Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନରେ ଯୋଗଶିକ୍ଷା ଆରମ୍ଭ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନରେ ଯୋଗଶିକ୍ଷା ଆରମ୍ଭ

ସମଗ୍ର ବିଶ୍ୱରେ ଲୋକପ୍ରିୟତା ହାସଲ କରିବା ପରେ ଭାରତର ପ୍ରାଚୀନ ଶାରୀରିକ ଏବଂ ମାନସିକ ବ୍ୟାୟାମ ଯୋଗଶିକ୍ଷା ଆନୁଷ୍ଠାନିକ ଭାବରେ ପାକିସ୍ତାନରେ ମଧ୍ୟ ଆରମ୍ଭ ହୋଇଛି । ବାସ୍ତବରେ ପାକିସ୍ତାନର ରାଜଧାନୀ ଇସଲାମାବାଦର କ୍ୟାପିଟାଲ୍ ଡେଭଲପମେଣ୍ଟ ଅଥରିଟି (ସିଡିଏ) ଏହାର ଅଫିସିଆଲ୍ ଫେସବୁକ୍ ପେଜରେ ମାଗଣା ଯୋଗ କ୍ଲାସ ଆରମ୍ଭ କରିବାକୁ ଘୋଷଣା କରିଛି । ଫେସବୁକରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ସିଡିଏ କହିଛି ସହରର ମୁଖ୍ୟ ପାର୍କ ଏଫ-୯ ରେ ମାଗଣା ଯୋଗ କ୍ଲାସ୍ ଅନୁଷ୍ଠିତ ହେବ । ପାକିସ୍ତାନର ଅନେକ ନାଗରିକ ସିଡିଏର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଯୋଗ କ୍ଲାସ୍‌ରେ ବହୁ ଲୋକ ଯୋଗ ଦେଇସାରିଛନ୍ତି ଏବଂ ପାକିସ୍ତାନରେ ଯୋଗ କରୁଥିବା ଲୋକଙ୍କ ଚିତ୍ର ସୋସିଆଲ ମିଡିଆରେ ସେୟାର କରାଯାଇଛି । ସିହିଏର ଏହି ପଦକ୍ଷେପକୁ ପ୍ରଶଂସା କରି ଜଣେ ୟୁଜର ଲେଖିଛନ୍ତି ଏହା ଏକ ଭଲ ପଦକ୍ଷେପ ଏବଂ ୟୁଜର ମାଗଣା ଯୋଗ କ୍ଲାସର ସମୟ ବିଷୟରେ ମଧ୍ୟ ପଚାରିଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୪ ମସିହାରେ ଯୋଗକୁ ମିଳିତ ଜାତିସଂଘ ଦ୍ୱାରା ମଧ୍ୟ ମାନ୍ୟତା ଦିଆଯାଇଛି ଏବଂ ମିଳିତ ଜାତିସଂଘ ପ୍ରତିବର୍ଷ ଜୁନ୍ ୨୧ କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଛି । ଭାରତ ଏହା ପ୍ରସ୍ତାବ ଦେଇଥିଲା, ଯାହାକି ଏକ ରେକର୍ଡ ୧୭୫ ଦେଶର ସମର୍ଥନ ପାଇଥିଲା । ଯୋଗ ଭାରତ ସହ ଜଡିତ ଏବଂ ଏପର୍ଯ୍ୟନ୍ତ ପାକିସ୍ତାନରେ ଏତେ ଲୋକପ୍ରିୟ ହୋଇ ନାହିଁ । ତେବେ ଅନେକ ଘରୋଇ ଅନୁଷ୍ଠାନ ପାକିସ୍ତାନରେ ଯୋଗ ଶିକ୍ଷା ପ୍ରଦାନ କରୁଛନ୍ତି ।

Leave a Reply