ପୋଲିସ ଗୁଳିରେ ମାଓବାଦୀ ନିହତ

ଉମରକୋଟ : ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟି ରେ ରଖି ଜିଲ୍ଲା ପୋଲିସ ସମ୍ପୂର୍ଣ୍ଣ ସଜବାଜ ହୋଇରହିଥିବା ବେଳେ ମାଓ କାର୍ଯ୍ୟ କଳାପ ଉପରେ ତୀକ୍ଷ୍ମଣ ନଜର ଗଡ଼ାଇ ରଖିଛନ୍ତି । ବିଗତ ଦିନ ମାନଙ୍କରେ ମାଓବାଦୀ ମାନେ ବିଭିନ୍ନ ଅଘଟଣ ଘଟାଇ ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରିଥିବା ବେଳେ ନବରଙ୍ଗପୁର ଜିଲ୍ଲା ମାଓ ଗଡ଼ ଭାବେ ବେଶ ପରିଚିତ ଥିଲା ହେଲେ ଏବେ କିନ୍ତୁ ଚିତ୍ର ସମ୍ପୂର୍ଣ୍ଣ ଅଲଗା ବିଗତ ୯ ତାରିଖ ଦିନ ଜିଲ୍ଲା ପୋଲିସର ଯବାନ ମାନେ ହାତୀଗାଁ ରିସର୍ଭ ଜଙ୍ଗଲ ରେ ଗସ୍ତ କରୁଥିବା ବେଳେ ମାଓବାଦୀଙ୍କ ସହ ସାମନା ସାମନି ହୋଇ ଥିଲା ମାଓବାଦୀଙ୍କ ତରଫରୁ ଗୁଳି ଲସକ୍ସସଦ୍ଭଶ କରାଯାଇଥିଲା ଜବାବ ରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚଳାଇବା ଫଳରେ ଜଣେ ମାଓବାଦୀ ନୀହତ ହୋଇ ଯାଇଥିଲେ ତଥା ଅନ୍ୟ ମାଓବାଦୀ ମାନେ ଛାତ୍ରଭଙ୍ଗ ଡେଇ ଘନ ଜଙ୍ଗଲ ମଧ୍ୟକୁ ପଳାଇଥିଲେ ମୃତ ମାଓବାଦୀ ପ୍ରାୟ ୩୫ ବର୍ଷର ହେବ ଓ କଳା ଗଞ୍ଜି ଓ କଳା ପେଣ୍ଟ ପିନ୍ଧି ଥିବା ବେଳେ ବର୍ତମାନ ସୁଦ୍ଧା ନିହତ ମାଓବାଦୀ କେଉଁ ଅଞ୍ଚଳର ତାହା ଚି଼ହ୍ନଟ ହୋଇ ପାରିନାହିଁ ବର୍ତମାନ ଶବକୁ ପୋଲିସ ନିଜ ହେପାଜତରେ ନେଇ ଅନୁସନ୍ଧାନ ଜାରି ରଖିଛନ୍ତି ପରିବାର ପକ୍ଷରୁ ଏବେ ସୁଦ୍ଧା ଶବକୁ ଚି଼ହ୍ନଟ କରାଯିବା ଅପେକ୍ଷାରେ ଥିବା ସହ ଅଧିକ ତଥ୍ୟ ସଂଗ୍ରହ କରିବାରେ ରହିଥିବା କଥା ପୋଲିସ ପକ୍ଷରୁ ସୂଚନା ଦିଅ ଯାଇଛି ା

Leave a Reply

Your email address will not be published. Required fields are marked *