Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋଚାଲାଣ କଣ୍ଟେନର ଜବତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋଚାଲାଣ କଣ୍ଟେନର ଜବତ

ନିମାପଡ଼ା : ନିମାପଡା ଅଞ୍ଚଳରେ ଗୋରୁ ଚାଲାଣ ଏକ ସମସ୍ୟା ପାଲଟିଥିବା ବେଳେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟକ ଗୋରୁ ଦିଘାଳୋ ବସ୍ତି, କୁସୁମାଠେଙ୍ଗ ବସ୍ତି, ଗୋପ ଅଞ୍ଚଳରୁ ଚାଲାଣ ହେଉଛନ୍ତି । ଗୋରୁଙ୍କ ସହିତ ଗୋମାଂସ ଚାଲାଣ ହେଉଥିବା ବେଳେ ଏହା ସାଧାରଣରେ ପ୍ରଭାବ ପକାଉଛି । ରଜ ପାଇଁ ଗୋରୁମାନଙ୍କୁ ମାରି ମାଂସ କରିବାକୁ ଯାଉଥିବା ଶତାଧିକ ଗୋରୁଙ୍କୁ ପୋଲିସ୍ ଉଦ୍ଧାର କରି ଗୋଶାଳାରେ ଛାଡିଛି । ଏପରି ଘଟଣା ପ୍ରତ୍ୟେକ ଦିନ ଘଟୁଥିବା ବେଳେ ଏଥିପ୍ରତି ସରକାର ଦୃଷ୍ଟି ଦେବା ପାଇଁ ଦାବୀ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ନିମାପଡା ଦିଘାଳୋ ବସ୍ତିରୁ ସନ୍ଧ୍ୟା ସମୟରେ ଏକ କଣ୍ଟେନର ସାହାଯ୍ୟରେ ଗୋରୁ ଚାଲାଣ ଖବର ପହଞ୍ଚିବା ପରେ ପୋଲିସ୍ ଓ ଗଣମାଧ୍ୟମ ଦିଘାଳୋ ବସ୍ତି ଅଞ୍ଚଳକୁ ଯିବାରୁ ଏକ ଜଙ୍ଗଲ ମଧ୍ୟରେ କଣ୍ଟେନରକୁ ଗୋରୁ ଚାଲାଣକାରୀ ଲୁଚାଇ ଦେଇଥିଲେ । ବିଳମ୍ବିତ ରାତ୍ରରେ କଣ୍ଟେନର ସାହାଯ୍ୟରେ ଗୋରୁ ଚାଲାଣ କରୁଥିବା ବେଳ ଖବର ପାଇଁ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ଗାଡିକୁ ଅଟକାଇ ପୋଲିସ୍ ଓ ଗଣମାଧ୍ୟମକୁ ସୂଚନା ଦେବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କଣ୍ଟେନରକୁ ଜବତ କରିବା ସହ ଗୋରୁମାନଙ୍କୁ ନେଇ ପୁରୀ ବାଳିଗୁଆଳି ଛକରେ ଥିବା ଗୋଶାଳାରେ ଛାଡିଛନ୍ତିା ଅନ୍ୟ କେତେକ ଗୋରୁ ଡିଁଆ ମାରି ଗହିରକୁ ପଳାଇଛନ୍ତି । ପ୍ରତ୍ୟେକ ଦିନ ଏହି ବସ୍ତିରୁ ଗୋ ଚାଲାଣ ଓ ଗୋମାଂସ ଚାଲାଣ ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ଗୋଚାଲାଣକାରୀଙ୍କ ବିରୁଦ୍ଧରେ ପ୍ରଶାସନ ପଦକ୍ଷେପ ନନେବା ଏକ ପରିତାପର ବିଷୟ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Leave a Reply