Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ୍ ୨୩୦୦ ଟଙ୍କା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ୍ ୨୩୦୦ ଟଙ୍କା

ନୂଆଦିଲ୍ଲୀ: ମୋଦୀ ସରକାର ତୃତୀୟଥର କ୍ଷମତାକୁ ଆସିବା ପରେ ଚାଷୀଙ୍କୁ ଉପହାର ଦେଇଛନ୍ତି । କିଷାନ ସମ୍ମାନ ନିଧିର ୧୭ତମ କିସ୍ତି ପରେ ଏବେ ଚାଷୀଙ୍କୁ ଆଉ ଏକ ଖୁସି ଖବର ମିଳିଛି । ସରକାର ୧୪ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଛନ୍ତି । କ୍ୟାବିନେଟ୍ ବୈଠକ ପରେ ଧାନସହ ୧୪ଟି ଫସଲ ଦର ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଧାନ କୁଇଣ୍ଟାଲ୍ ୨୩୦୦ ଟଙ୍କାକୁ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଛି । ପୂର୍ବବର୍ଷର ଦର ଅପେକ୍ଷା ୧୧୭ଟଙ୍କା ବୃଦ୍ଧି ହୋଇଛି ଧାନର ଏମ୍‌ଏସ୍‌ପି । ସେହିଭଳି ମୁଗ ଏମ୍‌ଏସ୍‌ପି ୮୬୮୨ଟଙ୍କା ପ୍ରତି କ୍ୱିଣ୍ଟାଲ ହେବ; ଯାହା ଗତବର୍ଷ ଅପେକ୍ଷା ୧୨୪ଟଙ୍କା ଅଧିକ । କୃଷକମାନେ ଏମ୍‌ଏସ୍‌ପି ଆକାରରେ ପ୍ରାୟ ୨ଲକ୍ଷ କୋଟି ଟଙ୍କା ପାଇବେ । ଯାହା ପୂର୍ବ ସିଜିନ୍ ତୁଳନାରେ ୩୫,୦୦୦ କୋଟି ଅଧିକ ।

Leave a Reply