Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପକ୍ଷରୁ ରକ୍ତଦାନ ଶିବିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପକ୍ଷରୁ ରକ୍ତଦାନ ଶିବିର


ସୁବର୍ଣ୍ଣପୁର, – ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ସୁବର୍ଣ୍ଣପୁର ଏସପି ଶ୍ରୀ ୟସ୍ ପ୍ରତାପ ଶ୍ରିମାଲ ଶୁଭ ଉଦ୍ଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଅତିରିକ୍ତ ଏସପି ବିରେନ୍ଦ୍ର କୁମାର ନାୟକ, ରକ୍ତଦାତା ମନୋଜ ପଣ୍ଡା, ମହିଳା ପୋଲିସ କର୍ମଚାରୀ ଅର୍ପିତା ପଟ୍ଟନାୟକ, ବିଶ୍ୱ ବନ୍ଦିତା ପଟ୍ଟନାୟକ, ସୁଭାଷିନୀ ପଧାନ, ଶୁଭଶ୍ରୀ ଦାଶ, ସଂଗୀତା ପାତ୍ର, ସନ୍ଧ୍ୟା ବାଗ ପ୍ରମୁଖ ୫୦ ରୁ ଉର୍ଦ୍ଧ୍ୱ ରକ୍ତଦାତା ରକ୍ତଦାନ କରି ଏସପି ଶ୍ରୀ ଶ୍ରୀମାଲଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଥିଲେ । ସୋନପୁରର ବିଶିଷ୍ଟ ବ୍ୟବସାୟୀ ତ୍ରିଲୋଚନ ପାଣିଗ୍ରାହି ଓ ତାଙ୍କ ଧର୍ମପତ୍ନୀ ଅଞ୍ଜଳି ପାଣିଗ୍ରାହୀ ଦମ୍ପତି ଆଜି ଏହୀ ଶିବିରରେ ପ୍ରଥମେ ରକ୍ତଦାନ କରି ନୂଆଁ ଓ ମହିଳା ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ । ପୋଲିସ୍ କନେଷ୍ଟବଳ ସଂଘ ସଭାପତି ଦିନେଶ ମିଶ୍ର, ରକ୍ତଦାତା ସଂଘ ସଭାପତି ମନୋଜ ପଣ୍ଡା, ହାବିଲଦାର ସନ୍ତୋଷ ପାତ୍ର, ଏସପି ଷ୍ଟେନୋ କୃତିବାସ ମିଶ୍ର ପ୍ରମୁଖ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ପ୍ରକାଶଥାଉ କି ଯେ ବିଗତ ଦୁଇବର୍ଷରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଆମ ପୋଲିସ୍ ବ୍ୟବସ୍ଥା ମାଧ୍ୟମରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ସମସ୍ତ ଥାନା ଓ ଫାଣ୍ଡିରେ ଅନେକ ରକ୍ତଦାନ ଶିବିର ସବୁ ଆୟୋଜନ କରି ଦିନକରେ ସୋନପୁର ଥାନାରେ ୩୬୪ ୟୁନିଟ, ଉଲୁଣ୍ଡା ଥାନାରେ ୫୦୯ ୟୁନିଟ, ଡୁଙ୍ଗୁରିପାଲି ଥାନାରେ ୫୨୩ ୟୁନିଟ ଓ ସୋନପୁର କଲେଜରେ ଦିନକରେ ୬୦୫ ୟୁନିଟ୍ ରକ୍ତ ସଂଗ୍ରହ କରି ଜିଲ୍ଲାରେ ରେକର୍ଡ ସୃଷ୍ଟି କରିବା ସହିତ ରାଜ୍ୟ ପୋଲିସ ବିଭାଗ ର ସୁନାମ ଅର୍ଜନ କରିଛି । ଏବଂ ରକ୍ତ ଅଭାବର ସେହି ସଙ୍କଟବେଳେ ଜିଲ୍ଲା ପୋଲିସ ରକ୍ତଦାନ ଶିବିର ଆୟୋଜକ ପୋଲିସ୍ କର୍ମଚାରୀ ମନୋଜ ପଣ୍ଡାଙ୍କ ସଂଯୋଜନାରେ ସ୍ୱଚ୍ଛ ଭାରତ ସଙ୍ଗଠନ, ସୋନପୁର କଲେଜ ଓ ଏନ୍‌ସିସି, ବିଜୁ ପଟ୍ଟନାୟକ ମହିଳା କଲେଜ, ଯଶୋଦା ଦେବୀ ନର୍ସିଂ ସ୍କୁଲ, ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନର ସହାୟତା ନେଇ ସୋନପୁର ତଥା ପାଖ ପଡ଼ୋଶୀ ଜିଲ୍ଲାରେ ଦେଖାଦେଇଥିବା ରକ୍ତର ଘୋର ଅଭାବକୁ ସମ୍ପୂର୍ଣ ଦୂର କରିପାରିଛି । ସୋନପୁର ପୋଲିସ୍‌ର ଏହି ମହତ ସେବା କାର୍ଯ୍ୟକୁ ଜାରି ରଖିବାକୁ ଜିଲ୍ଲାବାସୀ ଜିଲ୍ଲା ପୋଲିସକୁ ନିବେଦନ କରିଛନ୍ତି ।

Leave a Reply