Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ବଜରଙ୍ଗଦଳର ଦାବିପତ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ବଜରଙ୍ଗଦଳର ଦାବିପତ୍ର

ସମ୍ବଲପୁର : ଜାମ୍ମୁ କାଶ୍ମୀରରେ ତୀର୍ଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରତିବାଦରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବଜରଙ୍ଗଦଳ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହାସହ ଆତଙ୍କବାଦୀ ଆକ୍ରମଣ ଘଟଣାର କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ସେହି ଆତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରାଯାଇଛି । ସୂଚନା ଅନୁସାରେ, ଜୁନ ୯ ତାରିଖରେ ଜାମ୍ମୁ କାଶ୍ମୀରର ବୈଷ୍ଠାଦେବୀ କଟରାରୁ ଶିବ ଖୋଡ଼ି ଯାଉଥିବା ସମୟରେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ବସ୍ ଉପରେ ନୃଶଂସ ପାକିସ୍ତାନୀ ଇସ୍‌ଲାମିକ୍ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏଥିରେ ୧୦ ଜଣ ନିର୍ଦ୍ଦୋଷ ହିନ୍ଦୁ ତୀର୍ଥଯାତ୍ରୀମାନେ ମୃତ୍ୟୁବରଣ କରିଥିଲେ । ଯେଉଁଥିପାଇଁ ସାରା ବିଶ୍ୱରେ ଏହାକୁ ନେଇ ନିନ୍ଦା କରାଯାଇଥିଲା । ଏହା ଆତଙ୍କବାଦୀଙ୍କୁ ତୀବ୍ର ବିରୋଧ କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବଜରଙ୍ଗଦଳ ପକ୍ଷରୁ କୁହାଯାଇଛି । ଏଥିପାଇଁ ବଜରଙ୍ଗଦଳ ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

Leave a Reply