Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଜି ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ; ସଜେଇ ହୋଇଛି ସ୍ନାନବେଦୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଜି ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ; ସଜେଇ ହୋଇଛି ସ୍ନାନବେଦୀ

ପୁରୀ: ଶନିବାର ଦେବସ୍ନାନ ପୂର୍ଣ୍ଣମୀ । ଶ୍ରୀମନ୍ଦିର ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧା ମୂରତି । ୧୦୮ ସୁବାସିତ ଜଳରେ ସ୍ନାନକରିବେ ଶ୍ରୀଜିଉ । ଏଥିପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । ଅପରାହ୍ନ ସାଢ଼େ ୍ ୩ଟାରୁ ଠାକୁରଙ୍କୁ ହାତୀବେଶ କରାଯାଇ ଦର୍ଶନ ଆରମ୍ଭ ହେବ । ଏଥର ଶ୍ରୀକ୍ଷେତ୍ରରେ ଶୃଙ୍ଖଳିତ ଦର୍ଶନ, ଆଇନଶୃଙ୍ଖଳା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ସଜେଇ ହୋଇଛି ସ୍ନାନବେଦୀ । ସେବକଙ୍କୁ ତର ନାହିଁ । ଇତି ମଧ୍ୟରେ ଦଇତାପତି ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଲାଗି ସେନାପଟା ଓ ବାହୁଟକଣ୍ଟ ଭଳି ଗୁପ୍ତନୀତି ସାରିଛନ୍ତି । ତେଣେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ସ୍ନାନ ନୀତି ଅନୁସାରେ-ଶନିବାର ଭୋର୍ ୪ଟା ୩୦ରେ ମଙ୍ଗଳାର୍ପଣ ହୋଇ, ୫ଟାରୁ ଆରମ୍ଭ ହୋଇଯିବ ପହଣ୍ଡି । ସକାଳ ୭ଟା ସୁଦ୍ଧା ଶ୍ରୀଜୀଉମାନଙ୍କ ପହଣ୍ଡି ସାରି ଅନ୍ୟାନ୍ୟ ନୀତିକାନ୍ତି ବଢ଼ିବା ପରେ ମଧ୍ୟାହ୍ନ ୧୨ଟା ୨୦ରୁ ୧ଟା ୪୫ଭିତରେ ହେବ ଜଳବିଜେ । ଅପରାହ୍ନ ୩ଟାରେ ଛେରା ପହଁରା ପରେ ୩ଟା ୪୦ରୁ ହାତୀବେଶ ଆରମ୍ଭ ହେବ । ସନ୍ଧ୍ୟା ୭ଟା ୩୦ରୁ ରାତି ୧୦ଟା ୩୦ ଯାଏଁ ସାହାଣମେଲା ଦର୍ଶନପାଇଁ ବି ସମୟ ଧାର୍ଯ୍ୟ ହୋଇଛି । ଦର୍ଶନ ସରିବା ପରେ ରାତି ୧୧ଟାରେ ହାତୀବେଶ ଓଲାଗି ହୋଇ ସାଢ଼େ ୧୧ଟାରୁ ୨ ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ । ସ୍ନାନନୀତି ପାଇଁ ଶୁକ୍ରବାର ସୁନାକୂଅରୁ ସଂଗୃହୀତ ଜଳକୁ ଅଧିବାସ ଗୃହରେ ରଖାଯାଇଛି । ଗରାବଡୁ ସେବକମାନେ ଏହାକୁ ସ୍ନାନବେଦୀକୁ ଆଣିବା ପରେ ପଞ୍ଚଉପଚାର ବିଧିରେ ଠାକୁରମାଙ୍କୁ ଲାଗି କରାଯିବ । ଶ୍ରୀଜିଉଙ୍କ ଦୁର୍ଲଭ ସ୍ନାନ ଉତ୍ସବର ସାନ୍ନ ିଧ୍ୟ ନେବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଲକ୍ଷାଧିକ ଭକ୍ତ । ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ଲାଗିଲାଣି ଗହଳି । ଏବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବନ୍ଦୋବସ୍ତ । ପହଣ୍ଡି ସମୟରେ ଠାକୁରଙ୍କୁ ସ୍ପର୍ଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏଥର ମାର୍କେଟ୍‌ଛକଠୁ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି । ସେଠୁ ବ୍ୟାରିକେଡ୍‌ରେ ଭକ୍ତମାନେ ପ୍ରବେଶ କରି ସିଂହଦ୍ୱାର ବାଟଦେଇ ସ୍ନାନବେଦୀକୁ ଦର୍ଶନ ପାଇଁ ଯିବେ । ପହଣ୍ଡି ସମୟରେ ଟିକେଟ୍‌ଧାରୀ ଭକ୍ତ ଦକ୍ଷିଣଦ୍ୱାରରେ ପ୍ରବେଶକରିବେ । ମାର୍କେଟ୍ ଛକରୁ ଆଗକୁ ନୋ-ଭେଇକିଲ୍ ଜୋନ୍ ଘୋଷଣା ହୋଇଛି । ପାର୍କିଂପାଇଁ ବି ବ୍ୟାପକ ବ୍ୟବସ୍ଥା ହୋଇଛି ।

Leave a Reply