ଏଭିବିପି ପକ୍ଷରୁ ବ୍ରହ୍ମପୁର ବିଦ୍ୟାଳୟସ୍ତରରେ ଆଇଆରପିଏମ ବିଭାଗର ଟପର ସଦାସିନୀ ଶ୍ରାବଣୀ କୁମାରୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଟପ୍ପର ସୁଶ୍ରୀ ସଦାସିନୀ ଶ୍ରାବଣୀ କୁମାରୀ ୧୨୦୫ ମାର୍କ ରଖି ବିଶ୍ୱବିଦ୍ୟାଳୟ ସ୍ତରରେ ଟପ୍ପର ହୋଇଥିବା ରୁ ଆଇ ଆର ପିଏମ ବିଭାଗର ପୁରୁଣା ଛାତ୍ର ସଙ୍ଘ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗୁଣପୁର ଶାଖା ତରଫରୁ ତାଙ୍କ ଘରକୁ ଯାଇ ସମ୍ବର୍ଦ୍ଧିତ କରାଯାଇଛି । ଗୁଣୁପୁର ମହିଳା ମହାବିଦ୍ୟାଳୟରେ ପଢ଼ୁଥିବା ଏହି ଛାତ୍ରୀ ଙ୍କ ଉଲ୍ଲେଖନୀୟ ସଫଳତା କୁ ବିଭାଗ ର ଛାତ୍ର ଛାତ୍ରୀ ଗୌରବ ମନେ କରିଛନ୍ତି ।ସେଭଳି ବିଦ୍ୟାର୍ଥୀ ମାନଙ୍କୁ ବିଭିନ୍ନ ସମୟରେ ଶିକ୍ଷା ସଫଳତା ରେ ସମ୍ବର୍ଦ୍ଧିତ କରୁଥିବା ଏ ବି ଭି ପି ଏଭଳି ଛାତ୍ରୀ ଏକ ସୁରକ୍ଷିତ ଓ ସମ୍ବର୍ଦ୍ଧିତ ରାଷ୍ଟ୍ର ଗଠନ ରେ ନିଜ ଭୂମିକା ସ୍ପଷ୍ଟ କରି ପାରିବ ବୋଲି ଛାତ୍ରୀ ଙ୍କ ଆଗାମୀ ଭବିଷ୍ୟତ ରେ ସଫଳତା ବୃଦ୍ଧି ହେବା ଆଶ୍ରୀବାଦ କରି ଉପଢୌକନ ଓ ଭଗବତ ଗୀତା ପ୍ରଦାନ କରିଛନ୍ତି । ଏହି ସମ୍ବର୍ଦ୍ଧନା ବେଳେ ଆଇଆର ପି ଏମ ବିଭାଗ ପୁରୁଣା ଛାତ୍ର ଆବାହକ ଏସ ଶିବାଜୀ, ଇନ୍ଦ୍ର ।ଖୀ ଦାଶ, ଉମା ଦାଶ୍‌, ଏ ବି ଭି ପି ର ଜିଲ୍ଲା ସଂଯୋଜକ ବି ସତୀଶ କୁମାର, ବି ରବି କୁମାର, ଶି୍ୱ ରାମ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *