Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶାହଜାହାନକୁ ସୁରକ୍ଷା ଦେଇପାରିବେ ନାହିଁ, ଏଠି ଆତ୍ମସମର୍ପଣ କରୁ; ମମତା ସରକାର ଉପରେ ବର୍ଷିଲେ ହାଇକୋର୍ଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶାହଜାହାନକୁ ସୁରକ୍ଷା ଦେଇପାରିବେ ନାହିଁ, ଏଠି ଆତ୍ମସମର୍ପଣ କରୁ; ମମତା ସରକାର ଉପରେ ବର୍ଷିଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ହିନ୍ଦୁ ମହିଳାଙ୍କ ସହ ଯୌନ ର୍ନିଯାତନା ଏବଂ ଜୋର କରି ଜିମ ମାଡ଼ି ବସିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶାହଜାହାନ ଶେଖ ଫେରାର ମାମଲାରେ ହାଇକୋର୍ଟ କଠୋର ଟିପ୍ପଣୀ କରିଛନ୍ତି । ହାଇକୋର୍ଟ ମଙ୍ଗଳବାର କହିଛନ୍ତି ଯେ ସ୍ଥାନୀୟ ତ୍ରୁଣମୂଳ କଂଗ୍ରେସ ନେତା ଏବଂ ଦବଙ୍ଗ ଶାହଜାହାନ ଏପରି ଫେରାର ହୋଇପାରିବ ନାହିଁ । ସରକାର ତାକୁ ସମର୍ଥନ କରିପାରିବ ନାହିଁ । ରାଜ୍ୟର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ଟିପ୍ପଣୀ କରିଛନ୍ତି । କୋର୍ଟ କହିଛନ୍ତି ଯେ ଆମେ ସେହି ସବୁ ଅଭିଯୋଗକୁ ନିଜ ସଜ୍ଞାନକୁ ନେଇଛୁ, ଯେଉଁଥିରେ ମହିଳାଙ୍କୁ ଯୌନ ନିର୍ଯାତନାର ଅଭିଯୋଗ ରହିଛି । ମୁଖ୍ୟ ବିଚାରପତି ଟିଏସ ଶିବଗଣନମଞ୍ଚ କହିଛନ୍ତି, “ଆମେ ଅଭିଯୋଗଗୁଡ଼ିକୁ ଦେଖିଛୁ । ଅଞ୍ଚଳର ମହିଳାମାନେ କହିଛନ୍ତି ଯେ ସେ ଜମି ମାଡ଼ି ବସୁଥିଲା । ଶାହଜାହାନ ଶେଖ ଏହିପରି ଫେରାର ହୋଇପାରିବ ନାହିଁ । ରାଜ୍ୟ ସରକାର ତାକୁ ସମର୍ଥନ କରିପାରିବେ ନାହିଁ । ଏଠାରେ ଆତ୍ମସମର୍ପଣ କରୁ ବୋଲି ଆମେ କହିବୁ । ସେ ଆଇନକୁ ଭାଙ୍ଗି ପାରିବ ନାହିଁ’ ଖଣ୍ଡପୀଠ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ସାରା ଅଞ୍ଚଳରେ ଦାଦାବଟି ମାଗେ ତେବେ ଶାସନରେ ବସିଥିବା ବ୍ୟକ୍‌ତି ତାକୁ ସାହାଯ୍ୟ କରିପାରିବ ନାହିଁ । ସେ କେବଳ ଲୋକ ପ୍ରତିନିଧି ଏବଂ ଲୋକଙ୍କ ହିତ ପାଇଁ କାମ କରିବାକୁ ହେବ । ମୁଖ୍ୟ ବିଚାରପତି କହିଛନ୍ତି ଯେ ପ୍ରାଥମିକ ରିପୋର୍ଟରୁ ଅନୁଭବ ହେଉଛି ଯେ ଶାହଜାହାନ ଶେଖ ଲୋକଙ୍କୁ ହଇରାଣ କରୁଥିଲା । କୋର୍ଟ କହିଛନ୍ତି, ସେ ବର୍ତ୍ତମାନ ଫେରାର ଅଛି ଏବଂ ଅପରାଧ କରି ଗାୟବ ହୋଇଯାଇଛି । ଆମେ ଜାଣିନୁ ତାକୁ ସୁରକ୍ଷା ଦିଆଯାଉଛି କି ନାହିଁ, କିନ୍ତୁ ତାକୁ ସୁରକ୍ଷା ଦେବା ସହଜ ହେବ ନାହିଁ । ସନ୍ଦେଶଖାଲିରେ କଟକଣାକୁ ନେଇ ହାଇକୋର୍ଟ ମମତା ସରକାରଙ୍କୁ କଡ଼ା ଶବ୍ଦରେ ତାଗିଦ କରିଛନ୍ତି । କୋର୍ଟ କହିଛନ୍ତି, “ଆପଣ କେବଳ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରୁଛନ୍ତି । ଆପଣ ଅକାରଣରେ ସ୍ଥାନୀୟ ଲୋକଙ୍କୁ ହଇରାଣ କରୁଛନ୍ତି । କରୋନା କଟକଣା ପରି ଲୋକ ଚିନ୍ତିତ ଏବଂ ମାନସିକ ବିଷାଦରେ ଅଛନ୍ତି । ଏହା ଏଥିପାଇଁ କାରଣ ସେମାନଙ୍କୁ ଘର ଭିତରେ ହିଁ ରଖିବାକୁ ବାଧ୍ୟ କରାଯାଉଛି’ । ତେବେ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ କେହି କିଛି କହି ଦେଲେ ସେଥିରୁ ଜଣେ ଅଭିଯୁକ୍‌ତ ଦୋଷୀ ହୋଇଯାଏ ନାହିଁ । କିନ୍ତୁ ଆପଣ ଏହିପରି ତାକୁ ଫେରାର ହେବାକୁ ଦେଇପାରିବେ ନାହିଁ ।

Leave a Reply