Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତୀର୍ଥଯାତ୍ରୀ ବସ୍ ଉପରେ ହମ୍‌ଲା ଆତଙ୍କବାଦୀଙ୍କ ସ୍କେଚ୍ ଜାରି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତୀର୍ଥଯାତ୍ରୀ ବସ୍ ଉପରେ ହମ୍‌ଲା ଆତଙ୍କବାଦୀଙ୍କ ସ୍କେଚ୍ ଜାରି

ଜମ୍ମୁ: ଜମ୍ମୁରେ ତୀର୍ଥଯାତ୍ରୀ ବସ୍ ଉପରେ ହମଲା ଘଟଣାରେ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ପୁଲିସ । ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିବା ସହ ସେମାନଙ୍କ ସମ୍ପର୍କରେ ସୂଚନା ଦେଲେ ଆର୍ôଥକ ପୁରସ୍କାର ମିଳିବ । ସୂଚନା ପ୍ରଦାନକାରୀଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ପୁଲିସ ଘୋଷଣା କରିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ଦୁଇ ଜଣ ଆତଙ୍କବାଦୀଙ୍କ ସ୍କେଚ୍ ତିଆରି କରାଯାଇଛି । ଅନ୍ୟପକ୍ଷରେ ଏହି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ପତ୍ତା ଲଗାଇବା ପାଇଁ ଏକ ବିଶାଳ ଅପରେସନ ମଧ୍ୟ କରାଯାଉଛି । ସୁରକ୍ଷା ବାହିନୀର ୧୧ ଟି ଦଳ ଏଥିପାଇଁ କାର୍ଯ୍ୟ କରୁଛନ୍ତି । ସୁରକ୍ଷା ବାହିନୀ ବିଭିନ୍ନ ଦିଗରୁ ପୋନି ତେରାୟଥ ଅଞ୍ଚଳକୁ ଘେରି ରହିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । ଅଧିକାରୀଙ୍କ କହିବା ଅନୁସାରେ, ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ)ର ଏକ ଟିମ ମଧ୍ୟ ଏହି ସର୍ଚ୍ଚ ଅପରେସନ୍‌ରେ ସାମିଲ ହୋଇଛି । ସୂଚନା ସଂଗ୍ରହ କରିବା ପାଇଁ ସେହି ଅଞ୍ଚଳରେ ଛାନଭିନ୍ ଚାଲିଛି । ଆତଙ୍କବାଦୀ ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୧ ଜଣ ଆହତ ହେବା ପରେ ଜମ୍ମୁ ଏବଂ ରିୟାସି ଜିଲ୍ଲାରେ ସୁରକ୍ଷା ବାହିନୀ ହାଇ ଆଲର୍ଟ ଘୋଷଣା କରିଛି । ଅଧିକାରୀଙ୍କ କହିବାନୁସାରେ ୨୦ରୁ ଅଧିକ ଲୋକଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି । ଆତଙ୍କବାଦୀମାନେ ଗତ ରବିବାର ଦିନ ପୋନି ଅଞ୍ଚଳର ତେରୟାଥ ଗ୍ରାମ ନିକଟ କାଟ୍ରା ସ୍ଥିତ ଶିବ ଖୋରୀ ମନ୍ଦିରରୁ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ଭକ୍ତମାନଙ୍କୁ ନେଇ ଯାଉଥିବା ୫୩ ସିଟ୍ ବିଶିଷ୍ଟ ଏକ ବସ୍ ଉପରେ ଗୁଳି ଚଳାଇଥିଲେ । ଆଖିବୁଜା ଗୁଳିମାଡ଼ ପରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସ୍ ଏକ ଘାଇରେ ଖସି ପଡିଥିଲା । ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଆହତ ହୋଇଥିଲେ । ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଦିଲ୍ଲୀର ଭକ୍ତମାନେ ଏହି ଗାଡିରେ ଯାତ୍ରା କରୁଥିଲେ ।

Leave a Reply