Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ମଜଦୁର ସଂଘର ବୈଠକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ମଜଦୁର ସଂଘର ବୈଠକ

ବାରିପଦା : ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ମଜଦୁର ସଂଘର ଜିଲ୍ଲା ବୈଠକ ଜିଲ୍ଲା ସାଧାରଣ ସଂପାଦକ ବୋଧି ରଜତ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିଗମାନନ୍ଦ ପଟ୍ଟନାୟକ ଯୋଗ ଦେଇ ବିଏମଏସର ଜୁନ ମାସ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ବିଭିନ୍ନ ମାସର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧରେ ଜିଲ୍ଲାର ମନୋରମା ବେହେରା, ନୀଳାଦ୍ରି ପାତ୍ର, ଭିମସେନ ମହାକୁଡ, ଗୋଲାପି ନାଏକ ଓ ସଂପାଦକ ଅଶୋକ ମହାନ୍ତ ବିଭିନ୍ନ ବକ୍ତବ୍ୟ ରଖିଥିଲେ । ମୁଖ୍ୟତଃ ଜୁଲାଇ ୨୩ ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠା ଦିବସ ରାଇରଙ୍ଗପୁର ମ୍ୟୁନିସିପାଲଟି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବାର ନିଷ୍ପତି ନିଆଯାଇଛି । ଏଥିରେ ଜିଲ୍ଲାର ଛବିଶି ବ୍ଲକରୁ ଅଙ୍ଗନୱାଡି ୱାର୍କର ଓ ହେଲପର, ଆଶାକର୍ମୀ, ବିଭିନ୍ନ କଳକାରଖାନା ଶ୍ରମିକ, ମାଇନସ ଶ୍ରମିକ, ବିଏମଏସ କର୍ମକର୍ତ୍ତାମାନେ ଯୋଗ ଦେବେ । ଜୁଲାଇ ୨୮ ତାରିଖ ଦିନ ବିଏମଏସର ଜିଲ୍ଲା ସମ୍ମିଳନି ଏବଂ ଆଶାକର୍ମି ମାନଙ୍କର ଜିଲ୍ଲା ସମ୍ମିଳନି ଆସନ୍ତା ଅଗଷ୍ଟ ଚବିଶି ତାରିଖ ଦିନ ବାରିପଦା ଠାରେ ଅନୁଷ୍ଠିତ ହେବ । ଅନ୍ୟମାନଙ୍କମଧ୍ୟରେ ମନ୍ଦଦରି ନାଏକ, ଭାରତୀ କବାଟ, ପ୍ରଭାତୀ ହେମ୍ବ୍ରମ,ସାଲଗେ ମାର୍ଣ୍ଡି, ସୁଶାନ୍ତି ମୁର୍ମୁ, ଜବାମଣି ମାର୍ଣ୍ଡି, ଚମ୍ପା ମାଝୀ, ପ୍ରଭାସିନି ମହାନ୍ତ ପ୍ରମୁଖ ଛବିଶିଟି ବ୍ଲକରୁ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ ।

Leave a Reply