Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କ୍ୟାନ୍‌ସର ରୋଗୀଙ୍କ ପାଇଁ ନିଜ କେଶ ଦାନକଲେ ଛାତ୍ରୀ ଅଙ୍କିତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କ୍ୟାନ୍‌ସର ରୋଗୀଙ୍କ ପାଇଁ ନିଜ କେଶ ଦାନକଲେ ଛାତ୍ରୀ ଅଙ୍କିତା

ଧାମନଗର : ମାନବ ସେବାହିଁ ମାଧବ ସେବା । ତ୍ୟାଗ ମାଧ୍ୟମରେ ସମାଜ ସେବା ହେଉଛି ତାଙ୍କ ଜୀବନର ଲକ୍ଷ୍ୟ । ଉଚ୍ଚ ପ୍ରାଥମିକ ଛାତ୍ରୀ ଅବସ୍ଥାରୁ ଏହି ଭାବନା ନେଇ ଲୋକଙ୍କ ସେବା ଜାରି ରଖିଛନ୍ତି । ସେବା ହିଁ ପରମ ଧର୍ମ ଉକ୍ତିର ଯଥାର୍ଥତା ପ୍ରତିପାଦନ କରିବାକୁ ଶତତ ଚେଷ୍ଟିତା ସେ । କେତେବେଳେ ନିଜ ଅଞ୍ଚଳରେ ଥିବା ଗରିବ ପିଲା ମାନଙ୍କୁ ଖାତା କଲମ ଆଉ ବିସ୍କୁଟ ଦିଅନ୍ତି ତ ଆଉ କେତେବେଳେ ଅସହାୟଙ୍କୁ ସହାୟତାର ହାତ ବଢାନ୍ତି । ଏବେ ନିଜର ୧୨ ଇଞ୍ଚ ଲମ୍ବ କେଶକୁ କ୍ୟାନସର ରୋଗୀଙ୍କୁ ଦାନ କରିଛନ୍ତି । ସେ ହେଉଛନ୍ତି ଧାମନଗର ବ୍ଲକ ଅସୁରାଳିର ଅକ୍ଷୟ କୁମାର ସାହୁଙ୍କ ୧୬ ବର୍ଷୀୟା ଝିଅ ଅଙ୍କିତା ସାହୁ । ଏଭଳି ମହାନ କାର୍ଯ୍ୟ ପାଇଁ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସେ ଚଳିତ ବର୍ଷ ନିଜ ବିଦ୍ୟାଳୟରେ ସର୍ବାଧିକ ନମ୍ବର ରଖି ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏବେ ସେ +୨ ବିଜ୍ଞାନରେ ନାମ ଲେଖାଇବାକୁ ଆଗ୍ରହୀ । ଅଧ୍ୟୟନ କରୁଥିବା ବୟସରୁ ସେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ସହ ଯୋଡ଼ି ହୋଇ ସମାଜ ସେବା କରି ଆସୁଛନ୍ତି ।ନିଜ କେଶ ଦାନ ସମ୍ପର୍କରେ ଅଙ୍କିତା କହିଛନ୍ତି, ଓଡ଼ିଶାରେ ୫୦ ହଜାରରୁ ଅଧିକ କ୍ୟାନସର ପୀଡ଼ିତ ରହିଛନ୍ତି । ସେଥି ମଧ୍ୟରୁ ୨୬ ପ୍ରତିଶତ ମହିଳା ସ୍ତନ କର୍କଟରେ ପୀଡିତ । କ୍ୟାନସର ରୋଗୀଙ୍କୁ କେଶ ଦାନ କରିବା ଉଦ୍ଦେଶ୍ୟରେ ଗତ ତିନି ବର୍ଷ ହେଲା ସେ ନିଜ କେଶକୁ ଅତି ଯତ୍ନରେ ବଢାଇଥିବା ବେଳେ ସାତ ଦିନ ତଳେ ଚୁଟି କାଟିଥିଲେ । ଉକ୍ତ କେଶକୁ ସେ ଭୁବନେଶ୍ୱରର ଶୋଭା ଟ୍ରଷ୍ଟ ମାଧ୍ୟମରେ ମଦର ଚାରିଟେବୁଲ ଟ୍ରଷ୍ଟ ହାଇଦ୍ରାବାଦକୁ ପଠାଇଛନ୍ତି । କ୍ୟାନସର ରୋଗୀଙ୍କ କଲ୍ୟାଣାର୍ଥେ ସେ ବ୍ଲକ ଅଞ୍ଚଳର ୩ୟ କେଶଦାତ୍ରୀ । ତାଙ୍କ କେଶ ରୋପଣ ଦ୍ୱାରା ଜଣେ କ୍ୟାନସର ରୋଗୀଙ୍କ ମୁହଁରେ ହସ ଫୁଟି ପାରିବ ଏହି ଆଶା ରଖିବା ସହ ଜଣେ ସୁ- ସମାଜ ସେବୀ ହେବାକୁ ଇଚ୍ଛା ରଖିଛନ୍ତି ବୋଲି କୁହନ୍ତି ଅଙ୍କିତା ।

Leave a Reply