Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କେନ୍ଦ୍ରାପଡାରେ ଆର୍‌ଏସ୍‌ଏସ୍ ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କେନ୍ଦ୍ରାପଡାରେ ଆର୍‌ଏସ୍‌ଏସ୍ ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ


କେନ୍ଦ୍ରାପଡ଼ା – ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କେନ୍ଦ୍ରାପଡା ନଗର ଶାଖା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ କରାଯାଇଛି । ସାନ୍ତସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗର ସଂଘ ଚାଳକ ବାଇଧର ରାଉତ ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ଆଇନଜୀବି ତଥା ସଂଘର ସହ ଜିଲ୍ଲା ସଂଘ ଚାଳକ ସଂଜୟ କୁମାର ପତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚୈତ୍ର ଶୁକ୍ଳ ପ୍ରତିପଦା ତିଥି ସୃଷ୍ଟିର ପ୍ରଥମ ଦିବସ ତଥା ବର୍ଷ ପ୍ରତିପଦା ର ତାତ୍ପର୍ଯ୍ୟ ଓ ପୈାରାଣିକ ଆଖ୍ୟାନ ସହ ସାଂସ୍କୃତିକ ବୈଭବ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହି ତିଥିରେ ସଂଘର ପ୍ରତିଷ୍ଠାତା ଡ଼ଃ କେଶବ ବଳିରାମ ହେଡଗେୱାର ଙ୍କ ଜନ୍ମଦିନ ହୋଇ ଥିବାରୁ ସଂଘ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତବ୍ୟ ରଖିଥିଲେ । ଏହି ଦିବସରେ ସଂଘର ପ୍ରତିଷ୍ଠାତାଙ୍କୁ ଆଦ୍ୟ ସରସଂଘ ଚାଳକ ପ୍ରଣାମ ପ୍ରଦାନ ବ୍ୟବସ୍ଥା ସଂଘରେ ଚଳି ଆସୁଛି । ନଗର କାର୍ଯ୍ୟବାହ କ୍ରିତୀକାନ୍ତ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନଗରରେ ଚାଲୁଥିବା ୮ଟି ଶାଖାର ସ୍ୱୟଂ ସେବକ ଓ କାର୍ଯ୍ୟକର୍ତା ମାନଙ୍କ ସହ ବହୁ ବୁଦ୍ଧିଜୀବି ଓ ଛାତ୍ର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Leave a Reply