Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାରଳା ଶିଶୁ ମନ୍ଦିରରେ ଚୈତ୍ରଶୁକ୍ଳ ପ୍ରତିପଦା ଉତ୍ସବ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାରଳା ଶିଶୁ ମନ୍ଦିରରେ ଚୈତ୍ରଶୁକ୍ଳ ପ୍ରତିପଦା ଉତ୍ସବ ପାଳିତ

ପାରଳାଖେମୁଣ୍ଡି: ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପାରଳାଖେମୁଣ୍ଡି ଠାରେ ଚୈତ୍ରଶୁକ୍ଳ ପ୍ରତିପଦା ଉତ୍ସବ ତଥା ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଅଷ୍ଟମ ଠାରୁ ଦଶମଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ନେଇ ନଗର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତତ୍ ପରେ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା. ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗଞ୍ଜାମ ବିଭାଗର ସହ-ସଂଘ ଚାଳକ ଗୌରାଙ୍ଗ ପାଣିଗ୍ରାହୀ ମହୋଦୟ, ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟର ସହ-ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ ।ମୁଖ୍ୟ ବକ୍ତା ଆଜିର ଦିବସର ବିଶେଷତ୍ୱ ତଥା ଗୁରୁତ୍ୱ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ବିଦ୍ୟାଳୟର ସହ-ପ୍ରଧାନ ଆଚାର୍ଯ୍ୟ ଧନ୍ୟବାଦ ପୂର୍ବକ

Leave a Reply