Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଲିମ୍ପିକ୍ସରେ ଚମକ ଦେଖାଇବେ ବିହାରର ବିଧାୟିକା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଲିମ୍ପିକ୍ସରେ ଚମକ ଦେଖାଇବେ ବିହାରର ବିଧାୟିକା

ନୂଆଦିଲ୍ଲୀ: ବିହାରର ବିଜେପି ବିଧାୟିକା ଶ୍ରେୟସୀ ସିଂଙ୍କ ପ୍ୟାରିସ ଅଲମ୍ପିକ ପାଇଁ ଚୟନ ହୋଇଛି । ଏହି ବର୍ଷ ପ୍ୟାରିସରେ ହେବାକୁ ଥିବା ଅଲମ୍ପିକରେ ଭାରତୀୟ ବନ୍ଧୁକଚାଳନା ଦଳରେ ଶ୍ରେୟସୀଙ୍କୁ ସାମିଲ କରାଯାଇଛି । ବିଧାୟିକା ଅନ୍ତର୍ଜାତୀୟସ୍ତରରେ ଭାରତର ଗୌରବ ବଢାଇବେ । ଶ୍ରେୟସୀ ବିହାରର ଜମୁଇରୁ ବିଜେପି ବିଧାୟିକା ଅଛନ୍ତି । ତାଙ୍କୁ ବନ୍ଧୁକଚାଳନା ପାଇଁ ଅର୍ଜୁନ ପୁରସ୍କାର ମଧ୍ୟ ମିଳି ସାରିଛି । ଅଲମ୍ପିକ ଚୟନ ହେବା ପରେ ଜମୁଇରେ ଖୁସିର ଲହର ଖେଳିଯାଇଛି । ଶ୍ରେୟସୀ ହେଉଛନ୍ତି ବିହାରର ପ୍ରଥମ ଖେଳାଳି ଯିଏ ଅଲମ୍ପିକରେ ଭାଗ ନେବେ । ଶ୍ରେୟସୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗବିଜୟ ସିଂଙ୍କ ଝିଅ ଅଟନ୍ତି । ଯିଏ ଦିଲ୍ଲୀର ହଂସରାଜ କଲେଜରୁ ପାଠ ପଢିଛନ୍ତି । ରାଜନୀତି ତାଙ୍କୁ ତାଙ୍କ ବିରାସତରୁ ହିଁ ମିଳିଛି । ଖେଳପ୍ରତି ତାଙ୍କର ପିଲାଟି ଦିନରୁ ଆଗ୍ରହ ରହିଛି । ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ରଜତ ପଦକ ଜିତିଛନ୍ତି । ପରବର୍ତ୍ତୀ ସମୟରେ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ସ୍ୱର୍ଣ୍ଣ ମଧ୍ୟ କରାୟତ୍ତ କରିଥିଲେ । ୨୦୨୦ ରେ ବିଜେପି ତାଙ୍କୁ ଜମୁଇରୁ ବିଧାୟକ ପ୍ରାର୍ଥୀ ଟିକେଟ ଦେଇଥିଲା । ଶ୍ରେୟସୀ ଖେଳ ଭଳି ରାଜନୀତିରେ ବି ବାଜିମାତ କରି ବିଧାୟିକା ହୋଇଥିଲେ । ଚଳିତ ଅଲମ୍ପିକ୍ସରେ ଶ୍ରେୟସୀ ପଦକ ଜିତି ଦେଶକୁ ପୁଣିଥରେ ଗୌରବାନ୍ୱିତ କରିବେ ବୋଲି ଆଶା କରାଯାଉଛି ।

Leave a Reply