Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସାରୁଅ ବଜାରରେ ଜମୁଛି ରଜ ପାନର ପସରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସାରୁଅ ବଜାରରେ ଜମୁଛି ରଜ ପାନର ପସରା

ଖୋର୍ଦ୍ଧା: ଆଜି ଥିଲା ପହିଲି ରଜ । ଏଥିପାଇଁ ଗାଁଠାରୁ ସହର ସବୁଆଡେ ଚଳଞ୍ଚଳ । ଓଡିଆମାନଙ୍କର ଏହା ମୁଖ୍ୟ ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ । ରଜ ଚାରିଦିନ ଛୋଟଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଏହି ପର୍ବର ମଜା ଉଠାଇଥାନ୍ତି । ଅନ୍ୟ ପର୍ବ ଅପେକ୍ଷା ଏହି ପର୍ବର ପାନର ସ୍ୱତନ୍ତ୍ରତା ଥାଏ । ପାନ ଖାଇବାବାଲା,ପାନ ନ ଖାଇବା ବାଲା ସମସ୍ତେ ଖଣ୍ଡେ ଖଣ୍ଡେ ପାନ ଖାଇଥାନ୍ତି । ଆଗେ ଘରେ, ଖଟିରେ ବିଭିନ୍ନ ପ୍ରକାର ପାନ ଭଙ୍ଗା ଯାଉଥିଲା । ସମୟ ବଦଳିବା ସହ ପାନର ଚାହିଦା ବଦଳିଛି । ରଜରେ ପାନର ପସରା ଖୋଲିଛି । ଖୋର୍ଦ୍ଧା ନିକଟସ୍ଥ ସାରୁଅ ବଜାରରେ ପ୍ରାୟ ୨୦/ ୨୫ ବର୍ଷ ଧରି ଏହି ବଜାର ଦେଇ ଗଲାବେଳେ ସମସ୍ତଙ୍କ ଗାଡି ଅଟକିଯାଏ ପାନ ଖଣ୍ଡେ ପାଇଁ । ରଜ ବଜାରରେ ଏଠାରେ ମିଠା ପାନର ଚାହିଦା ଅଧିକ । ଚଳିତ ବର୍ଷ ସାରୁଅ ବଜାରରେ ପ୍ରାୟ ୧୮ରୁ ଉର୍ଦ୍ଧ୍ୱ ରଜପାନ ଦୋକାନ ଖୋଲିଛି । ଦେ । ଦୋକାନ ଆଗରେ ସଜେଇ ହୋଇ ରହିଛି ପ୍ରାୟ ୬୦/୭୦ ପ୍ରକାର ମସଲା । କଲିକତାରୁ ମିଠା ପତ୍ର, ମସଲା ଆସିଥାଏ । ଗୋଟା ପାନରେ ଚନ୍ଦନ, ଧଳା ଖଇର ମାରି ଭଜା ଗୁଆ, ପାତି ଗୁଆ, ଛୁଂଚି ଗୁଆ, ପ୍ରସାଦ, ଲବଙ୍ଗ, ଗୁଜୁରାତି, ହୀରାମୋତି ପକାଇ ପାନ ଭଙ୍ଗାଯାଇଥାଏ । ପାନ ଭାଙ୍ଗିଲାବେଳେ ବିଭିନ୍ନ ଆକୃତିର ସଜା ଯାଇଥାଏ । ଲବଙ୍ଗ ପାନ, ତ୍ରିଭୁଜ ପାନ, ପୋଡ ପିଠା ପାନ, ଫାୟାର ପାନ, ପରି ଆହୁରି କେତେ ପ୍ରକାର ପାନ ମିଳିଥାଏ । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ, ବିଭିନ୍ନ ପାନର ସ୍ୱାଦ ଅଲଗା ଅଲଗା ଲାଗିଥାଏ । ସାରୁଅ ବଜାରର ରଜ ପାନ, ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ, ବାଙ୍କୀ, ଫୁଲବାଣୀ , ରାଉରକେଲା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ସାରୁଅ ବଜାର ପାନର ଚାହିଦା ରହିଛି । ସାରୁଅ ବଜାର ପ୍ରତ୍ୟେକ ଦୋକାନ ସୁବାସିତ ମିଠା ପତ୍ର ପାନ , ରଜ ସ୍ପେଶାଲ ପାନରେ ଅଞ୍ଚଳ ବାସୁଥାଏ । ଦୋକାନୀର ହାତକୁ ମଧ୍ୟ ଫୁରସତ ନ ଥାଏ । ଚାହିଦା ମୁତାବକ ପାନ ଭାଙ୍ଗି ଗ୍ରାହକଙ୍କ ହାତକୁ ବଢାଇଲା ବେଳେ ମୁହଁରେ ହସ ସ୍ପଷ୍ଟ ବାରି ହୋଇପଡେ । ପାନର ମୂଲ୍ୟ ମଧ୍ୟ ସେମିତି ବେଶି ନୁହେଁ । ମୂଲ୍ୟ ୧୦ଟଙ୍କାରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସବୁ ଲୋକ ଘରେ ରଜରେ ପାନ ଖଣ୍ଡେ ଖଣ୍ଡେ ଖାଆନ୍ତି ଓ ଖୁଆଇଥାନ୍ତି । ପୋଡପିଠାର ଯେତିକି ଚାହିଦା, ରଜ ପାନର ମଧ୍ୟ ସେତିକି ଚାହିଦା ଥାଏ । ଜାତି , ଧର୍ମ, ବର୍ଣ୍ଣ ନିର୍ବଶେଷରେ ସମସ୍ତେ ଏହି ରଜ ପର୍ବରେ ପାନ ଖଣ୍ଡେ ଖୁଆଇ ପରସ୍ପରକୁ ଅଭିନନ୍ଦନ ଜଣାଇଥାନ୍ତି । ପ୍ରତିବର୍ଷ ଏହି ଚାରିଦିନକୁ ସାରୁଅ ବଜାରର ଏହି ପାନ ଦୋକାନୀ ଚାହିଁ ରହିଥାନ୍ତି । ରଜ ଆସିଲେ ଭଲ ବ୍ୟବସାୟ ହେବ । ପ୍ରତି ଦୋକାନୀ ନିଜ ନିଜର ବ୍ୟବସାୟକୁ ନେଇ ୧୦ ହଜାରରୁ ପ୍ରାୟ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ବେପାର କରିଥାନ୍ତି । ଚଳିତ ବର୍ଷ ମଧ୍ୟ ଅଧିକ ବେପାରର ଲକ୍ଷ୍ୟ ରଖି ସାରଅ ବଜାରର ପାନ ଦୋକାନୀମାନେ ଆଶା ରଖିଛନ୍ତି ।

Leave a Reply