ବୃକ୍ଷରୋପଣ ସର୍ତ୍ତରେ ଅଭିଯୁକ୍ତକୁ ଜାମିନ୍ ଦେଲେ ହାଇକୋର୍ଟ

କଟକ: ଜଣେ ଅଭିଯୁକ୍ତଙ୍କୁ ମା ଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିବାବେଳେ ଉକ୍ତ ଅଭିଯୁକ୍ତ ୨୦ଟି ଚାରା ଲଗାଇବେ ବୋଲି ସର୍ତ୍ତ ଧାର୍ଯ୍ୟ କରିଛନ୍ତି । ଏଥିପାଇଁ ସ୍ଥାନୀୟ ନର୍ସରୀ ଆବଶ୍ୟକ ଚାରା ଯୋଗାଇ ଦେବ । ମୋତିଲାଲ୍ ଗଡ଼ବାଙ୍କ ପକ୍ଷରୁ ଆଗତ ଜାମିନ୍ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍‌. କେ. ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଗଛ ଲଗାଇଲେ କି’ ନାହିଁ ସ୍ଥାନୀୟ ଆଇଆଇସି ବନ ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ କରି ସୃଷ୍ଟ କରିବେ । ଗଛ ଲଗାଇବାର ଦୁଇବର୍ଷ ପର୍ଯ୍ୟନ୍ତ ଆବେଦନକାରୀ ସେଗୁଡ଼ିକର ଯନ୍ତ୍ର ନେବେ ବୋଲି ସ୍ଥାନୀୟ ଆଇଆଇସିଙ୍କ ନିକଟରେ ଏକ ସତ୍ୟପାଠ ମଧ୍ୟ ଦାଖଲ କରିବେ ବୋଲି ହାଇକୋର୍ଟ ଆଦେଶରେ ସୃଷ୍ଟ କରିଛନ୍ତି । ଏକ ମାମଲାରେ କୋରାପୁଟ ଜିଲ୍ଲା ଜୟପୁର ମହିଳା ଥାନା ଦ୍ୱାରା ଗିରଫ ହୋଇ ଅଭିଯୁକ୍ତ ମୋତିଲାଲ ଗଡ଼ବା ପ୍ରାୟ ତିନି ବର୍ଷ ଧରି ଜେଲ୍‌ରେ ରହି ଆସୁଥିଲା । ଅଭିଯୁକ୍ତଙ୍କ ମା’ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଜୟପୁର ମେଡିକାଲ୍‌ରେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ପରିବାରରେ ତାଙ୍କ ବାପାଙ୍କ ବ୍ୟତୀତ ଆଉ କେହି ପୁରୁଷ ସଦସ୍ୟ ନାହାନ୍ତି । ତେଣୁ ମା’ଙ୍କ ନିକଟରେ ଆବେଦନକାରୀଙ୍କ ଉପସ୍ଥିତ ନିହାତି ଆବଶ୍ୟକତା ଥିବାରୁ ତାଙ୍କୁ ଜାମିନ୍‌ରେ ଛାଡ଼ ପାଇଁ ପ୍ରାର୍ଥନା କରାଯାଇଥିଲା । ମା’ଙ୍କ ଚିକିତ୍ସା ପାଇଁ ଆବେଦନକାରୀଙ୍କ ନିହାତି ଉପସ୍ଥିତି ଆବଶ୍ୟକତା ଥିବାରୁ ହାଇକୋର୍ଟ ତାଙ୍କୁ ୩ ମାସ ଲାଗି ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ଅଭିଯୁକ୍ତ ଜାମିନ୍‌ରେ ବେଳେ ସ୍ଥାନୀୟ ସରକାରୀ ଜମିରେ ୨୦ଟି ଚାରା ଲଗାଇବେ ବୋଲି ସର୍ତ୍ତ ଧାର୍ଯ୍ୟ କରିଛନ୍ତି । ଏଥିସହ ଜାମିନ୍‌ରେ ଥିବାବେଳେ ସେ କୌଣସି ପ୍ରକାର ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ହେବେ ନାହିଁ, ତାଙ୍କ ବିରୋଧରେ ଥିବା ପ୍ରମାଣକୁ ନଷ୍ଟ କରିବେ ନାହିଁ ଏବଂ ଜାମିନ୍ ଅବଧି ଶେଷ ହେବା ପରେ ତୁରନ୍ତ ତଳ କୋର୍ଟରେ ଆତ୍ମସମର୍ପଣ କରିବେ ବୋଲି ହାଇକୋର୍ଟ ଆଦେଶରେ ସୃଷ୍ଟ କରିଛନ୍ତ

Leave a Reply

Your email address will not be published. Required fields are marked *