Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଳମଛୁଇଁ ଶିଶୁମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଳମଛୁଇଁ ଶିଶୁମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ତାଳଚେର: ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ତପନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଯୋଗଶିବିରରେ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ଓ କୋଷାଧ୍ୟକ୍ଷ ପଂଚାନନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଯୋଗ ଶିବିରରେ ସମସ୍ତ ଛାତ୍ରଛାତ୍ରୀମାନଙ୍କ ସମେତ ଗୁରୁଜୀ,ଗୁରୁମାମାନେ ଅଂଶଗ୍ରହଣ କରି ଯୋଗଭ୍ୟାସ କରିଥିଲେ । ପ୍ରାରମ୍ଭରେ ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ଯୋଗ ଦିବସର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ସୁସ୍ଥ ଓ ନିରାମୟ ଜୀବନଯାପନ ପାଇଁ ଯୋଗ ହଉଛି ଏକ ଅମୂଲ୍ୟ ମହୋଷଧି ବୋଲି ଏହି ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀମାନେ ପ୍ରାଣାୟମ, ସୂର୍ଯ୍ୟ ନମସ୍କାର, ପଦ୍ମାସନ, ତଡାସନ, ଅର୍ଦ୍ଧ ଚକ୍ରାସନ, ତ୍ରିକୋଣାସନ, ଶଶାଙ୍କସନ, ଅର୍ଦ୍ଧହଳାସନ ଆଦି ବିଭିନ୍ନ ଆସନର ଯୋଗାଭ୍ୟାସ କରିଥିଲେ । ବିଦ୍ୟାଳୟର ଯୋଗ ପ୍ରଶିକ୍ଷକ ଆଚାର୍ଯ୍ୟ ପବିତ୍ର କୁମାର ସାହୁ ଓ ଶାରୀରିକ ପ୍ରମୁଖ କମଳ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଗୁରୁଜୀ,ଗୁରୁମା ସହଯୋଗ କରିଥିଲେ ।

Leave a Reply