Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ୂଆଦିଲ୍ଲୀ : ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି । ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ ଗିରଫ କରିଛି । ଜବତ ଡ୍ରଗ୍ସର ମୂଲ୍ୟ ୬୦୦ କୋଟି ଟଙ୍କା । ଏଟିଏସ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସହିତ କୋଷ୍ଟଗାର୍ଡ ଆରବ ସାଗରରେ ଏହି ଅପରେଶନ କରିଥିଲେ । ତେବେ ପାକିସ୍ତାନୀ ଡଙ୍ଗାରୁ କିପରି ଡ୍ରଗ୍ସ ଜବତ କରାଯାଇଛି ତାହା କୋଷ୍ଟଗାର୍ଡ ଏପର୍ଯ୍ୟନ୍ତ ପ୍ରକାଶ କରି ନାହିଁ । ସାମୁଦ୍ରିକ ସୁରକ୍ଷା ଏଜେନ୍ସି ଅନୁଯାୟୀ, ଏହି ଅପରେଶନ ରାତାରାତି କରାଯାଇଥିଲା । ଏହି ଅପରେଶନ ପାଇଁ କୋଷ୍ଟଗାର୍ଡ ଜାହାଜ ଏବଂ ବିମାନ ନିୟୋଜିତ କରାଯାଇଥିଲା ।

Leave a Reply