Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୧ କୋଟି ଘରର ଛାତ ଉପରେ ସୌର ପ୍ୟାନେଲ ଲଗାଇବାକୁ କେନ୍ଦ୍ର ସରକାର ଲକ୍ଷ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୧ କୋଟି ଘରର ଛାତ ଉପରେ ସୌର ପ୍ୟାନେଲ ଲଗାଇବାକୁ କେନ୍ଦ୍ର ସରକାର ଲକ୍ଷ୍ୟ


ନୂଆଦିଲ୍ଲୀ : ପିଏମ୍‌-ସୂର୍ଯ୍ୟ ଘର ଯୋଜନା ଭାରତ ସରକାର ଦ୍ୱାରା ପରିଚାଳିତ ହେଉଛି । ୧ କୋଟି ଘରର ଛାତ ଉପରେ ସୌର ପ୍ୟାନେଲ ଲଗାଇବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । କେନ୍ଦ୍ର ସରକାର ଗ୍ରହଣ କରୁଥିବା ସବସିଡି ଉପରେ ଅତିରିକ୍ତ ସବସିଡି ପ୍ରଦାନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହି ଅତିରିକ୍ତ ସୁବିଧା ସରକାର ରାଜ୍ୟବାସୀଙ୍କୁ ପ୍ରଦାନ କରିବେ । ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏହି ବିଷୟରେ ପୋଷ୍ଟ କରାଯାଇଛି । ଏହି ପୋଷ୍ଟରେ କୁହାଯାଇଛି ଯେ, ସାଧାରଣ ଲୋକଙ୍କୁ ବିଦ୍ୟୁତ ବିଲରୁ ଆଶ୍ୱସ୍ତି ଯୋଗାଇବା ପାଇଁ ‘ପିଏମ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ’ ଯୋଜନା ଚାଲିଛି । ୨କଡ, ୩କଡ, ୪କଡ, ୫କଡ ର ସୌର ରୁଫଟପ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଗ୍ରାହକଙ୍କୁ ମଧ୍ୟ କେନ୍ଦ୍ର ଏବଂ ୟୁପି ସରକାର ସବସିଡି ପ୍ରଦାନ କରୁଛନ୍ତି । କେନ୍ଦ୍ର ସରକାର ଦେଇଥିବା ସବସିଡି ବ୍ୟତୀତ ୩୦ହଜାର ଟଙ୍କା ଅଲଗା ଅନୁଦାନ ପ୍ରଦାନ କରାଯିବ । ଏହାର ଅର୍ଥ ହେଉଛି ୨କଡରେ ମୋଟ ୯୦ହଜାର ଟଙ୍କା ସବସିଡି ଉପଲବ୍ଧ ହେବ । ୩,୪ ଏବଂ ୫କଡ ରେ କେନ୍ଦ୍ର ସରକାରଙ୍କ ତରଫରୁ ୭୮ ହଜାର ଟଙ୍କା ସବସିଡି ଉପଲବ୍ଧ ଥିବାବେଳେ ରାଜ୍ୟ ସରକାର ୩୦ ହଜାର ଟଙ୍କା ଅତିରିକ୍ତ ସବସିଡି ଦେବେ । ଯେଉଁଥିପାଇଁ ମୋଟ ରାଶି ୧ ଲକ୍ଷ ୮ ହଜାର ଟଙ୍କା ହେବ ।

Leave a Reply