Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗଛମୂଳେ ପଢୁଛନ୍ତି ଛାତ୍ରଛାତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗଛମୂଳେ ପଢୁଛନ୍ତି ଛାତ୍ରଛାତ୍ରୀ


ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡା ଘାଟିର ମୁଦୁଲିପଡା ଓ ଅଣ୍ଡ୍ରାହଲ ଦୁଇଟି ପଞ୍ଚାତରେ କେଉଁ ଆବାହନ କାଳରୁ ରହି ଆସୁଛନ୍ତି ବହୁ ପୁରାତନ ଆଦିମ ବଣ୍ଡା ଜନଜାତି । ଆଦିମ ଜନଜାତିଙ୍କ ଏହି ବାସସ୍ଥାନ ଯେତିକି ଚର୍ଚ୍ଚିତ ସେତିକି ଅବହେଳିତ ମଧ୍ୟ । ଶିକ୍ଷାଦାନ ବ୍ୟବସ୍ଥା ଏଠାରେ ଏକ ପ୍ରକାର ଭୁଷୁଡି଼ ପଡିଛି । ଯାହାର ଗୋଟିଏ ନଗ୍ନ ଉଦାହରଣ ଖଇରପୁଟ ବ୍ଲକ ଅଣ୍ଡ୍ରାହାଲ ପଞ୍ଚାୟତର ଦୁର୍ଗମ ଖାଲଗୁଡ଼ା ଗ୍ରାମରେ । ଏହି ଗ୍ରାମରେ ୮୦ରୁ ଊର୍ଦ୍ଧ୍ୱ ବଣ୍ଡା ଓ ଦିଦାୟୀ ଜନ ଜାତି ପରିବାର ବସବାସ କରନ୍ତି । ୨୦୦୮ ମସିହାରେ ଏହି ଗାଁରେ ଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟ ଖୋଲିଥିଲା । ଏହା ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଶିକ୍ଷକ ନିୟମିତ ଆସି ନଥାନ୍ତି । ଅନ୍ୟପକ୍ଷେ ପିଲାଏ କିଛି ଦିନ ଶିକ୍ଷକଙ୍କୁ ଅପେକ୍ଷା କରି କରି, ପରେ ଆଉ ବିଦ୍ୟାଳୟକୁ ଆସିଲେ ନାହିଁ । ଏମିତି କିଛି ବର୍ଷ ଚାଲିଲା ପରେ ୨୦୧୩-୧୪ ମସିହାରେ ବିଦ୍ୟାଳୟ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା, ଯାହା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଏପରିକି କାନ୍ଥରେ ଲାଗିଥିବା ଇଟା ସବୁ ବର୍ଷାର ଧୋଇ ହେବା ସହିତ ଜଙ୍ଗଲରେ ପରିଣତ ହୋଇଯାଇଛି । ଏପଟେ ଶିକ୍ଷାଦାନ, ରାସ୍ତା ଖରାପ ଦର୍ଶାଇ ଖାଲଗୁଡ଼ା ଗାଁକୁ ନିୟମିତ ଶିକ୍ଷକ ଆସୁନଥିବା ଅଭିଯୋଗ ମଧ୍ୟ କରିଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ । ସ୍କୁଲ ଘର ନଥିବାରୁ ଏକ ପଣସ ଗଛ ମୂଳରେ ବସି ଛାତ୍ର ଛାତ୍ରୀମାନେ ପାଠ ପଢିଥାନ୍ତି । ଶିକ୍ଷା ବିଭାଗ ପକ୍ଷରୁ ୨ ଜଣ ଶିକ୍ଷକଙ୍କୁ ଖାଲଗୁଡ଼ା ପ୍ରାଥମିକ ବିଦ୍ୟାଳୟକୁ ନିଯୁକ୍ତ କରାଯାଇଛି । ସେମାନେ ନିୟମିତ ବିଦ୍ୟାଳୟକୁ ଆସୁ ନଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁରେ ପ୍ରାୟ ୬୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ରହିଛନ୍ତି । ଅଥଚ କେଉ ପିଲା କେଉ ଶ୍ରେଣୀରେ ପାଠ ପଡ଼ୁଛନ୍ତି କେହି ଜାଣିନାହାନ୍ତି । ଗ୍ରାମବାସୀ ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଗୁରୁତ୍ତ୍ୱ ଦେଉ ନାହାନ୍ତି । ପାଠ ପଡ଼ାଇବା ପାଇ ସ୍ଥାନ ଅଭାବ, ରାସ୍ତାଘାଟ ନାହିଁ ଏଭଳି ଅନେକ କାରଣ ଦର୍ଶାଇ ଶିକ୍ଷକ ଗାଁକୁ ଆସୁନାହାନ୍ତି । ଶେଷରେ ନିରୁପାୟ ହୋଇ ସମସ୍ୟାର ସମାଧାନ ନିଜେ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଗାଁ ଲୋକେ । ଗାଁରେ ଚାନ୍ଦା କରି ଏକ କୁଡ଼ିଆ ନିର୍ମାଣ କରିଛନ୍ତି । ଶିକ୍ଷ୍ୟା ପାଇଁ କାମ ଚଳା ଭିତ୍ତିଭୂମି କରିବା ପରେ ମଧ୍ୟ ସରକାରୀ ଶିକ୍ଷକ ଗାଁକୁ ଆସୁ ନାହାଁନ୍ତି । ତେଣୁ କୋରାପୁଟ ଜିଲ୍ଲା ଲାମତାପୁଟ ଓ ଅନକଡଲି ଗ୍ରାମର ୨ଜଣ ଶିକ୍ଷିତ ଯୁବକ ଏବଂ ନିଜ ଅଞ୍ଚଳର ଜଣେ ମହିଳା ଓ ଅନ୍ୟ ଜଣେ ଯୁବକଙ୍କୁ ପାଠ ପଡ଼େଇବା ପାଇଁ ୩ ହଜାର ଟଙ୍କା ଦେଇ ନିୟଜିତ କରିଛନ୍ତି ଗାଁ ଲୋକେ । ତେବେ ବିଡ଼ମ୍ବନା ହେଲା କାମଚଳା ସ୍କୁଲ ଘର ଛାତ ଏବେ କାଳ ବୈଶାଖୀ ଝଡ଼ ବର୍ଷାରେ ଉଡ଼ି ଯାଇଛି । ଯାହା ଫଳରେ ପିଲାଏ ଏବେ ଗଛମୂଳରେ ବସି ପାଠ ପଢ଼ୁଛନ୍ତି । ଏବେ ସ୍କୁଲ ଖରା ଛୁଟି ଥିବାରୁ କିଛିଦିନ ପାଇଁ ପାଠପଢା ବନ୍ଦ ରହିଛି । ତୁରନ୍ତ ସ୍କୁଲଘର ନିର୍ମାଣ କରି ଶିକ୍ଷକଙ୍କୁ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply