Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏନ୍‌କାଉଣ୍ଟରରେ ୭ ମାଓବାଦୀ ନିହତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏନ୍‌କାଉଣ୍ଟରରେ ୭ ମାଓବାଦୀ ନିହତ

ନାରାୟଣପୁର: ଛତିଶଗଡ଼ରେ ପୁଣିଥରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଏଥିରେ ୭ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ନକ୍ସଲ ପ୍ରଭାବିତ ନାରାୟଣପୁର, ବିଜାପୁର ଓ ଦାନ୍ତେୱାଡ଼ା ସୀମାରେ ଥିବା ଜଙ୍ଗଲରେ ଏହି ଗୁଳି ବିନିମୟ ଘଟିଥିଲା । ସୁରକ୍ଷାକର୍ମୀ ମୃତ ୭ ମାଓବାଦୀଙ୍କ ମୃତଦେହ ଜବତ କରିଛନ୍ତି । ଗୁରୁବାର ଏହି ୩ଟି ଜିଲ୍ଲାରୁ ଏକହଜାରରୁ ଅଧିକ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନରେ ବାହାରିଥିଲେ । ସେମାନେ ଭିନ୍ନ ଭିନ୍ନ ସ୍ଥାନରେ ଅପରେସନ କରୁଥିବା ସମୟରେ ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇଥିଲେ । ନାରାୟଣପୁର ଏସ୍‌ପି ପ୍ରଭାତ କୁମାର କହିଛନ୍ତି ଯେ ନାରାୟଣପୁର-ବିଜାପୁର ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ପ୍ଲାଟୁନ୍ ନଂ ୧୬ ଇନ୍ଦ୍ରାବତୀ ଏରିଆ କମିଟିର ମାଓବାଦୀଙ୍କ ସଂପର୍କରେ ସୂଚନା ମିଳିବା ପରେ ନାରାୟଣପୁର, ଦାନ୍ତେୱାଡା ଓ ବସ୍ତର ଜିଲ୍ଲାର ଡିଆରଜି ଓ ଏସଟିଏଫ ଟିମ୍ ମିଳିତଭାବେ ଅପରେସନ ଆରମ୍ଭ କରିଥିଲେ । ଗୁରୁବାର ପୂର୍ବାହ୍ନ ୧୧ଟାବେଳେ ଏହି ଗୁଳି ବିନିମୟ ହୋଇଥିଲା ।

Leave a Reply