ମହକୁ ନାହିଁ ଓଡ଼ିଆଙ୍କ ପଖାଳ କଂସା

ଲୋପ ପାଉଛି ଦେଶୀ ଧାନ ଚାଷ

ଧର୍ମଗଡ଼: ଓଡ଼ିଆଙ୍କ ଅତି ପ୍ରିୟ ଖାଦ୍ୟ ଓ ପାରମ୍ପାରିକ ପଖାଳ ଭାତ ଆଉ ପୂର୍ବ ଭଳି ମହକୁ ନାହିଁ । ପୂର୍ବରୁ ଚାଷ ହେଉଥିବା ପାରମ୍ପାରିକ ଦେଶୀ ଧାନ ଲୋପ ପାଇବାକୁ ବସିଲାଣି । ଏକ ସମୟରେ ରାଜ୍ୟର କଳାହାଣ୍ଡି ସମେତ ପଶ୍ଚିମ ଓଡ଼ିଶାରେ ଦେଶୀ ଧାନ ଚାଷର ବେଶ୍ ଚାହିଦା ଥିଲା । ବର୍ଦ୍ଧିତ ଲୋକ ସଂଖ୍ୟା ଦୃଷ୍ଟିରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସବୁଜ ବିପ୍ଳବ ନାମରେ କମ୍ ଦିନରେ ଅଧିକ ଅମଳ ପାଇଁ ରାସାୟନିକ ପଦ୍ଧତିରେ ଶଙ୍କର ଜାତୀୟ ଧାନ ଚାଷ କରିବା ପାଇଁ ପ୍ରୋସାହନ ଦେବାରୁ ଗ୍ରାମାଞ୍ଚଳ ଚାଷୀମାନେ ଚାଷୀନ ପାରମ୍ପରିକ ଧାନ ଚାଷ ପାଇଁ ବିମୁଖ ବିମୁଖ ହୋଇ ପଡ଼ିଥିବା ଦେଖାଦେଇଛି । ଉତ୍ପାଦିତ ଚାଉଳରୁ ଫଳରେ ଶଙ୍କର ଧାନରୁ ଉତ୍ପାଦିତ ଚାଉଳରୁ ରନ୍ଧା ପଖାଳ ଆଉ ମହକୁ ନାହିଁ । କୀଟନାଶକ ଓ ରାସାୟନିକ ବ୍ୟବହାରରେ ହେଉଥିବା ଶଙ୍କର ଧାନ ଚାଷ ଫଳରେ ଧୀରେ ଧୀରେ ମାଟି, ପାଣି, ପବନ, ପରିବେଶ ଓ ଉତ୍ପାଦନ ପ୍ରଦୂଷିତ ହେବାରେ ଲାଗିଛି । ଦେଶୀଧାନ ମଧ୍ୟରେ ୬୦ଦିନର ସାଠିକା ବିଆଳି ଠାରୁ ୨୦୦ ଦିନର ବୁଡ଼ା ଅଞ୍ଚଳ ଧାନ ପଟେଣି, ବଡ଼ ଖଜରା, ଅମନ, ଧୁସୁରା, କଇଁନାଡ଼, ଭୂତିଆ, ଗୁଡୁମାଟିଆ ଓ ବାଙ୍କୋଇ ପ୍ରଭୃତି ପାରମ୍ପରିକ ଧାନ ଚାଷର ଚାହିଦା ଏବେବି ବିଜୁଳି, ମୟୂରକଣ୍ଠା, କସ୍ତୁରୀ, କୃଷ୍ଣ ଭୋଗ, ସମଲାଇ, କଳାଜିରା, ପିମ୍ପୁଡ଼ି ବାସ, ଚିନି କାମିନୀ, କେତକୀ ବାସ, ପଦ୍ମ କେଶରୀ, କପୂର କାନ୍ତି, ସୁନା କାଠି, ସୁନା ଖାଇ, ଜବା ଫୁଲ ପ୍ରଭୃତି ଦେଶୀ ଧାନର ଘୋର ଅଭାବ ଦେଖାଦେଇଛି । ପଶ୍ଚିମାଞ୍ଚଲରେ ଆବଶ୍ୟକ ଲୁଣା ସହଣି ଧାନ ଯଥା ମାଟିଆ, ଲୁଣାପାଟେଣି, ଲୁଣାଶ୍ରୀ, ଗେଟୁ ଓ ଦାମୋଦର ଭଳି ଦେଶୀ ଧାନ ବିହନକୁ ଏବେବି କଳାହାଣ୍ଡି ଅଞ୍ଚଳର ଚାଷୀ ବଞ୍ଚାଇ ରଖିଛନ୍ତି । ଆମ ରାଜ୍ୟର ପାରମ୍ପରିକ ସୁବାସିତ ଧାନର ଚାଉଳ ଓ ଔଷଧୀୟ ଗୁଣରେ ଭରପୂର ଧାନର ଚାଉଳ ଏବେ ବିଦେଶ ବଜାରରେ କିଲୋ ପିଛା ୨୦୦ଟଙ୍କାରେ ବିକ୍ରି ହେଉଛି । ବ୍ୟୟ ସାପେକ୍ଷ ରୋଗପୋକ ପ୍ରବଣ ଶଙ୍କାର ଧାନ ଚାଷ ପରିବର୍ତ୍ତେ ପାରମ୍ପରିକ ଦେଶୀ ଧାନ ଚାଷକୁ ଆପଣାଇଲେ ଉପଭୋକ୍ତାଙ୍କ ଶରୀର ସୁସ୍ଥ ରହିବା ସହ ପରିବେଶ ସୁସ୍ଥ ରହିପାରିବ ବୋଲି କୃଷି ବିଜ୍ଞାନୀ କହିଛନ୍ତି ।

Leave a Reply

Your email address will not be published. Required fields are marked *