କୁଡୁମୁଲୁଗୁମ୍ମା ଗ୍ରାମରେ ରାମ ସେନା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ

ଖଇରପୁଟ: ମଙ୍ଗଳବାର ଦିନ ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମରେ ରାମ ସେନା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଧୁମଧାମରେ ପାଳିତ ହୋଇଯାଇଛି । ଏହି ନବବର୍ଷ ପାଳନ ଅବସରରେ କୁଡୁମୁଲୁଗୁମ୍ମା ତହସିଲଦାର ଟୁକୁନୁ ପୁଟା ଯୋଗଦେଇ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ । ଆୟୋଜନ ସ୍ଥଳରେ ସମସ୍ତ ସନାତନୀ ମାନଙ୍କୁ ରାମାନନ୍ଦି ତିଲକ୍ ଲଗାଇବା ସହ ସମସ୍ତଙ୍କୁ ଦହିପଣା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ପାଳନ ନିମନ୍ତେ କୁଡୁମୁଲୁଗୁମ୍ମା ରାମ ସେନାର ସଦସ୍ୟ ଜ୍ୟୋତି ରଞ୍ଜନ ବେହେରା, ଭଗବାନ ସାହୁ, ଗୋପୀନାଥ ଦାସ, ରମାକାନ୍ତ ଧାକଡ଼, ସନ୍ତୋଷ କୁମାର ସ୍ୱାଇଁ, ସୁଶାନ୍ତ କୁମାର ରଥ, ନିହାର କାନ୍ତ ଦାସ, ଅଶୋକ କୁମାର ଆଦ୍ୟ, ବେଣୁଧର ଦାସ, ସରଜିତ୍ ବିଶ୍ୱାସ, ଅଜୟ କୁମାର ପଟ୍ଟନାୟକ, ହିମାଂଶୁ ଶେଖର ସ୍ୱାଇଁ, ପ୍ରଭାକର ଜେନା, ପ୍ରମୋଦ କୁମାର ସ୍ୱାଇଁ, ଅର୍ଜୁନ ବୈରାଗୀ, ତ୍ରିନାଥ ଫୁଲା ଓ ସମରୁ ଫୁଲା ପ୍ରମୁଖ ଉପସ୍ଥିତ ରହି ପଣା ବଣ୍ଟନ ରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *