ବେଆଇନ ଗୋ-ଚାଲାଣରେ ଲାଗୁନି ଅଙ୍କୁଶ-ସଙ୍କଟରେ ଗୋ-ସମ୍ପଦ

ଧର୍ମଗଡ଼: ଆଉ ଗାଁରେ ଶୁଭୁନାହିଁ ଗାଈଗୋରୁଙ୍କ ହମାରଡ଼ି କି ସନ୍ଧ୍ୟା ସମୟରେ ଗାଁ ଦାଣ୍ଡରେ ଦେଖିବାକୁ ମିଳୁନାହିଁ ଗୋଧୂଳିର ପରିବେଶ । ମଣିଷର ଚାହିଦା ମେଣ୍ଟାଇବାକୁ ବଳି ପଡୁଛନ୍ତି ନିରୀହ ଗୋ-ସମ୍ପଦ । ଗାଁ ଗଣ୍ଡାରୁ ବିଲୋପ ହେବାକୁ ବସିଲାଣି ଗୋ ସମ୍ପଦ । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରତିଦିନ ଶହଶହ ସଂଖାରେ ଅନ୍ୟ ଜିଲ୍ଲା ତଥା ବାହାର ରାଜ୍ୟକୁ ଗୋ-ଚାଲାଣ ହେଉଥିବା ବେଲେ ଜିଲ୍ଲା ପ୍ରଶାସନ ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜୁ ଏକ୍ସପ୍ରେସ ୱେ ଦେଇ ଆମପାଣି ସମେତ କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଦେଇ ପ୍ରତି ଶୁକ୍ରବାର, ଶନିବାର ଦିନ ପଡୋଶୀ ଜିଲ୍ଲା ନବରଙ୍ଗପୁର ଜିଲ୍ଲାକୁ ଶହଶହ ସଂଖ୍ୟାରେ ଗୋରୁ ବେପାରୀମାନେ ଅବାଧରେ ଗୋ ଚାଲାଣ କରୁଛନ୍ତି । କୋକସରା ବ୍ଲକ୍‌ର ଝରିଆଗୁଡା, ଗହନା ମୁଣ୍ଡା ଅଞ୍ଚଳରେ ସକ୍ରିୟ ଥିବା ଗୋରୁ ବେପାରୀମାନେ ଧର୍ମଗଡ ବ୍ଲକ ବେହେରା, ଧର୍ମଗଡ ଗୋରୁ ବଜାର ସମେତ ଗ୍ରାମାଞ୍ଚଳରୁ ଗୋରୁ କିଣି ନବରଙ୍ଗପୁର ଜିଲ୍ଲା ପର୍ଯ୍ୟନ୍ତ ଗୋ ଚାଲାଣ କରୁଛନ୍ତି । ପ୍ରତି ଶନିବାର ଶହ ଶହ ସଂଖ୍ୟକ ଗାଈଗୋରୁଙ୍କୁ ଅତି ଅକଥନୀୟ ଭାବେ ନିୟୋଜିତ ଶ୍ରମିକମାନେ ଜାତୀୟ ରାଜପଥ ୨୬ ଦେଇ ଆମପାଣି, ମୈଦାଲପୁର, ପାପଡାହାଣ୍ଡି, ନବରଙ୍ଗପୁର, ବୋରିଗୁମ୍ମା ପର୍ଯ୍ୟନ୍ତ ଗୋରୁମାନଙ୍କୁ ଚଲେଇନେଇଥାନ୍ତି । ତା’ ବଦଳରେ ଶ୍ରମିକଙ୍କୁ ପାରିଶ୍ରମିକ ବାବଦରେ ୨ ରୁ ୩ ହଜାର ଟଙ୍କା ମିଲିଥାଏ । ବୋରିଗୁମ୍ମା ନିକଟରେ ଥିବା ଜୟନ୍ତଗିରି ହାଟ ହେଉଛି ଗାଈଗୋରୁ କିଣାବିକାର ପେଣ୍ଠସ୍ଥଳୀ । ପ୍ରତି ସୋମବାର ଓ ମଙ୍ଗଳବାର ଜୟନ୍ତଗିରିରେ ଗୋରୁ ବଜାର ବସିଥାଏ । ଏହି ବଜାରକୁ ହଜାର ହଜାର ସଂଖ୍ୟାରେ ଗାଈଗୋରୁ ବିକ୍ରି ପାଇଁ ବେପାରୀମାନେ ଆଣିଥାନ୍ତି । ଏହି ବଜାରକୁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ, ହାଇଦ୍ରାବାଦ, ଚେନ୍ନାଇ, ତାମିଲନାଡୁ ଅଞ୍ଚଳରୁ ଗୋରୁ ବେପାରୀ ଦ୍ୱାରା ନିୟୋଜିତଏଜେଣ୍ଟମାନେ ମୂଲଚାଲ କରି ଲକ୍ଷଲକ୍ଷଟଙ୍କା ବିନିମୟରେ ଗାଈଗୋରୁ କିଣି ଅନ୍ୟରାଜ୍ୟକୁ ଗାଡି ଯୋଗେ ଚାଲାଣ କରୁଥିବାଜଣାପଡିଛି । ଦକ୍ଷିଣ ଭାରତର କିଛିରାଜ୍ୟରେ ଓ ବଜାରରେ ଗୋ ମାଂସରଚାହିଦା ଅଧିକା ଥିବା ଯୋଗୁଁ ଅଧିକାଂଶଗୋ ସମ୍ପଦ ଏହି ଚାହିଦା ପୂରଣ କରିବାପାଇଁ ବଳିପଡିଥାନ୍ତି । ଏହି ଅଞ୍ଚଳରୁ ଓଡିଶାସମେତ ଅନ୍ୟ ରାଜ୍ୟର ସହରଗୁଡ଼ିକୁ ଗୋମାଂସ ଚାଲାଣ ହେଉଥିବା ନେଇ କିଛିଗୋରୁ ବେପାରୀ ନାମ ଗୋପନ ରଖିପ୍ରକାଶ କରିଛନ୍ତି । ତେବେ ଏସବୁ ଭିତରେଦିନକୁ ଦିନ ଗୋ ସମ୍ପଦ ହ୍ରାସ ପାଉଥିବାବେଳେ ବେଆଇନ ଗୋ ଚାଲାଣରେଅଙ୍କୁଶ ଲଗାଇବାକୁ ବିଭିନ୍ନ ହିନ୍ଦୁସଙ୍ଗଠନ ପକ୍ଷରୁ କଳାହାଣ୍ଡି ଜିଲ୍ଲାପ୍ରଶାସନ ନିକଟରେ ଦୃଢ଼ କାର୍ଯ୍ୟାନୁଷ୍ଠାନନେବାକୁ ଦାବି ହୋଇଆସୁଛି । ତେବେକେବେ ଜିଲ୍ଲା ପ୍ରଶାସନ ଏ ଦିଗରେତତ୍ପରତା ଦେଖାଇ ବେଆଇନ ଗୋଚାଲାଣ ଉପରେ ଲଗାମ ଲଗାଉଛି ତାହାଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *