Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପିଓକେ ଭାରତର ଅଛି ଆଉ ରହିବ, ଆମେ ତାକୁ ଛଡ଼ାଇ ଆଣିବୁ: ଶାହା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପିଓକେ ଭାରତର ଅଛି ଆଉ ରହିବ, ଆମେ ତାକୁ ଛଡ଼ାଇ ଆଣିବୁ: ଶାହା

ଝାନ୍‌ସୀ : ଲୋକ ସଭା ନିର୍ବାଚନ ମଧ୍ୟରେ ପୁଣିଥରେ ପାକିସ୍ତାନ ଅଧିକୃତ କଶ୍ମୀରକୁ ନେଇ ବଡ଼ ବୟାନ ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ପିଓକେ ଭାରତର ଅଛି ଆଉ ରହିବ, ଆମେ ତାକୁ ଛଡ଼ାଇ ଆଣିବୁ ବୋଲି ଶନିବାର ବୁନ୍ଦେଲଖଣ୍ଡର ଝାନ୍‌ସୀରେ ଏକ ଜନସଭାକୁ ସମ୍ବୋଧିତ କରି ଶାହା କହିଛନ୍ତି । ଶାହା କହିଛନ୍ତି, ପିଓକେ ଭାରତର, ଆମେ ତାକୁ ଛଡ଼ାଇ ଆଣିବୁ । କଂଗ୍ରେସ ନେତା ମଣିଶଙ୍କର ଅୟର କହିଥିଲେ କି ପାକିସ୍ତାନକୁ ସମ୍ମାନ ଦିଅ । ତାଙ୍କ ପାଖରେ ପରମାଣୁ ବୋମା ରହିଛି । ତାଙ୍କୁ ପିଓକେ ମାଗ ନାହିଁ । ମୁଁ କହିବାକୁ ଚାହୁଁଛି ଏହା ନରେନ୍ଦ୍ର ମୋଦି ସରକାର । ଆମେ ପରମାଣୁ ବୋମାକୁ ବି ଡରୁ ନାହିଁ । ଏହାଛଡ଼ା ନିର୍ବାଚନର ୪ ପର୍ଯ୍ୟାୟ ଶେଷ ହୋଇଛି । ଏଥିରେ ମୋଦି ୨୭୦ରୁ ଅଧିକ ଆସନ ସହ ଟ୍ରିପଲ୍ ସେଞ୍ଚୁରି ଆଡକୁ ଅଗ୍ରସରହେଉଛନ୍ତି । ରାହୁଲ ବାବାଙ୍କ ‘ଇଣ୍ଡିଆ’ ମେଣ୍ଟ ଧରାଶାୟୀ ହୋଇଛି । ଏବେ ମୋଦି ତୃତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ହୋଇଥିବା ସେ ମଧ୍ୟ କହିଛନ୍ତି ।

Leave a Reply