Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରମ ବିଭାଗର ଆଢ଼ୁଆଳରେ ଦଣ୍ଡପାଟ ଅଞ୍ଚଳ ବୃଦ୍ଧି ପାଉଛି ଦାଦନ ଶ୍ରମିକଙ୍କ ମୃତ୍ୟୁହାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରମ ବିଭାଗର ଆଢ଼ୁଆଳରେ ଦଣ୍ଡପାଟ ଅଞ୍ଚଳ ବୃଦ୍ଧି ପାଉଛି ଦାଦନ ଶ୍ରମିକଙ୍କ ମୃତ୍ୟୁହାର

ଧର୍ମଗଡ଼: ଦାଦନ ଶବ୍ଦକୋଷରୁ ଦଣ୍ଡପାଟ ଅଞ୍ଚଳ ଯେମିତି ସବୁବେଳେ ଅପବାଦ ମୁଣ୍ଡେଇ ଆସିଛି । ଦଣ୍ଡପାଟ ଅଞ୍ଚଳରେ ଦାଦନ ସମସ୍ୟା କେବେ ଥମିବାର ନାଁ ଧରୁନାହିଁ । ଏବେ ଦିନୁଦିନ ଦାଦନ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଅଞ୍ଚଳର ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି । ଯୁବକଯୁବତୀ ବୃଦ୍ଧବୃଦ୍ଧା ବିବାହିତ ଅବିବାହିତ କିଏ ବି ବାଦ ପଡୁନାହାନ୍ତି । ଦୈନନ୍ଦିନ କିଛି ନା କିଛି ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶା ଘଟଣା ଗାଁରେ ପହଞ୍ଚିବା ଭଳି ବିଷୟ ଏବେ ଅଞ୍ଚଳର ଶିରୋନାମା ପାଲଟିଛି । ଗତ ବୁଧବାର ଦିନ ଜଣେ ନା ବାଳକ ଦାଦନ ମୃତ୍ୟୁ ଖବର ଏବେ ଚର୍ଚ୍ଚା ପରିସରକୁ ଆସିଛି । ଦାଦନ ଶବ ହୋଇ ଗାଁକୁ ଫେରି ଆସିବା ପରେ ଅଞ୍ଚଳ ଏକ ପ୍ରକାର ସ୍ତବ୍ଧ ପାଲଟିଛି । ମୃତ ଦାଦନ ଶ୍ରମିକ ଜଣକ ଧର୍ମଗଡ ବ୍ଲକ ଛଞ୍ଚାଣ ବାହେଲି ପଞ୍ଚାୟତ ପଲସପାଣି ଗ୍ରାମର ନାବାଳକ ଯୁବକ ପୂର୍ଣ୍ଣଚନ୍ଦ୍ର ପୁଝାରି (୧୬)ବୋଲି ଜଣାପଡିଛି । ଗତ ତିନି ମାସ ତଳେ ପରିବାରର ବାରଣ ସ୍ୱତ୍ତ୍ୱେ ସେ ସାଙ୍ଗସାଥୀଙ୍କ ସାଥିରେ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ରାଜ୍ୟରର ନିଜାମକୁ ଯାଇଥିଲେ । ଗତ ୧୯ତାରିଖ ଦିନ ହଠାତ ତାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସାଥୀ ଶ୍ରମିକମାନେ ସ୍ଥାନୀୟ ଏକ ବେସରକାରୀ କ୍ଲିନିକ ରେ ଚିକିତ୍ସା କରାଇଥିଲେ । ହେଲେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଲା । ଏହାପରେ ଯୁବକଙ୍କ । ପରିବାରକୁ ଖବର ଦେଇଥିଲେ । ତେବେ ପରିବାର ଲୋକ ପହଞ୍ଚିବା ପୂର୍ବରୁ ଯୁବକଙ୍କ ମୃତ୍ୟୁ ହୋଇଥିଲା । ପରେ ଠିକାଦାରଙ୍କ ସହଯୋଗରେ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗାଁ ପଲସପାନି ଗ୍ରାମକୁ ବୁଧବାର ଦିନ ମୃତଦେହ ପହଞ୍ଚି ଥିଲା । ବନ୍ଧୁବାନ୍ଧବ ପରିଜନ ଶ୍ମଶାନରେ ଶେଷ ସତ୍କାର କରିଥିଲେ । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଅଞ୍ଚଳର ୪-୬ଜଣ ଦାଦନଙ୍କ ମୃତ୍ୟୁ ହୋଇସାରିଲାଣି । ଯାହା ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହୋଇସାରିଛି । ହେଲେ ଶ୍ରମିକ ବିଭାଗ ଅଞ୍ଚଳ ପ୍ରତି ଆଖି ବୁଜି ରଖିଛି । ବିଭାଗ ଠାରେ ଖବର ରହିଥିଲେ ବି ନା ତଦନ୍ତ କରୁଛି ନା ରୋକିବାକୁ ପଦକ୍ଷେପ ନେଉଛି । ଆଉ କେତେ ଏପରି ଘଟଣା ଘଟିଲେ ବିଭାଗ ଚେତିବ ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଅଞ୍ଚଳ କେବଳ ଦାଦନ ଅଞ୍ଚଳ ପରିଚୟ ନେଇ ବଞ୍ଚିବ ନା ଆଗକୁ ନୂତନସୂର୍ଯ୍ୟୋଦୟ ହେବ କହିବା ମସ୍କୁଲ ହୋଇପଡିଛି । ଦାନା ପାଇଁ ଦାଦନ ଖଟୁଥିବା ଦଣ୍ଡପାଟ ଅଞ୍ଚଳର ଭାଗ୍ୟ କେବେ ପରିବର୍ତ୍ତନ ହେବ ତାହା ଏବେ ଦେଖିବାକୁ ବାକି ରହିଛି ।

Leave a Reply