Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭୂପୃଷ୍ଠର ୭୦୦ କିମି ତଳେ ଅଛି ବିଶାଳ ସମୁଦ ବୈଜ୍ଞାନିକଙ୍କ ଦାବି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭୂପୃଷ୍ଠର ୭୦୦ କିମି ତଳେ ଅଛି ବିଶାଳ ସମୁଦ ବୈଜ୍ଞାନିକଙ୍କ ଦାବି

ଭୂପୃଷ୍ଠର ୭୦୦ କିମି ତଳେ ଅଛି ବିଶାଳ ସମୁଦ ବୈଜ୍ଞାନିକଙ୍କ ଦାବି

ନୂଆଦିଲ୍ଲୀ: ପୃଥିବୀର ୭୦୦ କିମି ତଳେ ରହିଛି ବିଶାଳ ସମୁଦ୍ର । ଏ ନେଇ ବୈଜ୍ଞାନିକମାନେ ଦାବି କରିଛନ୍ତି । ଇଲିନୋଇସ୍‌ର ନର୍ଥ ୱେଷ୍ଣର୍ଣ୍ଣ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ପୃଥିବୀର ଆଭ୍ୟନ୍ତରରେ ପ୍ରଶସ୍ତ ଓ ଗଭୀର ଜଳଭଣ୍ଡାର ରହିଥିବାର ସୂଚନା ଦେଇଛନ୍ତି । ଭୂପୃଷ୍ଠରୁ ପାଖାପାଖି ୭୦୦ କିମି ତଳେ ଏହି ବିଶାଳ ସମୁଦ୍ର ରହିଛି, ଯାହା ପୃଥିବୀର ସମସ୍ତ ମହାସାଗରଠାରୁ ତିନିଗୁଣ ଅଧିକ ବୋଲି କୁହାଯାଉଛି । ପୃଥିବୀ ତଳେ ଏଭଳି ବିଶାଳ ଜଳଭଣ୍ଡାର ଥିବା ନେଇ ପୂର୍ବରୁ କେହି କଳ୍ପନା ମଧ୍ୟ କରିନଥିଲେ । ତେବେ ବୈଜ୍ଞାନିକମାନଙ୍କ ଅନୁସନ୍ଧାନ ପରେ ଏ ନେଇ ଠୋସ୍ ତଥ୍ୟ ମିଳିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏହି ବୈଜ୍ଞାନିକମାନେ ପୃଥିବୀ ପୃଷ୍ଠରେ ଜଳର ଉତ୍ପତ୍ତି ସଂପର୍କରେ ଜାଣିବା ପାଇଁ ଅନୁସନ୍ଧାନ ଦୀର୍ଘଦିନ ହେବ ଜାରି ରଖିଥିଲେ । ତେବେ ଅନୁସନ୍ଧାନରୁ ସମସ୍ତଙ୍କୁ ଚକିତ କଲାଭଳି ତଥ୍ୟ ମିଳିଛି । ବୈଜ୍ଞାନିକମାନେ କହିଛନ୍ତି ଯେ ଅନୁସନ୍ଧାନ ସମୟରେ ପୃଥିବୀ ତଳେ ଏକ ବିଶାଳ ସମୁଦ୍ର ଥିବାର ଜଣାପଡ଼ିଥିଲା । ସେମାନଙ୍କ କହିବା ମୁତାବକ ରିଙ୍ଗ୍‌ବୁଦାଇଟ୍ ନାମକ ଏକ ନୀଳପଥର ମଧ୍ୟରେ ଏହି ସମୁଦ୍ର ଆତ୍ମଗୋପନ କରି ରହିଛି । ଏହି ଭୂତଳ ସମୁଦ୍ରର ଆକାର ପୃଥିବୀ ଉପରେ ସମସ୍ତ ମହାସାଗରଠାରୁ ତିନିଗୁଣା ଅଧିକ ହୋଇଥିବାବେଳେ ଧୂମକେତୁର ପ୍ରଭାବ ମାଧ୍ୟରେ ପାଣି ଆସିନାହିଁ, ବରଂ ପୃଥିବୀର ଭୂତଳ ପୃଷ୍ଠରୁ ହିଁ ଏହା ସୃଷ୍ଟି ହୋଇଥିବା ଗବେଷଣାରୁ ଜଣାପଡ଼ିଛି । ଏହି ବୈଜ୍ଞାନିକମାନେ ଆହୁରି କହିଛନ୍ତି ଯେ ରିଙ୍ଗବୁଦାଇଟ୍ ସ୍ପଞ୍ଜ ଭଳି ହୋଇଥିବାରୁ ଏହା ପାଣିକୁ ନିଜ ଭିତରକୁ ଶୋଷି ନେଇଥାଏ । ଏହା ଉଦ୍‌ଯାନ ଓ ପାଣିକୁ ମଧ୍ୟ ଆକର୍ଷିତ କରିଥାଏ । ଏହି ଭୂତଳ ମହାସାଗରକୁ ଆବିଷ୍କାର କରିବା ପାଇଁ ବୈଜ୍ଞାନିକମାନେ ୫୦୦ରୁ ଅଧିକ ଭୂକମ୍ପ ତରଙ୍ଗକୁ ବିଶ୍ଲେଷଣ କରିଥିଲେ । ପୃଥିବୀର ଆଭ୍ୟନ୍ତରୀଣ ସ୍ତର ଦେଇ ଗତି କରୁଥିବା ତରଙ୍ଗ ଏହାର ମୂଳ ସମେତ ଓଦା ପଥର ଦେଇ ଗତି କଲାବେଳେ ମନ୍ଥର ହୋଇଯାଇଥିଲା, ଯାହା ବୈଜ୍ଞାନିକମାନଙ୍କୁ ଏହି ବିଶାଳ ସମୁଦ୍ରର ଉପସ୍ଥିତି ସଂପର୍କରେ ସୂଚନା ଦେଇଥିଲେ ା

Leave a Reply