ଆସିକାରେ ହିନ୍ଦୁ ନବ ବର୍ଷ ପାଳିତ

ଆସିକା – ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଆସିକା ଶାଖା ପକ୍ଷରୁ ହିନ୍ଦୁ ନବ ବର୍ଷ ପାଳିତ ହୋଇଯାଇଛି । ସ୍ଥାନୀୟ ସରସ୍‌ତୀ ଶିଶୁ ବିଦ୍ୟା ମନ୍ଦିର ରେ ମୁଖ୍ୟ ବକ୍‌ତା ଗୋଲକ ବିହାରୀ ପରିଡା, ମୁଖ୍ୟ ଅତିଥି ଭାବେ ପି ନାଗେଶ୍‌ର ପାତ୍ର ଓ ଗୁରୁଜୀ ସୁଧୀର ପାଣିଗ୍ରାହୀ ଓ କର୍ମ କର୍ତ୍ତା ମାନଙ୍କ ସହ ପାଳନ କରାଯାଇଛି ସେହିପରି ଗୋପବନ୍ଧୁ ନଗର ଚିନ୍ମୟ ମିଶନ ଆଗରେ ଥିବା ଶାଖା କାର୍ଯାଳୟ ରେ ସମସ୍ତ କର୍ମ କର୍ତା ମାନଙ୍କ ଗହଣ ରେ ପାଳନ କରାଯାଇଛି । ଚୈତ୍ର ମାସ ଶୁକ୍ଲପକ୍ଷ ପ୍ରତିପଦା ତିଥି ରେ ରାଷ୍ଟ୍ରୀୟ ନବବର୍ଷ ରେ ସମସ୍ତଙ୍କୁ ନୂତନ ବର୍ଷ ର ଶୁଭେଚ୍ଛା ଜଣାଇଥିଲେ । ମୋ ସଂସ୍କୃତି ମୋ ପାଇଁ ଗର୍ବ ଅଟେ କ୍ଷରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ସଦସ୍ୟ ତଥା ଗୋ ରକ୍ଷା ବିଭାଗ ର ସଭ୍ୟ ବ୍ରଜବନ୍ଧୁ ଆଚାରୀ, ପି ଶ୍ରୀନିବାସ ପାତ୍ର, ପ୍ରାନ୍ତ ଧର୍ମ ଜାଗରଣ ପ୍ରମୁଖ ଆଲୋକ ଚନ୍ଦ୍ର ଖଟୁଆ, ବିଶ୍ୱ ହିନ୍ଦୁ ପରିଷଦ ପ୍ରଖଣ୍ଡ ସମ୍ପାଦକ ନାରାୟଣ ରଥ,ଭି. ଶ୍ରୀନିବାସ ଆଚାରୀ, ନଗର ବୌଦ୍ଧିକ ପ୍ରମୁଖ ରବୀନାରାୟଣ ଆଚାରୀ, ବିମ୍ବାଧର ପାତ୍ର,ଅବସର ପ୍ରାପ୍ତ ଜେଲ ଅଧିକାରୀ ବୃନ୍ଦାବନ ବେହେରା,ଦିଲ୍ଲୀପ ସ୍‌୍ୱାଇଁ, ରାଧାକୃଷ୍ଣ ପାଣିଗ୍ରାହୀ, ରାମଚନ୍ଦ୍ର ସାହୁ, ଅରୁଣ ପାତ୍ର, ଚନ୍ଦନ ଦାସ, ଗିରିଜା ଦାସ, ସଚ୍ଚିଦାନନ୍ଦ ବେହେରା,ପ୍ରମୁଖ ଉପସ୍ଥିତ ଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *