ଆଧୁନିକତା ଭିତରେ ଅଲୋଡ଼ା ଏବେ ଢିଙ୍କି
ଧର୍ମଗଡ,: ବିଜ୍ଞାନ ଯେତେ ଅଗ୍ରଗତି କରୁଛି ସେତେ ପରିମାଣରେ ଅନେକ ପରମ୍ପରା ସଂସ୍କୃତି ଲୀନ ହେବାରେ ଲାଗିଛି । ଗୋଟାଏ ପଟେ ବିଜ୍ଞାନର କରାମତି ବଳରେ ଚନ୍ଦ୍ରପୃଷ୍ଠରେ ମଣିଷ ବସବାସ କରିବା ଉଦ୍ୟମକୁ ଗୌରବ ମଣୁଥିବା ବେଳେ ଆଧୁନିକତା ଗ୍ରାସ ଯୋଗୁ ପୁରୁଣା ପଦ୍ଧତିକୁ ପଛରେ ପକେଇଛି । ଧୀରେ ଧୀରେ ଶତାଧିକ ଉପକରଣ ଏବେ ଆଉ ଦେଖିବାକୁ ମିଳୁନି । ଅତ୍ୟାଧୁନିକ ଜ୍ଞାନ କୌଶଳ ନିର୍ମାଣରେ ତିଆରି ଯନ୍ତ୍ରପାତି ମଣିଷକୁ ସରଳ ସହଜ କରିଛି ସତ ହେଲେ ତାର ମୌଳିକ ସୁସ୍ୱାଦ ହରାଇବସିଛି । ସେହି ହଜିଯାଇଥିବା ପୁରୁଣା ଉପକରଣ ଅଂଶ ବିଶେଷ ମଧ୍ୟରେ ରହିଛି ଢ଼ିଙ୍କି । ଦିନ ଥିଲା ଗାଁ ଦାଣ୍ଡରେ ପାହାନ୍ତିଆ ହେବା ମାତ୍ର କେ ଢ଼ିଙ୍କି କୁଟା ଶବ୍ଦ କମ୍ପିଉଠେ । ବହୁ ପୁରାତନ ଯୁଗରୁ ଏହାର ବ୍ୟବହାର ହୋଇଆସୁଥିଲା । ଯେତେବେଳେ ଯନ୍ତ୍ରପାତି କୌଣସି ବ୍ୟବହାରିତା ମଣିଷ ଜାଣିନଥିଲା ସେତେବେଳେ ଠୁ ଢ଼ିଙ୍କିର ଚାହିଦା ଘରେ ଘରେ ରହି ଆସୁଥିଲା । ଧାନ, ଗହମ, ମାଣ୍ଡିଆ, ଚାଉଳ ପ୍ରମୁଖ ଇତ୍ୟାଦିକୁ ତିଆରି କରିବାରେ ଏକ ମାତ୍ର ସାହା ଭରସା ସାଜି ରହିଥିଲା । ଧାନକୁ କୁଟି ଚାଉଳ କରିବା, ମାଣ୍ଡିଆକୁ ଗୁଣ୍ଡ କରିବା, ବାଜରା ପ୍ରଭୃତି ଏହି ଢିଙ୍କି ବଳରେ କରାଯାଉଥିଲା । କାଠରେ ତିଆରି ଢିଙ୍କିର ସ୍ୱତନ୍ତ୍ର ସ୍ଥାନ ଘର ଭିତରେ କିମ୍ପା ଦାଣ୍ଡରେ ରହୁଥିଲା । ସୁବିଧା ମୁତାବକ ତାର ସ୍ଥାନ ରହିଥିଲା । ଏକ ଲମ୍ବା କାଠ -ଶେଷ ମୁହଁରେ ରହିଥାଏ ଆଉ ଏକ ଛୋଟ ପାନ୍ତଲ ପୁଣି ତାର ଶେଷ ଭାଗରେ ଲୁହା ନିବୃତ ଗୋଲେଇ । ମଝି ଦୁଇ ପାର୍ଶ୍ୱରେ ଲମ୍ବା ହୋଇ ପୋତାଯାଇଥିବା ଦୁଇଟି କାଠ ପୁଣି ଶେଷ ଭାଗରେ ଖୋଳାଯାଇଥାଏ ଗାତ । ସେହି ଗାତ ଉପରେକୁ ନିଜର ସନ୍ତୁଳନ ରକ୍ଷା ପାଇଁ ବନ୍ଧା ଯାଇଥାଏ ଖଣ୍ଡେ ରଶି । ଏହାକୁ ବିଶେଷ ଭାବେ ମହିଳାମାନେ ବ୍ୟବହାର କରୁଥିଲେ । ପ୍ରାୟ ନିଜ ସୁବିଧା ଅନୁଯାୟୀ ଏହି ଢ଼ିଙ୍କିକୁ ଦୁଇ ଜଣ ମହିଳା ନିବୃତ ହେଲେ ସୁରୁଖୁରୁ ଭାବେ କୌଣସି ତିଆରି କରିବାରେ ସହଜ ହେଉଥିଲା । ବିଶେଷ ଭାବେ ଧାନରୁ ଚାଉଳ ନିର୍ମାଣ କରିବାରେ ସହଜ ହେଉଥିଲା । ତେବେ ବୁଦ୍ଧିଜୀବୀଙ୍କ କହିବା କଥା ଏହି ଢିଙ୍କି ତିଆରି ଚାଉଳରେ ପ୍ରଚୁର ପରିମାଣରେ ଭିଟାମିନ ରହିଥିଲା । ସେହି ଚାଉଳର ସ୍ୱାଦିଷ୍ଟ ଆଉ ଆଜିକାଲି ଯନ୍ତ୍ରପାତିରେ ତିଆରି ଚାଉଳ ଭିତରେ ଆକାଶ ପାତାଳ ଫରକ ରହୁଥିବା ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି । ଅନେକ ମହିଳା ଏହି ଢ଼ିଙ୍କି କୁଟୁଥିବାବେଳେ କିଛି ସ୍ୱତନ୍ତ୍ର ଗୀତ ମଧ୍ୟ ବୋଲୁଥିଲେ । ହେଲେ ଯୁଗ ପରିବର୍ତ୍ତନ ସାଙ୍ଗକୁ ବିଜ୍ଞାନର ପ୍ରଗତି ଯୋଗୁ ସେ ସବୁ ଆଉ ଦେଖୁବାକୁ ମିଳୁନି