Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଟିଏମ୍‌ସିର ତୁଷ୍ଟୀକରଣ ଯୋଗୁଁ ପଶ୍ଚିମବଙ୍ଗର ଜନସଂଖ୍ୟା ସନ୍ତୁଳନ ବିଗିଡ଼ିଯାଇଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଟିଏମ୍‌ସିର ତୁଷ୍ଟୀକରଣ ଯୋଗୁଁ ପଶ୍ଚିମବଙ୍ଗର ଜନସଂଖ୍ୟା ସନ୍ତୁଳନ ବିଗିଡ଼ିଯାଇଛି

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପଶ୍ଚିମବଙ୍ଗରେ ଏକାଧିକ ରାଲିକୁ ସମ୍ବୋଧିତ କରିଛନ୍ତି । ପଶ୍ଚିମବଙ୍ଗର ମେଦିନୀପୁର ରାଲିରେ ମୋଦୀ କଂଗ୍ରେସ ଓ ଟିଏମସିକୁ ଟାର୍ଗେଟ କରିଛନ୍ତି । ଏଠାରେ ଦୁହେଁ ପରସ୍ପର ବିରୋଧରେ ଲଢ଼େଇ କରୁଛନ୍ତି ଏବଂ ଦିଲ୍ଲୀରେ ମେଣ୍ଟ କରୁଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଟିଏମସି ଅନୁପ୍ରବେଶକାରୀଙ୍କୁ ସ୍ୱାଗତ କରୁଛି କିନ୍ତୁ ନିର୍ଯାତିତ ହିନ୍ଦୁ ସଂଖ୍ୟାଲଘୁଙ୍କୁ ବିରୋଧ କରୁଛି । ଟିଏମସିର ଏହି ତୁଷ୍ଟିକରଣ ଯୋଗୁଁ ପଶ୍ଚିମବଙ୍ଗର ଜନସଂଖ୍ୟା ସନ୍ତୁଳନ ବିଗିଡ଼ିଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏଇ ମାତ୍ର ୪ ଦିନ ତଳେ ୩୦୦ରୁ ଅଧିକ ଶରଣାର୍ଥୀଙ୍କୁ ନାଗରିକତା ଦେଇ ଏକ ନୂଆ ଆରମ୍ଭ ହୋଇଛି । ମୁଁ ଟିଏମସିର ଲୋକଙ୍କୁ କହିବାକୁ ଚାହୁଁଛି ଯେ ଧ୍ୟାନର ସହ ଶୁଣନ୍ତୁ, ସିଏଏ ହେଉଛି ମୋଦୀର ଗ୍ୟାରେଣ୍ଟି । ସେ କହିଛନ୍ତି ଯେ ଟିଏମସି ଅନୁପ୍ରବେଶକାରୀଙ୍କୁ ସ୍ୱାଗତ କରେ କିନ୍ତୁ ନିର୍ଯାତନାର ଶିକାର ହୋଇ ଏଠାକୁ ଆସିଥିବା ହିନ୍ଦୁ ସଂଖ୍ୟାଲଘୁଙ୍କୁ ଏହା ଦୃଢ଼ ବିରୋଧ କରୁଛି । ମୁଁ ପ୍ରତିଶ୍ରୁତି ଦେଇଥିଲି ଯେ ମୁଁ ଏହି ଶରଣାର୍ଥୀ ପରିବାରମାନଙ୍କୁ ନାଗରିକତା ଦେବି, ସେମାନେ ଆମକୁ ଏହା କରିବାକୁ ଆଶା କରୁଛନ୍ତି । ଟିଏମସି ସିଏଏକୁ ବିରୋଧ କରୁଛି ଯାହା ସେମାନଙ୍କୁ ସାହାଯ୍ୟ କରିଛି ଏବଂ କହିଛି ଯେ ଆମେ ଏହାକୁ କାର୍ଯ୍ୟକାରୀ କରିବାକୁ ଦେବୁ ନାହିଁ । ଟିଏମସି, କଂଗ୍ରେସ ଓ ବାମପନ୍ଥୀ ମାନେ ଲେଖିବା ଦରକାର ଯେ ଯେପର୍ଯ୍ୟନ୍ତ ମୋଦି ବଞ୍ଚିରହିବେ ସେପର୍ଯ୍ୟନ୍ତ ସେମାନେ କିଛି କରିପାରିବେ ନାହିଁ

Leave a Reply