Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନନ୍ଦାହାଣ୍ଡି ବ୍ଲକରେ ହିନ୍ଦୁ ନବବର୍ଷ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନନ୍ଦାହାଣ୍ଡି ବ୍ଲକରେ ହିନ୍ଦୁ ନବବର୍ଷ ପାଳିତ


ନନ୍ଦାହାଣ୍ଡି: କଳି ଯୁଗାବ୍ଦ ୫୧୨୬ ଓ ବିକ୍ରମ ସମ୍ବତ ୨୦୮୧ ଚୈତ୍ର ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଅର୍ଥ ହିନ୍ଦୁ ନବବର୍ଷ । ହିନ୍ଦୁ ଶାସ୍ତ୍ରରେ ଏହି ତିଥିରେ ସୃଷ୍ଟି ସର୍ଜନା ଓ କାଳ ଗଣନାର ପ୍ରାରମ୍ଭ ହୋଇଥିଲା ବୋଲି କୁହାଯାଇଛି । ପର୍ଯ୍ୟାୟ କ୍ରମେ ତ୍ରେତୟାରେ ଏହି ତିଥିରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ଦ୍ୱାପର ଯୁଗରେ ଧର୍ମ ରାଜ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ ତଥା କଳି ଯୁଗରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରତିଷ୍ଠାତା କେଶବ ବଳରାମ ହେଡ଼ଗେୱାରଙ୍କ ଜନ୍ମ ଜୟନ୍ତୀକୁ ମଧ୍ୟ ସ୍ମୃତି ଚାରଣ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ନନ୍ଦାହାଣ୍ଡି ବ୍ଲକରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଡଙ୍ଗରଭେଜାସ୍ଥିତ ପୁରୁଣା ହାଟ ପଦା ଠାରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ବ୍ଲକର ଅଧିକାଂଶ ପଞ୍ଚାୟତକୁ ପହଞ୍ଚିଥିଲା । ପରିକ୍ରମା ପରେ ହାଟ ପଦା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ବକ୍ତା ରୂପେ ତୁଷାର କାନ୍ତ ଠାକୁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରମଣୀରଞ୍ଜନ ତ୍ରିପାଠୀ ଓ ସୁନାଧର ବେର୍କୁ ସମେତ ସ୍ୱୟଂ ସେବକ ସଂଘର ସଦସ୍ୟ ଗୌରୀ ଶଙ୍କର ମାଝୀ, ଥବିର ବିଷୋୟୀ ଓ ଦୁଇ ଶହରୁ ଉର୍ଦ୍ଧ୍ୱ ସଂଘର ସଦସ୍ୟ ଉପସ୍ଥିତ ରହି ଥିଲେ ।

Leave a Reply