Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବୌଷୟିକ ତ୍ରୁଟି ପାଇଁ ସୁନୀତାଙ୍କ ମହାକାଶ ଯାତ୍ରା ସ୍ଥଗିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବୌଷୟିକ ତ୍ରୁଟି ପାଇଁ ସୁନୀତାଙ୍କ ମହାକାଶ ଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ: ମହାକାଶଚାରୀ ସୁନୀତାୱିଲିୟମ୍ସଙ୍କ ତୃତୀୟ ଥର ପାଇଁ ମହାକାଶଯାତ୍ରା ଅଟକି ଯାଇଛି । ଭାରତୀୟ ବଂଶୋଦଭବ ଆମେରିକୀୟମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କଉଡ଼ାଣ ସମୟରେ ବୈଷୟିକ ତ୍ରୁଟିପରିଲକ୍ଷିତ ହେବାରୁ ଯାତ୍ରା ସ୍ଥଗିତରଖାଯାଇଛି । ଲଞ୍ଚ୍ ହେବାର କିଛି ଘଣ୍ଟାପୂର୍ବରୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହାକୁସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି ।ସୁନିତା ମଙ୍ଗଳବାର ବଚ୍ ୱିଲ୍‌ମୋରଙ୍କସହ ନୂତନ ମହାକାଶ ଯାନ ବୋଇଙ୍ଗଷ୍ଟାରଲାଇନରରେ ଉଡ଼ାଣ ଭରିବାରଥିଲା । ଏ ନେଇ ନାସା ପକ୍ଷରୁ ସୂଚନାଦିଆଯାଇଛି । ବର୍ତ୍ତମାନ ଲଞ୍ଚ ପାଇଁକୌଣସି ନୂତନ ତାରିଖ ଘୋଷଣାକରାଯାଇ ନାହିଁ । ସୂଚନା ଅନୁସାରେ,ମଙ୍ଗଳବାର ଭାରତୀୟ ସମୟ ସକାଳ୮ଟା ୪ ମିନିଟରେ କେନେଡ଼ି ସ୍ପେଶ୍‌ସେଣ୍ଟରରୁ ସୁନୀତା ୱିଲିୟମ୍ସମହାକାଶକୁ ତୃତୀୟ ଥର ପାଇଁ ଯାତ୍ରାକରିଥାନ୍ତେ । ବଚ ୱିଲମୋର ମଧ୍ୟତାଙ୍କ ସହ ମହାକାଶ ଯାତ୍ରା କରିବାକୁଯାଇଥାନ୍ତେ । କିନ୍ତୁ ଅନ୍ତିମ ପର୍ଯ୍ୟାୟରେଯାନରେ ତ୍ରୁଟି ଦେଖାଯିବାରୁ ଯାତ୍ରାକୁସ୍ଥଗିତ ରଖାଯାଇଛି । ଏ ନେଇ ନାସାପକ୍ଷରୁ ଏକ ଏକ୍ସ ପୋଷ୍ଟରେ ସୂଚନାଦିଆଯାଇଛି ।

Leave a Reply