Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨ ମହିଳା ଓ ୭ ପୁରୁଷ ମାଓବାଦୀଙ୍କ ଆତ୍ମସମର୍ପଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨ ମହିଳା ଓ ୭ ପୁରୁଷ ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ: ବୌଦ୍ଧ ପୁଲିସକୁମିଳିଛି ବଡ଼ ସଫଳତା । ଏନକାଉଣ୍ଟରକିଛି ଦିନ ପରେ ଆତ୍ମସମର୍ପଣକରିଛନ୍ତି ୯ ଜଣ ମାଓବାଦୀ ।ଆତ୍ମସମର୍ପଣ କରିଥିବା ନକ୍ସଲମାନେକେକେବିଏନ ସଂଗଠନରେ ଦୀର୍ଘବର୍ଷ ହେଲା ସକ୍ରିୟ ଥିଲେ । ହେଲେନକ୍ସଲ ସଂଗଠନରେ ଦିଆଯାଉଥିବାନିର୍ଯାତନାକୁ ସହି ନ ପାରି ସେମାନେସମାଜ ମୁଖ୍ୟ ସ୍ରୋତରେ ସାମିଲହେବାକୁ ନିଷ୍ପତ୍ତି ନେଇଛନ୍ତି ।ଆତ୍ମସମର୍ପଣ କରିଥିବାମାଓବାଦୀଙ୍କ ମଧ୍ୟରେ ୨ ଜଣ ମହିଳାଓ ୭ ଜଣ ପୁରୁଷ ଥିବା ଦକ୍ଷିଣାଞ୍ଚଳଆଇଜି ଜୟ ନାରାୟଣ ପଙ୍କଜ ସୂଚନାଦେଇଛନ୍ତି । ତାଙ୍କ କହିବା କଥା ଯେହିଂସା ଛାଡ଼ି ଏମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଉଦ୍ଦେଶ୍ୟରେଆତ୍ମସମର୍ପଣ କରିଛନ୍ତି । ୯ ଜଣମାଓବାଦୀ କକଈଘ ଡିଭିଜନରହୋଇଥିବା ବେଳେ ସେମାନେଛତିଶଗଡ଼ର ମୁଲେର ଗାଁର ଲୋକ ।ଆତ୍ମସମର୍ପଣ କରିଥିବା ମହିଳାମାଓବାଦୀ ୟୋଗି ମାଡ଼ବି୨୦୧୯ରେ ସଙ୍ଗଠନର କାର୍ଯ୍ୟକର୍ତ୍ତାଭାବେ ଯୋଗ ଦେଇଥିଲେ । ତାଙ୍କୁକେକେବିଏନ୍ ଡିଭିଜନର ଅଷ୍ଟମଲିଡର ସିଲାର ସିକ୍ୟୁରିଟୀ ଗାର୍ଡଭାବେ ନିଯୁକ୍ତି ମିଳିଥିଲା । ୫ ବର୍ଷହେବ ବିଭିନ୍ନ ସ୍ଥାନରେ ସକ୍ରିୟ ଥିଲେ ।ହେଲେ ପରବର୍ତ୍ତୀ ସମୟରେ ନକ୍ସଲସଙ୍ଗଠନ ଦ୍ୱାରା ବିଭିନ୍ନ ଅନୈତିକଗତିବିଧି ଦେଖିବାକୁ ମିଳିଥିଲା ।କ୍ୟାମ୍ପରେ ମହିଳା କ୍ୟାଡଙ୍କୁଶାରୀରିକ ନିର୍ଯାତନା ଓ ଯୌନଉତ୍ପୀଡ଼ନର ଶିକାର ହେବାକୁପଡ଼ୁଥିଲା । ବଡ଼ ବଡ଼ ଠିକାଦାରଙ୍କୁଧମକାଇ ଅର୍ଥ ହଡ଼ପ, ଗଞ୍ଜେଇ ଚାଷତଥା ଚୋରା ଚାଲାଣକୁ ପ୍ରୋତ୍ସାହିତକରିବା, ଗଞ୍ଜେଇ ମାଫିଆଙ୍କଠାରୁଟଙ୍କା ଆଣିବା ଓ ଯୁବକ, ବାଳକ ଓବାଳିକାମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇସଂଗଠନରେ ମିଶାଇବା ଭଳି କାମକରାଯାଉଛି । ଏଥିଯୋଗୁ ୯ ଜଣନକ୍ସଲ ଅସନ୍ତୋଷ ପ୍ରକାଶ କରିସଂଗଠନ ଛାଡ଼ିଥିବା କହିଛନ୍ତି ।

Leave a Reply