Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜୟ ରାଷ୍ଟ୍ର ପକ୍ଷରୁ ହିନ୍ଦୁ ନବବର୍ଷ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜୟ ରାଷ୍ଟ୍ର ପକ୍ଷରୁ ହିନ୍ଦୁ ନବବର୍ଷ ପାଳିତ

କେନ୍ଦ୍ରାପଡ଼ା : ସାମାଜିକ ସଂଗଠନ ‘ଜୟ ରାଷ୍ଟ୍ର’ ପକ୍ଷରୁ କେନ୍ଦ୍ରାପଡା ବଡବାରଙ୍ଗ ସ୍ଥିତ ମା ବାରଙ୍ଗେଇ ଠାକୁରାଣୀଙ୍କ ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଏହି ଅବସରରେ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ଓ ହୋମ କରାଯଇଥିଲା । ଚୈତ୍ର ଶୁକ୍ଳ ପକ୍ଷ ପ୍ରତିପଦରେ ହିନ୍ଦୁ ନବବର୍ଷ ପାଳନ କରାଯିବା ସହ ଅନୁଷ୍ଠାନ ପକ୍ଷରୁ ବିଶ୍ୱ କଲ୍ୟାଣ ପାଇଁ ସମୂହ ପ୍ରାର୍ଥନା କରାଯାଇଥିଲା । ଏହି ପବିତ୍ର ତିଥିରେ ଭଗବାନ ବ୍ରହ୍ମା ସ୍ରୁଷ୍ଟି ସର୍ଜନା କରିଥିବାର ବିଶ୍ୱାସ ରହିଛି । କେବଳ ସେତିକି ନୁହେଁ ଏହିଦିନ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟାଭିଷେକର ମଧ୍ୟ ହୋଇଥିଲା । ଜୟ ରାଷ୍ଟ୍ରର ସଦସ୍ୟ ମଳୟ ସାହୁଙ୍କ ପୌରୋହିତ୍ୟରେ ଅୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଜ୍ୟୋତି ନାୟକ, ଡାକ୍ତର୍ ବିରେନ୍ଦ୍ର ଦାଶ, ନମିତା ଜେନା, ରିନାରାଣୀ ଦାସ, ଦୁର୍ଗାପ୍ରସାଦ ପତି ଓ ପ୍ରଶାନ୍ତ ନାୟକ ପ୍ରମୁଖ ଯୋଗଦେଇଥିଲେ ।

Leave a Reply