ପରା ମଧ୍ୟ ଏଠାରେ ପ୍ରଚଳିତ । ବର୍ତ୍ତମାନ ଅନେକ ସ୍ଥାନରେ ବଡ ବଡ ଗଛକୁ ରାଖୀ ବାନ୍ଧି ପରସ୍ପରର ରକ୍ଷା ପାଇଁ ସଂକଳ୍ପବଦ୍ଧ ହେବାର ଘଟଣାମାନ ମଧ୍ୟ ନଜରକୁ ଆସୁଛି । ବାସ୍ତବରେ ଏହି ପର୍ବ ରକ୍ଷା କରିବା ପାଇଁ ଅଥବା ରକ୍ଷା ନିମିତ୍ତ ପରସ୍ପର ପ୍ରତି ଆତ୍ମସମର୍ପଣ କରିବା, ତ୍ୟାଗ, ସ୍ନେହ, ପ୍ରୀତି ଓ ସଂକଳ୍ପ ଦେବାର ଅନନ୍ୟ ପର୍ବ ।

ଗହ୍ମାପୂର୍ଣ୍ଣିମାରେ ଗୋପୂଜନର ବୈଜ୍ଞାନିକତା

ଭାରତୀୟ ସଭ୍ୟତା ଏକ ପ୍ରାଚୀନ ଓ କୃଷିଭିତ୍ତିକ ସଭ୍ୟତା; ଯାହା ବୈଦିକ ଆର୍ଯ୍ୟ ସଭ୍ୟତା ନାମରେ ପ୍ରସିଦ୍ଧ । କୃଷି ଭାରତୀୟ ସଭ୍ୟତାର ଆଧାରଶିଳା; ଯାହାକି ବୈଦିକ ଯୁଗରୁ ଆଜି ପର୍ଯ୍ୟନ୍ତ ଭାରତୀୟ ସାମାଜିକ, ଅର୍ଥନୈତିକ, ଧାର୍ମିକ ଓ ରାଜନୈତିକ ଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଆସୁଅଛି । କୃଷି କାର୍ଯ୍ୟ ସହ ମାନବ ଜାତିର ସଭ୍ୟ ଜୀବନ ଯାତ୍ରା ଆରମ୍ଭ ଗୋପୂଜନର ବୈଜ୍ଞାନିକତା ହୋଇଥିଲା । କୃଷି ସହ ଗୋସମ୍ପଦର ସମ୍ପର୍କ ନିବିଡ଼ ଭାବରେ ଜଡ଼ିତ; ଯାହାକି ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ସଦୃଶ । ହିନ୍ଦୁମାନେ ବୈଦିକ ଯୁଗରୁ ଆଜି ପର୍ଯ୍ୟନ୍ତ କୃଷି ସହ ଗୋସମ୍ପଦର ଗୁରୁତ୍ୱକୁ ଦୈନନ୍ଦିନ ଜୀବନରେ ବିଶେଷ ଭାବରେ ଅନୁଭବ କରି ଆସୁଛନ୍ତି । ଭାରତୀୟ ଧର୍ମ ଓ ସଂସ୍କୃତିରେ ଗୋସେବା ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି । ଶ୍ରୀବଳଦେବଜୀଉଙ୍କ ଜନ୍ମ ଦିନକୁ ଗହ୍ମା ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା ଭାବରେ ସମଗ୍ର ଭାରତବର୍ଷରେ ହିନ୍ଦୁମାନେ ପ୍ରବଳ ଉସôାହ ଓ ଉଦ୍ଦୀପନାର ସହ ପାଳନ କରିଥାନ୍ତି । ଏହା ଏକ ସର୍ବଭାରତୀୟ ପର୍ବ । ଏହି ଦିନ ଗୋ-ମାତା ପୂଜାର ବିଶେଷ ଆୟୋଜନ କରାଯାଇଥାଏ । ଗୋ-ମାତାର ବହୁବିଧ ଉପକାରିତା ଓ ଉପଯୋଗିତାକୁ ବିଚାରକୁ ନେଇ ହିନ୍ଦୁମାନେ କେଉଁ ଅନାଦି କାଳରୁ ଗୋସେବା ଓ ଗୋପାଳନକୁ ବିଶେଷ ଗୁରୁତ୍ୱ ଦେଇ ଆସୁଛନ୍ତି । ଗୋମାତାଙ୍କଲୋମକୂପରେ ତେତି୍ରଶ କୋଟି ଦେବଦେବୀ ବାସ କରନ୍ତି ବୋଲି ହିନ୍ଦୁମାନେ ଦୃଢ ବିଶ୍ୱାସ କରନ୍ତି । ଗୋ-ମାତା ହେଉଛି ହିନ୍ଦୁ ଆସ୍ଥା ଓ ବିଶ୍ୱାସର ପ୍ରତୀକ । ଗୋସେବା ଦ୍ୱାରା ସମସ୍ତ ଦେବାଦେବୀଙ୍କ ଆଶିଷ ମିଳେ ଏବଂ ଦୁଃଖ, କଷ୍ଟ, ଜରାବ୍ୟାଧି ଓ ବିପତ୍ତି ଦୂର ହୁଏ । ମନୋବା‚ିତ ଫଳ ଲାଭ ପାଇଁ ଶ୍ରଦ୍ଧା ଓ ଭକ୍ତିର ସହ ଗୋମାତା ସେବା କରାଯାଇଥାଏ । ଗାଈ କ୍ଷୀର ମାନବଜାତି ପାଇଁ ଅମୃତ ସଦୃଶ । ଏଥିରୁ ଦୁଧ, ଦହି, ଲହୁଣୀ, ଛେନା, ଘିଅ ଇତ୍ୟାଦି ବିଭିନ୍ନ ପ୍ରକାର ପୁଷ୍ଟିକର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ । ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ କ୍ଷୀର ପାନ କରିଥାନ୍ତି । ଜନ୍ମ ପରେ କୈାଣସି କାରଣରୁ ମା’ର ଅକାଳ ମୃତ୍ୟୁ ହୋଇଗଲେ ଗାଈ କ୍ଷୀର ହିଁ ଶିଶୁ ବଞ୍ଚି ରହିବାର ଏକମାତ୍ର ରାହା ହୋଇଥାଏ । ପ୍ରାତଃକାଳରେ ହିନ୍ଦୁ ସ୍ତ୍ରୀ ଲୋକମାନେ ଗାଈର ଗୋବରମିଶା ପାଣିକୁ ଘରର ଚାରିପାଖ ଓ ଦାଣ୍ଡରେ ପକାଇଥାନ୍ତି । ହିନ୍ଦୁମାନେ ସେମାନଙ୍କର ପାରମ୍ପରିକ ଚାଳଘରକୁ ଗୋବରରେ ରୀତିମତ ଲିପିଥାନ୍ତି; ଯାହାକି ଘରକୁ ଚିକ୍କଣ କରିବା ସହ ଜୀବାଣୁମୁକ୍ତ କରିଥାଏ । ଏହାର ବୈଜ୍ଞାନିକ ସତ୍ୟତା ରହିଛି । ଜରାଗ୍ରସ୍ତ ବ୍ୟକ୍ତି ଓ ଶିଶୁମାନେ ଗାଈ କ୍ଷୀରକୁ ବ୍ୟବହାର କରିଥାନ୍ତି । ପ୍ରତ୍ୟେକ ହିନ୍ଦୁ ନିଜ ଘରେ ଗୃହପାଳିତ ପଶୁ ଭାବରେ ଗୋମାତାର ପାଳନକୁ ପସନ୍ଦ ଓ ସୈାଭାଗ୍ୟ ମନେ କରିଥାନ୍ତି । ଗୋସେବା ଦ୍ୱାରା ସ୍ୱର୍ଗ ଓ ମୁକ୍ତିର ବାଟ ମିଳିଥାଏ । ଯାତ୍ରା ଆରମ୍ଭ ଓ ଯେ କୌଣସି ଶୁଭକାର୍ଯ୍ୟ ସମୟରେ ହିନ୍ଦୁମାନେ ସାଧାରଣତଃ ଗୋମାତା ଦର୍ଶନ କରି ଯାତ୍ରା ଆରମ୍ଭ କରିଥାନ୍ତି । ଏହାଦ୍ୱାରା ଶୁଭଫଳ ମିଳେ ବୋଲି ବିଶ୍ୱାସ କରାଯାଇଥାଏ । ଗୋମାତା ବାସ କରୁଥିବା ସ୍ଥାନ ଶୁଦ୍ଧ ଓ ପବିତ୍ର । ଗୋସେବା ଦ୍ୱାରା ଦେଶ ଓ ମାନବସମାଜର ଅଶେଷ କଲ୍ୟାଣ ସାଧିତ ହୋଇଥାଏ । କୃଷି କାର୍ଯ୍ୟ ପାଇଁ ବଳଦ ଏକାନ୍ତ ଆବଶ୍ୟକ । ଭଗବାନ କୃଷ୍ଣ ଗୋପାଳ ଘରେ ଜନ୍ମ ହୋଇ ଗୋପାଳନ କରୁଥିଲେ । ଏଥିପାଇଁ ଗୋପାଳମାନେ ବିଶେଷ ସଂଖ୍ୟାେରେ ଗୋପାଳନ କରିଥାନ୍ତି ଓ ଏହି ଜାତିର ପରିଚୟ ଗୋମାତା ସହ ଜଡ଼ିତ । ପୈାରାଣିକ ଯୁଗରୁ ଆଜି ପର୍ଯ୍ୟନ୍ତ ଏହାର ପ୍ରାସଙ୍ଗିକତା ରହିଛି । ପ୍ରଭୁ ଶ୍ରୀବଳଦେବଜୀଉଙ୍କର ଅସ୍ତ୍ର ହେଉଛି ହଳ ଲଙ୍ଗଳ । ଏହା କୃଷି କାର୍ଯ୍ୟର ପ୍ରତୀକ । ମାଟିର ଉର୍ବରତା ବଢିବା ଓ ଅକ୍ଷୁଣ୍ଣ ରହିବା ପାଇଁ ଗୋବର ଖତର ବିକଳ୍ପ ନାହିଁ; ଯାହାକି ମାଟିର ଉର୍ବରତା ବଢାଇବା ସହ କୋଟି କୋଟି ଅଣୁଜୀବମାନଙ୍କର ନିରାପଦ ଆଶ୍ରୟସ୍ଥଳୀ ହୋଇଥାଏ । ଆଧୁନିକ ରାସାୟନିକ ସାର ପ୍ରୟୋଗର କୁପରିଣାମ ଆଜି ସବୁଜ ବିପ୍ଳବର ସର୍ବାଧିକ ସଫଳତା ହାସଲ କରୁଥିବା ଅଞ୍ଚଳର ଲୋକମାନେ କର୍କଟ ରୋଗ ରୂପରେ ଭୋଗୁଛନ୍ତି । ରାସାୟନିକ ସାରର ପ୍ରଭାବରେ ମାଟି ଆଜି ତା’ର ଉର୍ବରତା ଓ କୋଟି କୋଟି ଉପକାରୀ ଅଣୁଜୀବମାନଙ୍କୁ ପ୍ରତିଦିନ ହରାଉଛି । ଗୋମାତା, ଗୀତା, ଗାୟତ୍ରୀ ଓ ଗଙ୍ଗା ହିନ୍ଦୁ ଧାର୍ମିକ ସଂସ୍କୃତିର ମୂଳାଧାର କହିଲେ ଭୁଲ ହେବନାହିଁ । ବ୍ରାହ୍ମ ମୁହୂର୍ତ୍ତରେ ବ୍ରାହ୍ମଣର ଓଁକାର ଧ୍ୱନି, ଗାୟତ୍ରୀ ମନ୍ତ୍ର ଓ ଗୋସେବା ସହ ହିନ୍ଦୁ ତା’ର ଦିନର ଜୀବନଯାତ୍ରା ଆରମ୍ଭ କରିଥାଏ । ନନ୍ଦିନୀ, କାମଧେନୁ ପରି ପୈାରାଣିକ ଗୋମାତାଙ୍କ ନାମ ପ୍ରତ୍ୟେକ ହିନ୍ଦୁଙ୍କ ପାଇଁ ପବିତ୍ର ଶବ୍ଦ ଅଟେ । ଗୋମୂତ୍ରରୁ ଅନେକ ଉପକାରୀ ଔଷଧ ପ୍ରସ୍ତୁତ କରାଯାଇଥାଏ । ଗୋସେବା ଦ୍ୱାରା ସାଧାରଣତଃ ମନୁଷ୍ୟର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଯଦିଓ ଶ୍ୱେତ ବିପ୍ଳବ ଭାରତରେ ସଫଳ ହୋଇଛି ଏହାର ଫାଇଦା ଅଳ୍ପ କେତୋଟି ରାଜ୍ୟ ଭିତରେ ସୀମିତ ହୋଇ ରହିଛି । ଏହାକୁ ଭାରତ ବ୍ୟାପି ସଫଳ କରିବା ସହ ଭାରତୀୟମାନଙ୍କର ଦୁଗ୍ଧପାନ କରିବାର ମୁଣ୍ଡପିଛା ପରିମାଣ ବଢାଇବାର ସମୟ ଆସିଛି । ଗ୍ରାମ୍ୟ ଅର୍ଥନୀତିର ଅଭିବୃଦ୍ଧି ପାଇଁ କୃଷି ସହ ଗୋସମ୍ପଦର ଉପଯୁକ୍ତ ପରିଚାଳନା କରିବାର ସମୟ ଆସିଛି ଓ ବେକାରୀ ସମସ୍ୟା ଦୂର କରିବାର ଆବଶ୍ୟକତା ରହିଛି । ସୁଜଳା ସୁଫଳା ଶସ୍ୟଶ୍ୟାମଳା ମାଟି ମା’ର ବିବିଧତା ରକ୍ଷା କରିବା ପାଇଁ ବ୍ୟାପକ ଗୋ-ପାଳନର ଆବଶ୍ୟକତା ରହିଛି । ଯାହାକି ‘ଜୈବିକ କୃଷି’ ଆଜିର ଦିନରେ ମାନବ ସଭ୍ୟତା ପାଇଁ ଏକ ଆହ୍ୱାନ ହୋଇଛି । ଗୋବର ଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରାଯାଇ ଇନ୍ଧନ ଗ୍ୟାସ୍ ସମସ୍ୟା ଓ କିଛି ମାତ୍ରାରେ ଶକ୍ତି ଚାହିଦା ମେଣ୍ଟାଇ ଦିଆଯାଉଛି । ପ୍ରାଚୀନ କାଳରେ ଗୋସମ୍ପଦ ମଣିଷର ସାମାଜିକ ସ୍ଥିତି, ପ୍ରଭାବ ଓ ପ୍ରତିପତ୍ତିର ପ୍ରତୀକ ଥିଲା । ଗୋଟିଏ ସମୟରେ ଏହା ଦ୍ରବ୍ୟ ଓ ସେବା ଆଦାନ ପ୍ରଦାନର ମାଧ୍ୟମ ଥିଲା । ପ୍ରତି ଯୁଗରେ ଗୋସମ୍ପଦ ମାନବ ସମାଜର ଅଶେଷ କଲ୍ୟାଣ ସାଧନ କରିଆସିଛି । ଏଥିପାଇଁ ଗାଈକୁ ଗୋମାତା କହିବାର ଅନେକ ଯଥାର୍ଥତା ରହିଛି । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ହିନ୍ଦୁ ଧାର୍ମିକ ବ୍ୟବସ୍ଥାରେ ଗାଈର ଗୋବର ଠାରୁ ଆରମ୍ଭ କରି ଅନ୍ୟଦୁଗ୍ଧଜାତୀୟ ଦ୍ରବ୍ୟମାନଙ୍କର ବିଶେଷ ଭୂମିକା ରହିଛି । ପ୍ରତ୍ୟେକ ଅଞ୍ଚଳରେ ଥିବା ବିସ୍ତୀର୍ଣ୍ଣ ଚାରଣ ଭୂମି ଗୋସମ୍ପଦର ଗୁରୁତ୍ୱ ପ୍ରତିପାଦନ କରିଥାଏ । ଭାରତୀୟ ଆଧ୍ୟାତ୍ମିକ ପରମ୍ପରା, ଆଶ୍ରମ ବ୍ୟବସ୍ଥା ଓ ସାଧାରଣ ଜନଜୀବନରେ ଗୋମାତା ସେବା ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଥିଲା, ରହିଛି ଓ ରହିଥିବ ।

ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ପୂର୍ବ

Leave a Reply