ମହରମ ଶୋଭାଯାତ୍ରାରେ ଆମ୍ବୁଲାନ୍ସ ଭଙ୍ଗାରୁଜା ଘଟଣା: ୯ ଅଟକ

ମହରମ ଶୋଭାଯାତ୍ରାରେ ଆମ୍ବୁଲାନ୍ସ ଭଙ୍ଗାରୁଜା ଘଟଣା: ୯ ଅଟକ

ରେମୁଣା; ରେମୁଣାରେ ମହରମ ଶୋଭାଯାତ୍ରା ସମୟରେ ଆମ୍ବୁଲାନ୍ସକୁ ଅଟକାଇ କର୍ମଚାରୀଙ୍କୁ ଗାଳିଗୁଲଜ, ଘୋଷାରି ନେଇ ମାଡ଼, ଆମ୍ବୁଲାନ୍ସ ଭଙ୍ଗାରୁଜା ଘଟଣାରେ ରେମୁଣା ଥାନା ପୁଲିସ ୯ ଜଣଙ୍କୁ ଅଟକ ରଖୁଛି ।

ସୂଚନାଯୋଗ୍ୟ ଯେ ଶାନ୍ତିପୂର୍ଣ୍ଣ ଭାବେ ମହରମ ପର୍ବ ପାଳନ ନେଇ ପୂର୍ବରୁ ବିଧାୟକଙ୍କ ଅଧ୍ୟକ୍ଷତାର ଥାନାରେ ଶାନ୍ତି କମିଟି ବୈଠକ ହୋଇଥିଲା। ରାତି ୧୦ଟା ପର୍ଯ୍ୟନ୍ତ, ଅଧିକ ହେଲେ ଘଂଟେ ଅଧ ସମୟ ଦିଆଯାଇପାରିବ ବୋଲି ପୁଲିସ କହିଥିଲା। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟାଇ ବିଭିନ୍ନ ମାରଣାସ୍ତ୍ର ଧରି ନାଚିବା ଘଟଣା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଶ୍ରୀରାମ ଓ ହନୁମାନ ଶୋଭାଯାତ୍ରା ସମୟରେ ପୁଲିସ ଭିଡିଓଗ୍ରାଫି କରିଥିବାବଳେ ମହର ଶୋଭାଯାତ୍ରାରେ ପୁଲିସ ସେପରି କରିନଥ‌ିବା ସ୍ଵୀକାର କରିଛି।

Leave a Reply

Your email address will not be published. Required fields are marked *