Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଦମପଡା ଶିଶୁମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ବର୍ଷ ପ୍ରତି ପଦା ଉତ୍ସବ ପାଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଦମପଡା ଶିଶୁମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ବର୍ଷ ପ୍ରତି ପଦା ଉତ୍ସବ ପାଳନ

ବଲାଙ୍ଗିର : ଆଜି ବଲାଙ୍ଗୀର କଦମପଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ଚୈତ୍ର ଶୁକ୍ଳ ପ୍ରତିପଦା ଅବସରରେ \”ରାଷ୍ଟ୍ରୀୟ ନବବର୍ଷ-ବର୍ଷ ପ୍ରତିପଦା\’ ପାଳନ କରାଯାଇଛି ୟ ଉକ୍‌ତ କାର୍ଯ୍ୟକ୍ରମରେ ଚାରଭଟା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ରା.ସ୍ୱ.ସଂ.ର ବିଭାଗ କାର୍ଯ୍ୟକାରିଣୀର ସଦସ୍ୟ କେଶବ ପଟେଲ ମୁଖ୍ୟ ଅତିଥୀ ରୂପେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ । ସ୍ୱାଗତ ସଙ୍ଗୀତ ଛାତ୍ରୀ ମୋନିକା ମହାପାତ୍ର,ଶ୍ରୀମୟୀ ପଣ୍ଡା,ଦ୍ୱୀପନ୍ୱୀତା ଦାଶ,ଆଦ୍ୟାଶା ମିଶ୍ର,ପ୍ରତୀକ୍ଷା ମିଶ୍ର ଓ ଛାତ୍ର ଅବିନାଶ ପଣ୍ଡା ଓ ଶକ୍ତି ସ୍ୱରୁପଜିତ ମାହାର ଗାନ କରିଥୀଲେ ୟବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସୁବ୍ରତ ବେହେରା ମଞ୍ଚାସୀନ ଅତିଥୀଙ୍କ ପରିଚୟ ପ୍ରଦାନ କରିଥିଲେ । ସଂଯୋଜନା କରିଥିଲେ ଛାତ୍ରୀ ଜାଗୃତି ବେହେରା ଓ ପ୍ରୟାଂସୀ ସାହୁ । ଛାତ୍ରୀ ବକ୍‌ତା ସ୍ମୃତି ବୀଣାପାଣି ପଣ୍ଡା ଓ ମୈୟସୁମୀ ନାଏକ ନବବର୍ଷର ବୈଜ୍ଞାନିକ ତଥ୍ୟାବଳୀ ଉପସ୍ଥାପନା କରିଥିଲେ । ପରେ ଶିକ୍ଷକ ସୁଶୀଳ କୁମାର ହୋତା ମଧ୍ୟ ଆଜି ଦିନର ମହତ୍ୱ ବର୍ଣ୍ଣନା କରିଥିଲେ । ବ୍ୟକ୍‌ତିଗତ ଗୀତ ଛାତ୍ରୀ ଅରୋସ୍ମିତା ବେହେରା ଗାନ କରିଥିଲେ । ପରେ ମୁଖ୍ୟ ଅତିଥୀ ଭାରତୀୟ କାଳଗଣନାର ବିଜ୍ଞାନ ଭିତ୍ତିକ ପୃଷ୍ଠଭୂମି ଉପରେ ଆଲୋକପାତ କରିଥୀଲେ । ପରେ ସଭାପତି ନିଜର ଅଭିଭାଷଣ ପ୍ରଦାନ କରିଥୀଲେ । ରା.ସ୍ୱ.ସଂର ପ୍ରତିଷ୍ଠାତା ଡ.କେଶବ ବଳିରାମ ହେଡଗୱାରଙ୍କ ଜନ୍ମଦିନ ଅବସରରେ \”ଆଦ୍ୟ ସରସଂଘ ଚାଳକ ପ୍ରଣାମ\’ ଦିଆଯାଇଥିଲା । ମଞ୍ଚାସୀନ ଅତିଥୀଙ୍କ ମଧ୍ୟରେ ସଭାପତି ଡ. ଭବାନୀ ଶଙ୍କର ପଟେଲ, ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା,ସଂପାଦକ ତରଣୀସେନ ପଟେଲ ଉପସ୍ଥିତ ଥିଲେ । ସାଂସ୍କୂତିକ କାର୍ଯ୍ୟକ୍ରମରେ ଛାତ୍ରୀ ରେଶ୍ମା ମେହେର ଓଡିଶୀନୃତ୍ୟ, ରାଜନନ୍ଦିନୀ ବେହେରା ସମ୍ବଲପୁରୀ ଭଜନନୃତ୍ୟ,ମୋନିକା ପଟ୍ଟନାୟକ ଦେଶଭକ୍ତୀ ଗୀତ ନୃତ୍ୟ ପରିବେଷଣ କରିଥିଲେ । ଶିକ୍ଷକ ସରୋଜ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ କୁମୁଦିନୀ ପୃଷ୍ଠୀଙ୍କ ସଂଚାଳନରେ କାର୍ଯ୍ୟକ୍ରମର ସମାପନ ହୋଇଥିଲା ।

See insights and ads

Boost post

Like

Comment

Share

Leave a Reply