Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨ ଗୋରୁ ବୋଝେଇ ଟ୍ରକ ଜବତ, ଦୁଇ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨ ଗୋରୁ ବୋଝେଇ ଟ୍ରକ ଜବତ, ଦୁଇ ଗିରଫ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ୪୯ନଂ ଜାତୀୟ ରାଜପଥ ଜନସନପୁର ଟୋଲ ଗେଟ ପାଖରୁ ତେଲକୋଇ ପୁଲିସ ଦ୍ୱାରା ଦୁଇଟି ବେଆଇନ ଗୋରୁ ବୋଝେଇ ୧୬ଚକିଆ ଟ୍ରକ ଜବତ କରାଯାଇଛି । ଏଥିରେ ସଂପୃକ୍ତ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି । ତେଲକୋଇ ପୁଲିସର ପାଟ୍ରୋଲିଙ୍ଗ ଟିମ ଆଜି ଭୋରରୁ ଜନସନପୁର ପାଖ ଟୋଲ ପାଖରୁ ଗୋରୁ ବୋଝେଇ ଟ୍ରକକୁ ଜବତ କରିଥିଲା । ଟ୍ରକ ଦୁଇଟି ମଧ୍ୟପ୍ରଦେଶ ଠାରୁ ପଶ୍ଚିମବଙ୍ଗକୁ ଗୋରୁ ବୋଝେଇ କରି ନେଉଥିଲେ? । ପ୍ରତି ଟ୍ରକରେ ଦୁଇ ଥାକରେ ଗୋରୁଙ୍କୁ ବୋଝେଇ କରାଯାଇଥିଲା । ଗୋଟିଏ ଟ୍ରକରେ ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ଗୋରୁ ବୋଝେଇ ହୋଇଥିଲା, ଦୁଇଟି ଗାଡ଼ିରେ ଅତି ଅମାନୁଷିକ ଭାବେ ବାନ୍ଧିଛନ୍ଦି ପ୍ରାୟ ୧୫୦ରୁ ଅଧିକ ଗୋରୁ ବୋଝେଇ ହୋଇଥିଲା । ଦୁଇଟି ଟ୍ରକରୁ ଜଣେ ଡ୍ରାଇଭର ଓ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା । ଅନ୍ୟ କେତେକ ମାଫିଆ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲେ । ଗୋରୁମାନଙ୍କୁ ବଡ଼ବିଲସ୍ଥିତ ଗୋଶାଳାକୁ ପଠାଯାଇଛି ।

Leave a Reply