ଭିଡ଼ ହିଂସା ହେତୁ କିର୍ଗିଜସ୍ତାନରେ ପଢୁଥିବା ଭାରତୀୟ ଛାତ୍ରଙ୍କୁ ଘରୁ ନବାହାରିବାକୁ ପରାମର୍ଶ

ଭିଡ଼ ହିଂସା ହେତୁ କିର୍ଗିଜସ୍ତାନରେ ପଢୁଥିବା ଭାରତୀୟ ଛାତ୍ରଙ୍କୁ ଘରୁ ନବାହାରିବାକୁ ପରାମର୍ଶ

କିର୍ଗିଜସ୍ଥାନ: କିର୍ଗିଜସ୍ତାନର ରାଜଧାନୀରେ ଅନ୍ତର୍ଜାତୀୟ ଛାତ୍ରଙ୍କୁ ଟାର୍ଗେଟ କରି ଭିଡ଼ ହିଂସା ଉପୁଜୁଥିବା ହେତୁ ଉଭୟ ଭାରତ ଓ ପାକିସ୍ତାନ ବିସକେକ୍‌ରେ ରହୁଥିବା ନିଜ ଦେଶର ଛାତ୍ରଙ୍କୁ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି । କିର୍ଗିଜସ୍ତାନରେ ଥିବା ଭାରତର ଦୂତାବାସ କହିଛି ଯେ ବର୍ତ୍ତମାନ ପରିସ୍ଥିତି ଶାନ୍ତ ରହିଛି । ପାକିସ୍ତାନ ପକ୍ଷରୁ ଜାଣିବାକୁ ମିଳିଛି ଯେ ବିସକେକ୍‌ରେ ଥିବା ଏକ ହଷ୍ଟେଲ୍‌ରେ ଭାରତ, ବାଂଲାଦେଶ ଏବଂ ପାକିସ୍ଥାନର ଛାତ୍ରମାନେ ରହୁଥିବା ବେଳେ ସେଠାରେ ଆକ୍ରମଣ ହୋଇଛି । ବିସକେକ୍‌ର ଥିବା ଭାରତୀୟ ମିସନ ପକ୍ଷରୁ ଏକ ଏକ୍ସ ପୋଷ୍ଟ୍ କରାଯାଇଛି ଯେ “ଆମେ ଆମର ଛାତ୍ରମାନଙ୍କ ସହ ଯୋଗାଯୋଗରେ ଅଛୁ । ବର୍ତ୍ତମାନ ପରିସ୍ଥିତି ଶାନ୍ତ ଅଛି, କିନ୍ତୁ ଛାତ୍ରମାନଙ୍କୁ କିଛି ସମୟ ପାଇଁ ଘର ଭିତରେ ରହିବାକୁ ଏବଂ କୌଣସି ସମସ୍ୟା ହେଲେ ଦୂତାବାସ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଆମର ୨୪ ଘଣ୍ଟିଆ ଯୋଗାଯୋଗ ନମ୍ବର ହେଉଛି ୦୫୫୫୭୧୦୦୪୧ ।’’ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ପ୍ରାୟ ୧୪,୫୦୦ ଭାରତୀୟ ଛାତ୍ର କିର୍ଗିଜସ୍ଥାନରେ ରୁହି ପାଠ ପଢୁଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଦୂତାବାସ ପକ୍ଷରୁ ହୋଇଥିବା ଏକ ପୋଷ୍ଟରେ କହିଛନ୍ତି ଯେ ବିସକେକ୍ ଭାରତୀୟ ଛାତ୍ରଛାତ୍ରୀଙ୍କ କଲ୍ୟାଣ ଉପରେ ନଜର ରହିଛି । ବର୍ତ୍ତମାନ ପରିସ୍ଥିତି ଶାନ୍ତ ଥିବା ଜଣାପଡିଛି ।’’ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଏକ ପରାମର୍ଶପତ୍ରରେ ପାକିସ୍ତାନର ଦୂତାବାସ କହିଛି ଯେ ମେ ୧୩ ତାରିଖରେ କିର୍ଗିଜସ୍ଥାନରେ ଏବଂ ମିଶର ଛାତ୍ରଙ୍କ ମଧ୍ୟରେ ଝଗଡ଼ା ହେବାର ଭିଡିଓ ଶୁକ୍ରବାର ଦିନ ଅନଲାଇନରେ ଭାଇରାଲ ହେବା ପରେ ମାମଲା ଆହୁରି ବଢ଼ିଛି ।

Leave a Reply

Your email address will not be published. Required fields are marked *