Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉପଦେଷ୍ଟା’ଙ୍କୁ ହଟାଇଲେ ସରକାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉପଦେଷ୍ଟା’ଙ୍କୁ ହଟାଇଲେ ସରକାର

ଭୁବନେଶ୍ୱର: ବିଜେଡି ସରକାରରେ ବିଭିନ୍ନ ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ପାଇଥିବା ପ୍ରାୟ ୧୫୦ରୁ ଅଧିକ ନେତାଙ୍କୁ ସେମାନଙ୍କ ଦାୟିତ୍ୱରୁ ହଟାଇ ଦେଇଛନ୍ତି ମୋହନ ସରକାର । ବିଜେପି ସରକାର କ୍ଷମତାକୁ ଆସିବା ପରେ ବିଜେଡି ସରକାରର ଉପଦେଷ୍ଟାମାନଙ୍କୁ ଦାୟିତ୍ୱ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଷ୍ପତ୍ତି ନେଇଛନ୍ତି । ଏହି ଉପଦେଷ୍ଟାମାନଙ୍କ ଯୋଗୁ ସରକାରଙ୍କ କାର୍ଯ୍ୟକ୍ରମ ଓ କାର୍ଯ୍ୟଦକ୍ଷତା ବୃଦ୍ଧିରେ କୌଣସି ଉନ୍ନତି ପରିଲକ୍ଷିତ ହେଉନଥିବାରୁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏଠାରେ ସ୍ମରଣଯୋଗ୍ୟ ଯେ ବିଜେଡି ସରକାର ନିଜର ଦଳୀୟ କର୍ମକର୍ତ୍ତାଙ୍କୁ ବିଭିନ୍ନ ବିଭାଗ ଓ ଯୋଜନାର ଉପଦେଷ୍ଟା ଭାବେ ନିଯୁକ୍ତି ଦେଇ ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ । ଉପଦେଷ୍ଟାମାନେ ମୋଟା ଅଙ୍କର ଦରମା ପାଉଥିଲେ ।

Leave a Reply